ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଉଦାହରଣ ପାଲଟିଲେ ୯୯ବର୍ଷ ବୟସ୍କା ବୃଦ୍ଧା : ଭିଭିଏସ୍ ଲକ୍ଷ୍ମଣ କଲେ ପ୍ରଶଂସା,ଭିଡିଓ ଭାଇରାଲ୍

Published By : Prameya-News7 Bureau | June 05, 2020 IST

ନୂଆଦିଲ୍ଲୀ ୫/୬: ପୂର୍ବତନ ଭାରତୀୟ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ ନିଜ ଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡଲରୁ ଏକ ମର୍ମସ୍ପର୍ଶୀ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ ଜଣେ ୯୯ବର୍ଷ ବୟସ୍କା ବୁଢ଼ୀମାଆଙ୍କ ବିଷୟରେ କୁହା ହୋଇଛି,ଯିଏ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ପ୍ୟାକ୍ କରୁଥିବା ନଜର ଆସିଛନ୍ତି। ଏହି ବୃଦ୍ଧା ଜଣକ ମୁମ୍ବାଇରେ ରୁହନ୍ତି ଏବଂ ନିଜର ଇଙ୍ଗିତରେ ଲୋକଙ୍କୁ ପ୍ରେରିତ କରୁଛନ୍ତି। ଲକ୍ଷ୍ମଣ ଏହି ଅମ୍ମାଙ୍କ ଫ୍ୟାନ୍ ହୋଇଯାଇଛନ୍ତି ଏବଂ ତାଙ୍କର ଏହି ଉଦାର କାମ ପାଇଁ ତାଙ୍କୁ ସଲାମ କରୁଛନ୍ତି।

wp:core-embed/twitter {"url":"https://twitter.com/VVSLaxman281/status/1268562357468479488","type":"rich","providerNameSlug":"twitter","className":""}
https://twitter.com/VVSLaxman281/status/1268562357468479488
/wp:core-embed/twitter

କରୋନା ଭାଇରସ୍ ଯୋଗୁଁ ପୂରା ବିଶ୍ବ ଅଟକି ଯାଇଛି। ଭାରତରେ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଲକଡାଉନ୍ ପରଠୁ ସବୁଠୁ ଅଧିକ ସମସ୍ୟାର ସମ୍ମୁଖୀନ ପ୍ରବାସୀ ଶ୍ରମିକ ହେଉଛନ୍ତି। ଏହି ଶ୍ରମିକଙ୍କୁ ରହିବା ଏବଂ ଖାଇବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି ପ୍ରବାସୀ ଶ୍ରମିକଙ୍କ ସାହାଯ୍ୟ ପାଇଁ ଅନେକ ଲୋକ ସାମନାକୁ ଆସିଛନ୍ତି। ଏପରି କ୍ଷେତ୍ରରେ ମୁମ୍ବାଇର ଜଣେ ୯୯ବର୍ଷ ବୟସ୍କା ଅମ୍ମା ମଧ୍ୟ ଏହି ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିବା ପାଇଁ ସାମନାକୁ ଆସିଛନ୍ତି ଏବଂ ଏକ ଉଦାହରଣ ପାଲଟିଛନ୍ତି।

wp:core-embed/twitter {"url":"https://twitter.com/zfebrahim/status/1266378510139969538","type":"rich","providerNameSlug":"twitter","className":""}
https://twitter.com/zfebrahim/status/1266378510139969538
/wp:core-embed/twitter

ଲକ୍ଷ୍ମଣ ଏହି ଅମ୍ମାଙ୍କ ପାଇଁ ଟ୍ବିଟ୍ କରି ଲେଖିଛନ୍ତି ଯେ ମୁମ୍ବାଇରେ ପ୍ରବାସୀ ଶ୍ରମିକଙ୍କ ପାଇଁ ୯୯ବର୍ଷ ବୟସ୍କା ଅମ୍ମାଙ୍କୁ ଖାଦ୍ୟ ପ୍ରସ୍ତୁତ କରୁଥିବା ଦେଖିବା ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ପ୍ରେରଣାଦାୟକ। ଦୟା ଏବଂ ଉଦାରତାର ଏପରି କାମ କେବଳ ପ୍ରେମ ଏବଂ ଦେଖାଶୁଣାରେ ଆମ ବିଶ୍ବାସକୁ ବଢ଼ାଇଥାଏ ଏବଂ କହିଥାଏ ଯେ ଆମେ ପରସ୍ପରକୁ ସାହାଯ୍ୟ କରିବାକୁ ସକ୍ଷମ। ଏହି ଅଦ୍ଭୁତ ମହିଳାଙ୍କୁ ବିନମ୍ର ପ୍ରଣାମ।

ସୋସିଆଲ୍ ମିଡିଆରେ ଏହି ଅମ୍ମାଙ୍କ ଭିଡିଓ ଜୋରସୋର​‌ରେ ଭାଇରାଲ୍ ହୋଇଥିଲା। ଏହି ଭିଡିଓରେ ଏହି ଅମ୍ମା ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ପ୍ୟାକ୍ କରୁଥିବା ନଜର ଆସିଥିଲେ। ତାଙ୍କର ଏହି ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରିଥିଲେ।

ଏହି ଭିଡିଓକୁ ପାକିସ୍ତାନର କରାଚୀରୁ ଜାହିଦ ଏଫ ଇବ୍ରାହିମ୍ ନାମକ ବ୍ୟକ୍ତି ଟ୍ବିଟରରେ ସେୟାର କରିଥିଲେ। ସେ କହିଥିଲେ ଯେ ତାଙ୍କର ୯୯ବର୍ଷ ବୟସ୍କା ପିଇସି ମୁମ୍ବାଇରେ ପ୍ରବାସୀ ଶ୍ରମିକଙ୍କ ପାଇଁ ଅତ୍ୟନ୍ତ ଶ୍ରଦ୍ଧାରେ ଭୋଜନର ପ୍ୟାକେଟ୍ ପ୍ରସ୍ତୁତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.