Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଦ୍ରାବିଡଙ୍କ ପରେ ଲକ୍ଷ୍ମଣଙ୍କୁ ବଡ ଦାୟିତ୍ଵ ଦେବ ବିସିସିଆଇ ! ଏମିତି ଚାଲିଛି ପ୍ରସ୍ତୁତି

6/11/2021 at 4:35 PM

ନୂଆଦିଲ୍ଲୀ ୦୬।୧୧: ରାହୁଲ ଦ୍ରାବିଡଙ୍କୁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ପଦରେ ନିଯୁକ୍ତ ଦେବା ପରେ ବିସିସିଆଇ ଭାରତର ପୂର୍ବତନ କ୍ରିକେଟ୍ ଖେଳାଳି ଭିଭିଏସ ଲକ୍ଷ୍ମଣଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀର ପ୍ରମୁଖ କରିବାକୁ ମନସ୍ଥ କରିଛି।  ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସର୍ବଦା ଏହା ଉପରେ ଜୋର ଦେଇ ଆସିଛନ୍ତି ଯେ, ପୂର୍ବତନ କ୍ରିକେଟ୍‌ର ସିଷ୍ଟମକୁ ଆସି ଭାରତରେ ଏହି ଖେଳକୁ ଆଗକୁ ନେବାରେ ସାହାଯ୍ୟ କରନ୍ତୁ। ବିସିସିଆଇ ଦ୍ରାବିଡଙ୍କୁ ଭାରତୀୟ ଦଳର କୋଚ୍ କରାଇବା ପାଇଁ ତାଙ୍କୁ ମନାଇବାରେ ସଫଳ ହୋଇଥିଲା।

ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି,  ସଂପାଦକ ଜୟ ଶାହା ଏବଂ ଅନ୍ୟ  ବରିଷ୍ଠ ଅଧିକାରୀ ଚାହାନ୍ତି ଯେ, ଲକ୍ଷ୍ମଣ ଏନସିଏର ମୁଖ୍ୟ  ଭାବେ କାମ କରନ୍ତୁ। କାରଣ ବିସିସିଆଇ ଗତ କିଛି ବର୍ଷ ଧରି ଏନସିଏର ମୁଖ୍ୟ ଭାବେ ଦ୍ରାବିଡଙ୍କ ସହ ମିଶି କାମ କରିଛି। ସୌରଭ ଗାଙ୍ଗୁଲି ଓ ଜୟ ଶାହା ଲକ୍ଷ୍ମଣଙ୍କୁ ଏନସିଏର ନିର୍ଦ୍ଦେଶକ ଭୂମିକାରେ ଦେଖିବାକୁ ଚାହାନ୍ତି। କିନ୍ତୁ ଏହାର ଚୂଡାନ୍ତ ନିଷ୍ପତ୍ତି ଲକ୍ଷ୍ମଣଙ୍କୁ ନେବାକୁ ପଡିବ।

ଅଧିକାରୀ କହିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଲକ୍ଷ୍ମଣ ଏନସିଏର ନିର୍ଦ୍ଦେଶକ ପଦ ଦୌଡରେ ସବୁଠୁ ଆଗରେ ରହିଛନ୍ତି। ଆମେ ଏହା ଭୁଲିବା ଉଚିତ୍ ନୁହେଁ ଯେ, ଲକ୍ଷ୍ମଣଙ୍କ ରାହୁଲ ଦ୍ରାବିଡଙ୍କ ସହିତ ଖାସ୍ ସଂପର୍କ ରହିଛି। ଏହା ବହୁତ ଭଲ ସମନ୍ଵୟ ହେବ ଯେ, ଉଭୟ ମିଶି ଭାରତୀୟ କ୍ରିକେଟ୍‌କୁ ଆଗକୁ ନେବାର କାମ କରନ୍ତୁ। ଦ୍ରାବିଡ ଭାରତୀୟ ଦଳର କୋଚ୍ ଭାବେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରୁ ନିଜର କାମ ଆରମ୍ଭ କରିବେ। ଏବେ ଦେଖିବା ବାକି ରହିଲା ଯେ, କଣ ଲକ୍ଷ୍ମଣ ନୂତନ ଭୂମିକା ପାଇଁ ରାଜି ହେବେ କି ନାହିଁ।

   Related Posts