ପ୍ରଧାନମନ୍ତ୍ରୀ ଏବଂ ଭିଭିଆଇପିଙ୍କ ଲାଗି କିଣାଯିବ ୨ଟି ସ୍ବତନ୍ତ୍ର ବିମାନ, ଖର୍ଚ୍ଚ ୮,୪୫୮କୋଟି ଟଙ୍କା

Published By : Prameya-News7 Bureau | February 05, 2020 IST

ନୂଆଦିଲ୍ଲୀ ୦୫।୦୨: ଦେଶରେ ଭିଭିଆଇପିଙ୍କ ପାଇଁ ଆସିବ ନୂଆ ବିମାନ ।  ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ ରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବିଦେଶରୁ କିଣାଯିବ ନୂତନ ବିମାନ । ୮,୪୫୮କୋଟି ଟଙ୍କା  ବିନିମୟରେ  Boeing 777-300ERର ୨ଟି ବିମାନ କିଣାଯିବ । ବିମାନ କ୍ରୟ ନେଇ ୨୦୨୦ ବଜେଟରେ ୮୧୦,୨୩ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି । କିଣାଯିବାକୁ ଥିବା ବିମାନଗୁଡିକ ଆମେରିକା ରାଷ୍ଟ୍ରପତିଙ୍କ ବିମାନ ଏୟାରଫୋର୍ସ ଓ୍ବାନ୍ ସଦୃଶ୍ୟ ।

ସଂସଦରେ ଶନିବାର ଦିନ ନିଜ ବଜେଟ ଅଭିଭାଷଣ ରଖିବା ବେଳେ ନିର୍ମଳା ସୀତାରମଣ ଏପିର ଘୋଷଣା କରିଛନ୍ତି । ୨୦୨୦-୨୧ ବଜେଟ୍‌ରେ ୮୧୦,୨୩କୋଟି ଟଙ୍କାର ଆବଣ୍ଟନ କରାଯାଇଛି । ଏହାପୂର୍ବରୁ ୨୦୧୮-୧୯ ବଜେଟ ଓ ୨୦୧୯-୨୦ ବଜେଟ୍‌ରେ ୪,୭୪୧.୮୫ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା । ତେବେ ଏସମସ୍ତ ବିମାନଗୁଡିକ କେବଳ ଭିଭିଆଇପିଙ୍କ ଉଦ୍ଦେଶ୍ୟରେ କିଣାଯିବ ।  ୨୫ବର୍ଷ ହେଲା ସେବା ଯୋଗଇ ଆସୁଥିବା Boeing 747ର ସ୍ଥାନ ନେବ Boeing 777-300ER ବିମାନ । ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ Boeing 747 ବିମାନର ବ୍ୟବହାର କରୁଛନ୍ତି । ଜୁଲାଇ ପର୍ଯ୍ୟନ୍ତ ଏହି ବିମାନଗୁଡି ସେବା ଯୋଗାଇଦେବା  ପାଇଁ ଲକ୍ଷ୍ୟ ରଖାଯାଇଛି । ବିମାନଗୁଡିକର ଦେଖାଶୁଣା ପୂର୍ବପରି ଭାରତୀୟ ଏୟାରଫୋର୍ସ କରିବ ।

କିଣାଯିବାକୁ ଥିବା ବିମାନଗୁଡିକ ସ୍ବତନ୍ତ ଡିଜାଇନରେ ନିର୍ମାଣ କରାଯାଇଛି । ବିମାନରେ ଅତ୍ୟାଧୁନିକ ଆଡଭାନ୍ସ ଡିଫେନ୍ସ ସିଷ୍ଟମ ରହିଛି । ଯାହାକି ଶତ୍ରୁ ପକ୍ଷକୁ ଚକ୍‌ମା ଦେବାରେ ମାହିର । ବିଶେଷ ପ୍ରକାରର ମେଟାଲରେ ବିମାନକୁ ନିର୍ମାଣ କରାଯାଇଛି । ଏକାସାଙ୍ଗରେ ୧୯ଟି ଟିଭି ଲାଗିପାରିବ । ବିମାନରେ ଅତ୍ୟାଧୁନିକ ସଞ୍ଚାର ବ୍ୟବସ୍ଥା ରହିଛି । ଯାହାଦ୍ବାରା ଯେକୌଣସି ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କ ସହ ଫୋନ୍‌ ଯୋଗେ କଥା ହୋଇପାରିବେ । ବିମାନକୁ ଯଦି ଆକାଶପଥରେ କୌଣସି ଶତ୍ରୁ ଆକ୍ରମଣ କରୁଛନ୍ତି , ତେବେ ସେମାନଙ୍କୁ ନିପାତ କରିବା ପାଇଁ ବିମାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିମାନରେ ଏକାସାଙ୍ଗରେ ୧୦୦ଲୋକଙ୍କ ପାଇଁ ଭୋଜନ ପ୍ରସ୍ତୁତ କରାଯାଇପାରିବ । ଯଦି ଆକାଶପଥରେ ବିମାନର ଇନ୍ଧନ ସରିଯାଏ, ତେବେ ଆକାଶପଥରେ ହିଁ ଇନ୍ଧନ ଭର୍ତ୍ତି କରିବାର ବ୍ୟବସ୍ଥା ରହିଛି । ବିମାନରେ ୨୪ଘଣ୍ଟିଆ ମେଡିକାଲ ସୁବିଧା ଉପଲବ୍ଧ ଅଛି ।

ତେବେ ଏୟାରଇଣ୍ଡିଆ ପକ୍ଷରୁ ବିମାନର କୌଣସି ମୁଲ୍ୟ କୁହାଯାଇନଥିବା ବେଳେ ବଜାରରେ ଏହାର ମୁଲ୍ୟ ୮,୪୫୮ବୋଲି ଅନୁମାନ କରାଯାଉଛି । ସମସ୍ତ ଟଙ୍କା ଭାରତୀୟ ଭଣ୍ଡାରରୁ ଖର୍ଚ୍ଚ ହେବ । ବୋଇଂ କମ୍ପାନୀ ମୁତାବିକ ୨୦୦୬ରେ ବିମାନ କିଣାବିକା ନେଇ ବୁଝାମଣା ହୋଇଥିଲା । ଗତବର୍ଷ ବିମାନର ଦାମ୍‌ ୫.୫ କୋଟି ଡଲାର ଟଙ୍କା ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.