ଶାଗୁଣା ପିଠିରେ ଚିପ୍ ଓ ଟ୍ୟାଗ୍ ଦେଖି ଲୋକେ ଡରିଲେ, ବନ କର୍ମଚାରୀ କହିଲେ...

Published By : Prameya-News7 Bureau | April 24, 2020 IST

କୂଶୀନଗର ୨୪/୦୪ : କୂଶୀନଗର ବରବାପଟ୍ଟୀ ଥାନା ଅନ୍ତର୍ଗତ ରାମପୁର ବକୁଳହବା ଗାଁରେ ଆଖୁ କିଆରୀରେ ଏକ ଶାଗୁଣା ଦେଖିବାକୁ ମିଳିଛି ଯାହା ଦେହରେ ଚିପ ଲାଗିଛି | ଶାଗୁଣା ଦେହରେ କୋଡ଼ିଙ୍ଗ ମଧ୍ୟ ହୋଇଛି | ଶାଗୁଣା ସମ୍ପର୍କରେ ସୂଚନା ପାଇ ଆଖୁ କିଆରୀରେ ଗ୍ରାମବାସୀଙ୍କ ଭିଡ ଲାଗିଥିଲା | ସୂଚନାପାଇ ଥାନା ଅଧିକାରୀ ଅରବିନ୍ଦ କୁମାର ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ | ପୋଲିସ ଆସି ଶାଗୁଣାକୁ କାବୁ କରି ବନବିଭାଗକୁ ହସ୍ତାନ୍ତର କରିଥିଲା | ବନ ଅଧିକାରୀଙ୍କ କହିବାନୁଯାୟୀ, ଏହି ଶାଗୁଣାରେ କୌଣସି ଏକ ଅନୁସନ୍ଧାନ ସଂସ୍ଥା କୋଡ଼ିଙ୍ଗ କରିଛି ଏବଂ ତାର ଲୋକେସନ ଜାଣିବା ପାଇଁ ତା ଦେହରେ ଚିପ ଲଗାଇଛି | ସେ କହିଛନ୍ତି ଯେ ବିଲୁପ୍ତ ପ୍ରାୟ ପଶୁପକ୍ଷୀଙ୍କ ପାଇଁ ତାଙ୍କ ଅସ୍ତିତ୍ବ ଜାଣିବା ଉଦ୍ଦେଶ୍ୟରେ ଟ୍ୟାଗିଙ୍ଗ କରାଯାଇଥାଏ | ତେବେ ଏ ପର୍ଯ୍ୟନ୍ତ ଘଟଣା ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ | କୂଶୀନଗର ଡ଼ିଏଫଓଙ୍କୁ ଅବଗତ କରାଇ ଦିଆଯାଇଛି | ଶାଗୁଣା ଭୋକିଲା ଅଛି ଏବଂ ତା ପାଇଁ ମାଂସାହାରୀ ଭୋଜନର ପ୍ରବନ୍ଧ କରାଯାଉଛି |

ଥାନା ଅଧିକାରୀ କହିଛନ୍ତି ଯେ ଶାଗୁଣାର ଦୁଇ ପରରେ ହଳଦିଆ ରଙ୍ଗର ଟ୍ୟାଗ ଲାଗିଛି ଏବଂ ଗୋଟିଏ ଜିପିଏସ ଟ୍ରାକର ଲାଗିଛି | ଶାଗୁଣା ପ୍ରଜନନ ଓ ସଂରକ୍ଷଣ କେନ୍ଦ୍ର ସହିତ ସମ୍ବନ୍ଧିତ | ଏହାକୁ ସୁରକ୍ଷିତ ରଖିବା ପାଇଁ ପ୍ରଜନନ କେନ୍ଦ୍ର ଦ୍ୱାରା ଟ୍ୟାଗ କରାଯାଇଛି | ଜିପିଏସ ଟ୍ରାକର ମାଧ୍ୟମରେ ତାର ଲୋକେସନ ଏବଂ ଗତିବିଧି ଜାଣି ଡାଟା ପ୍ରସ୍ତୁତ କରାଯାଇଥାଏ | ଏହି ଶାଗୁଣାର ସମ୍ବନ୍ଧ କୌଣସି ଜାସୁସ କିମ୍ବା ସନ୍ଦିଗ୍ଧ କାର୍ଯ୍ୟକର୍ତ୍ତୀଙ୍କ ସହ ନୁହେଁ ବୋଲି କହିଛନ୍ତି ବନ ବିଭାଗ ଅଧିକାରୀ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.