Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଏନସିଏ ମୁଖ୍ୟ ଭାବେ ଦାୟିତ୍ୱ ନେବେ ଭିଭିଏସ୍ ଲକ୍ଷ୍ମଣ, ସ୍ପଷ୍ଟ କଲେ ବିସିସିଆଇ ସଭାପତି

14/11/2021 at 2:35 PM

ନୂଆଦିଲ୍ଲୀ ୧୪/୧୧: ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ୱ ଗ୍ରହଣ କରିବା ପରେ ଭିଭିଏସ୍ ଲକ୍ଷ୍ମଣ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ର ମୁଖ୍ୟ ଭାବେ ଦାୟିତ୍ୱ ନେବେ ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏନେଇ ସ୍ପଷ୍ଟ କରିଛନ୍ତି । ଗାଙ୍ଗୁଲି କହିଛନ୍ତି ଯେ ପୂର୍ବତନ କ୍ରିକେଟରମାନେ ଭାରତୀୟ କ୍ରିକେଟର ଉନ୍ନତି ପାଇଁ ଆଗେଇ ଆସିବା ଉଚିତ୍ । କେବଳ ଗାଙ୍ଗୁଲି ନୁହେଁ ବୋର୍ଡ ସଚିବ ଜୟ ଶାହା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଚାହୁଁଥିଲେ ଯେ ଲକ୍ଷ୍ମଣ ଏନସିଏର ମୁଖ୍ୟ ଭାବରେ କାର୍ଯ୍ୟ କରନ୍ତୁ । ଏହାପୂର୍ବରୁ ବିସିସିଆଇ ସୂତ୍ରରୁ ପ୍ରକାଶ ପାଇଥିଲା ଯେ ରାହୁଲ ଦ୍ରାବିଡଙ୍କ ସହ ଲକ୍ଷ୍ମଣଙ୍କର ଏକ ବିଶେଷ ସମ୍ପର୍କ ଅଛି ବୋଲି କୁହାଯଉଥିଲା ।

ଏମାନଙ୍କ ଯୋଡି ବହୁତ ଭଲ ହେବ । ଉଭୟ ଭାରତୀୟ କ୍ରିକେଟ୍ କୁ ଆଗକୁ ନେବା ପାଇଁ କାମ କରନ୍ତି । ଉଲ୍ଲେଖନୀୟ କଥା ହେଉଛି, ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ଦ୍ରାବିଡ଼ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରିବେ । ପ୍ରଶିକ୍ଷକ ହେବା ପରେ ଦ୍ରାବିଡ ତାଙ୍କର ରୋଡମ୍ୟାପ ଏବଂ ସେ କିପରି ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ଉତ୍ତରାଧିକାରୀ ଆଗକୁ ବଢାଇବାକୁ ଚାହୁଁଛନ୍ତି ତାହା ଉଲ୍ଲେଖ କରିଛନ୍ତି ।

   Related Posts