କାହିଁକି ବିନା ହେଲମେଟରେ ଘାତକ ବୋଲରଙ୍କୁ ସାମ୍ନା କରୁଥିଲା ଭିଭିଆନ୍ ରିଚାର୍ଡସ ? କହିଲେ ଏହା ପଛର କାରଣ

Published By : Prameya-News7 Bureau | April 10, 2020 IST

ନୂଆଦିଲ୍ଲୀ, ୧୦|୦୪:  ମହାନ ବ୍ୟାଟସମ୍ୟାନ ଭିଭିଆନ୍ ରିଚାର୍ଡସ୍ ବିନା ହେଲେମେଟରେ ବ୍ୟାଟିଂ କରିବା ପାଇଁ ପରିଚିତ । ସେହି ସମୟରେ ସେ ଅନେକ ଘାତକ ବୋଲରଙ୍କ ସାମ୍ନା କରୁଥିଲେ । କିନ୍ତୁ କେବେ ହେଲମେଟ୍ ପିନ୍ଧି ଖେଳୁ ନଥିଲେ । ରିଚାର୍ଡସ୍ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ସେନ୍ ଓ୍ୱାଟସନଙ୍କ ସହ ଆଲୋଚନାରେ କଣ ପାଇଁ ବିନା ହେଲମେଟରେ ଖେଳନ୍ତି ତାହାର କାରଣ କହିଛନ୍ତି ।

ରିଚାର୍ଡସ୍ କହିଛନ୍ତି ଯେ, ଖେଳ ପ୍ରତି ତାଙ୍କର ଭଲ ପାଇବା ଏପରି ଥିଲା । ସେ କ୍ରିକେଟକୁ ବହୁତ ଭଲ ପାଉଥିଲେ । ଖେଳିବା ସମୟରେ ସେ ପ୍ରାଣତ୍ୟାଗ କରିଥିଲେ ମଧ୍ୟ ଦୁଋଖ କରିନଥାନ୍ତେ । ସେ ଅନ୍ୟ ଖେଳାଳିଙ୍କଠାରୁ ପ୍ରେରଣା ପାଇଥାନ୍ତି ଯେଉଁମାନେ ନିଜ ଜୀବନକୁ ଖେଳିବା ବେଳେ ବାଜିରେ ଲଗାଇଥାନ୍ତି । ଅନେକ ଖେଳାଳି ନିଜ ଖେଳକୁ ସମ୍ମାନ କରିଥାନ୍ତି । ଫର୍ମୁଲା-୧ ରେସରେ ସେ ଖେଳାଳିଙ୍କୁ କାର ଚଲାଉଥିବା ଦେଖିଛନ୍ତି । ଏହାଠୁ ବିପଦଜ୍ଜନକ ଆଉ କିଛି ହୋଇନପାରେ ।

{"id":251799,"width":749,"height":689,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, ତାଙ୍କ ଡେଣ୍ଟିଷ୍ଟ୍ ମାଉଥ୍ ଗାର୍ଡ ଲଗାଇବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ସେ ଏପରି କରିନଥିଲେ । କାରଣ ଏପରି କରିବା ଦ୍ୱାରା ସେ ଚ୍ୱିଇଂ ଗମ୍ ଚୋବାଇ ପାରିବେ ନାହିଁ । ସେ କିଛିଦିନ ମାଉଥ ଗାର୍ଡ ବ୍ୟବହାର କରି ଖୋଲିଦେଇଥିଲେ ।

ରିଚାର୍ଡସ୍ ୧୯୯୧ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୫ହଜାରରୁ ଅଧିକ ରନ କରିବା ପରେ କ୍ରିକେଟରୁ ଅବସର ଗ୍ରହଣ କରିଥିଲେ । ସେ ବିନା ହେଲମେଟ୍ ଓ ଗାର୍ଡରେ ଘାତକ ବୋଲରଙ୍କୁ ସାମ୍ନା କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.