ଧାଓ୍ୱନଙ୍କ ବଦଳରେ ରୋହିତଙ୍କ ସହ ଏହି ଖେଳାଳି କରନ୍ତୁ ଓପନିଂ, ଏମିତି କାହିଁକି କହିଲେ ଭିଭିଏସ ଲକ୍ଷ୍ମଣ ?

Published By : Prameya-News7 Bureau | March 09, 2021 IST

ନୂଆଦିଲ୍ଲୀ, ୦୯/୦୩ : ଭାରତୀୟ ଦଳର ଓପନର ଶିଖର ଧାଓ୍ୱନ ବିଜୟ ହଜାରେ ଟ୍ରଫିରେ ଆକର୍ଷଣୀୟ ପ୍ରଦର୍ଶନ ପରେ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ପ୍ରସ୍ତୁତ ଅଛନ୍ତି । ଧାଓ୍ୱନ ହେଉଛନ୍ତି ଭାରତୀୟ ଦଳର ଅନ୍ୟତମ ଶ୍ରେଷ୍ଠ ଓପନର । ସେ ନିଜର ସାଥି କ୍ରିକେଟର ରୋହିତ ଶର୍ମାଙ୍କ ସହ ଓପନିଂ ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ପୂର୍ବତନ ଭାରତୀୟ ଓପନର ଭିଭିଏସ ଲକ୍ଷ୍ଣଣ ଇଂଲଣ୍ଡ ବିପକ୍ଷ ଟି୨୦ ପାଇଁ ଅନ୍ୟ ଖେଳାଳିଙ୍କୁ ଓପନର ଭାବେ ଦେଖିବାକୁ ଚାହାଁନ୍ତି ବୋଲି କହିଛନ୍ତି । ଧାଓ୍ୱନଙ୍କ ବଦଳରେ କେଏଲ ରାହୁଲଙ୍କୁ ଦଳ ଓପନର ଭାବେ ନେଉ ବୋଲି ସେ କହିଛନ୍ତି ।

ଲକ୍ଷ୍ମଣ କହିଛନ୍ତି ଯେ, ରାହୁଲ ରୋହିତଙ୍କ ସହ ଓପନିଂ କରିବା ଉଚିତ । ଦଳ ଓପନିଂ କାହାକୁ ଦେବ ତାକୁ ନେଇ ଦ୍ୱନ୍ଦ୍ୱରେ ରହିଛି । ସିରିଜରେ ୧୯ ଖେଳାଳିଙ୍କୁ ସ୍ଥାନ ମିଳିଛି । ସବୁ ସ୍ଥାନ ପାଇ ୨ଜଣ ଲେଖାଏଁ ଖେଳାଳି ରହିଛନ୍ତି । ଧଳା ବଲ୍ କ୍ରିକେଟରେ ରୋହିତଙ୍କୁ ନେଇ କୌଣସି ପ୍ରଶ୍ନ ନାହିଁ । ସେ ଓପନିଂ କରିବେ । ଗତ କିଛି ବର୍ଷ ହେବ ଓପନିଂରେ କେଏଲ ରାହୁଲ ଭଲ ପ୍ରଦର୍ଶନ କରିଛନ୍ତି । ବିରାଟ କୋହଲି ହେଉଛନ୍ତି ଦଳର ମେରୁଦଣ୍ଡ । ଅଷ୍ଟ୍ରେଲିଆ ଗସ୍ତରେ ରୋହିତଙ୍କ ଅନୁପସ୍ଥିତିରେ ରାହୁଲ ଓପନିଂ କରିଥିଲେ । ସେହିସମୟରେ ରୋହିତ ଆହତ ଜନିତ ସମସ୍ୟାରୁ ଦଳରୁ ବାଦ୍ ପଡିଥିଲେ ।

{"id":419928,"sizeSlug":"large","linkDestination":"none"}

ଲକ୍ଷ୍ମଣ ଆହୁରି କହିଛନ୍ତି ଯେ, ଆଇପିଏଲରେ ଧାଓ୍ୱନ ଭଲ ପ୍ରଦର୍ଶନ କରିଥିଲେ । ସେ ଦିଲ୍ଲୀ କ୍ୟାପିଟାଲ୍ସ ଓ ବିଜୟ ହଜାରେ ଟ୍ରଫିରେ ଶତକ ଲଗାଇଥିଲେ । କିନ୍ତୁ ଏବେ ସେ ରାହୁଲଙ୍କ ଉପରେ ବେଶୀ ଭରସା କରୁଛନ୍ତି । ରାହୁଲ ଜଣେ ଭଲ ଓପନର ।

କେଏଲ ରାହୁଲଙ୍କ ଟି୨୦ ପ୍ରଦର୍ଶନ ଉପରେ ନଜର ପକାଇଲେ ସେ ରାଙ୍କିଂରେ ୨ ନମ୍ବର ସ୍ଥାନରେ ରହିଛି । ସେ ୮୧୬ ପଏଣ୍ଟ ପାଇଛନ୍ତି । ସେ ଇଂଲଣ୍ଡର ଡେଭିଡ୍ ମଲାନଙ୍କ ପଛରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.