କମ୍ପାନୀ ନିଷେଦ୍ଧାଞ୍ଚଳରେ ପଶିବାରୁ ଯୁବକଙ୍କୁ ପିଟି ପିଟି ମାରିଦେଲେ ସିକ୍ୟୁରିଟି ଗାର୍ଡ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

Published By : Prameya-News7 Bureau | July 09, 2021 IST

ରାଉରକେଲା ୯/୭: ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଏଲଏଣ୍ଡଟି ସିକ୍ୟୁରିଟି ଗାର୍ଡ । ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାର ଲାଗିଛି । ଗୁରୁବାର ବିଳମ୍ୱିତ ରାତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ରାଉରକେଲା ଟାଙ୍ଗରପଲ୍ଲୀ ଥାନା ଆରଏସପି ପରିସରରେ ଏଲଏଣ୍ଡଟିର ଚାଲିଥିବା କାମ ଅଞ୍ଚଳକୁ କୁ ଯୁବକ ଜଣଙ୍କ କୌଣସି କାରଣରୁ ପଶି ଯାଇଥିଲେ ।

ତେବେ ସିକ୍ୟୁରିଟି ଗାର୍ଡ ମାନେ ଯୁବକକୁ ଧରି ନିସ୍ତୁକ ମାଡ଼ ମାରିଥିଲେ । ଅଚେତ ହେଇଯିବାରୁ ଯୁବକଙ୍କୁ ମୃତ ଭାବି ସିକ୍ୟୁରିଟି ଗାର୍ଡ ମାନେ ବାଉଣ୍ଡରୀ ବାହାରକୁ ଫିଙ୍ଗି ଦେଇଥିଲେ । ପରେ ସେଠାରେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ଯୁବକ ଜଣଙ୍କ ଦେଓଗାଁ ଅଞ୍ଚଳର ତାଙ୍କ ନାଁ ସଚିନ ଗୋପ । ତେବେ ସବୁଠୁ ବଡ଼ ପ୍ରଶ୍ନ ହେଲା ଯଦି ଯୁବକ ଜଣଙ୍କ କୌଣସି କାରଣରୁ କମ୍ପାନୀର ନିଷିଧାଞ୍ଚଳକୁ ପ୍ରବେଶ କରି ଯାଇଛନ୍ତି ତେବେ ତାଙ୍କୁ ସିକ୍ୟୁରିଟି ଗାର୍ଡ ଧରି ଥାନାରେ ଜିମା ଦେବା କଥା ।

କିନ୍ତୁ ତାହା ନକରି ପିଟି ପିଟି ମାରିଦେବା ପାଇଁ ସିକ୍ୟୁରିଟି ଗାର୍ଡଙ୍କୁ ଅଧିକାର ଦେଲା କିଏ ? ଆରଏସପି ର ନିଜସ୍ୱ ସୁରକ୍ଷା ବିଭାଗ ଅଛି ସେମାନେ କରୁଥିଲେ କଣ । ଏବେ ସଚିନଙ୍କ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ଟାଙ୍ଗରପଲ୍ଲୀ ପୋଲିସ । ଏହା ସହ ଥାନା ଅଧିକାରୀଙ୍କ କହିବା ଅନୁସାରେ ଭିଡିଓର ସତ୍ୟାସତ୍ୟ ମଧ୍ୟ ଯାଞ୍ଚ କରାଯିବ । ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯିବା ଏବଂ ଯଦି ପ୍ରମାଣିତ ହୁଏ ତେବେ ଦୋଷୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.