ନନ୍ଦନକାନନ ଶାଗୁଣା ପ୍ରଜନନ କେନ୍ଦ୍ରରେ ପ୍ରଥମ କରି ଗୋଟିଏ ଶାଗୁଣା କଲା ଅଣ୍ଡା ଦାନ, ପରିବେଶବିତଙ୍କ ମଧ୍ୟରେ ଆଶା ସଂଚାର

Published By : Prameya-News7 Bureau | January 05, 2019 IST

ଭୁବନେଶ୍ବର ୫|୧: ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଶାଗୁଣା ପ୍ରଜନନ କେନ୍ଦ୍ରରେ ପ୍ରଥମ  ଥର ପାଇଁ ଏକ ଶାଗୁଣା ଅଣ୍ଡା ଦାନ କରିଛି । ଏହି ସଫଳତା ପରେ ଆଗାମୀ ଦିନରେ ସାଧାରଣ ପରିବେଶରେ ଶାଗୁଣା ଦେଖାଦେବା ନେଇ ଆଶା ପ୍ରକଟ କରିଛନ୍ତି ପରିବେଶବିତ୍ । ...

{"id":70692}

୧୯୯୯ ମହାବାତ୍ୟ ପରଠୁ ଓଡ଼ିଶାରେ ଶାଗୁଣା ବଂଶ ଲୋପ ପାଇଯାଇଥିଲା । ଯାହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ପରିବେଶବିତ୍ ଓ ନନ୍ଦନକାନନ କର୍ତ୍ତୃପକ୍ଷ । ଏହା ପରେ କେନ୍ଦ୍ରୀୟ ଚିଡିଆଖାନା ସହାୟତରେ ୭୦ ଲକ୍ଷ ଟଙ୍କା ବ୍ୟୟରେ ରାଜ୍ୟ ଉଦ୍ଭିଦ ବିଜ୍ଞାନରେ ଶାଗୁଣା ପ୍ରଜନନ କେନ୍ଦ୍ର ନିର୍ମାଣ କରାଯାଇଥିଲା । ୨୦୧୮ ନଭେମ୍ବର ୨୭ରେ ଲିଙ୍ଗବିଲଡ ପ୍ରଜାତିର ୬ ହଳ ଶାଗୁଣା ପ୍ରଜନନ କେନ୍ଦ୍ରରେ ଛଡାଯାଇଥିଲା । ଶାଗୁଣାଙ୍କୁ ଛାଡିବା ପରଠୁ ସେମାନଙ୍କ ମଧ୍ୟରେ ମିଳନ ଚାଲିଥିଲା । ପ୍ରଥମ ଥର ପାଇଁ ଗୋଟିଏ ଶାଗୁଣା ପ୍ରଜନନ କେନ୍ଦ୍ରରେ ଅଣ୍ଡା ଦାନ କରିଛି । ଏଥି ସହ ଅନ୍ୟମାନେ ଅଣ୍ଡାଦେବା ନେଇ ଆଶା ଉଦଜ୍ଜଳ ହୋଇଛି ।

{"id":70693}

ଶାଗୁଣା ମିଳନ ସମୟରେ କୌଁସି ଖାଦ୍ୟ ଗ୍ରହଣ କରନ୍ତି ନାହିଁ । ୧୫ ଦିନ ପର୍ଯ୍ୟନ୍ତ ଖାଦ୍ୟ ନଖାଇ ଶାଗୁଣା ବଞ୍ଚି ପାରନ୍ତି ବୋଲି ପରିବେଶବିତମାନେ କହିଛନ୍ତି । ଆଗକୁ ଶାଗୁଣାମାନେ ଆହୁରୀ ଅଣ୍ଡା ଦେବାର ଆଭାସ ମିଳିଛି । ତେବେ ଅଣ୍ଡାଗୁଡିକୁ ପରୀକ୍ଷାଗାରରେ ବୈଜ୍ଞାନିକ ପଦ୍ଧତିରେ ଛୁଆ ବାହାର କରିବାକୁ ଯୋଜନା ରହିଛି । ଶାଗୁଣା ଅଣ୍ଡାଦାନକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ବି ଖୁସି ଦେଖା ଯାଇଛି ।

{"id":70695}

ନନ୍ଦନକାନନରେ ୧୩ଟି ଲିଙ୍ଗବିଲଡ, ୩ଟି ସ୍ନେରିୟସ, ୨ଟି ଗ୍ରିଫନ ଏବଂ ଗୋଟିଏ ହ୍ବାଇଟ୍ ବକଡ ପ୍ରଜାତିର ଶାଗୁଣା ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.