Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ରଙ୍ଗଶାଳା ପାଲଟିଛି ସରକାରୀ ସ୍କୁଲ , ଜମୁଛି ଅଶ୍ଳୀଳ ନୃତ୍ୟର ଆସର : ଅଧିକାରୀ କହିଲେ ‘ଆମେ କିଛି ଜାଣିନୁ’

31/01/2021 at 3:13 PM

ପାଟନା, ୩୧/୧: କୁହାଯାଏ ବିଦ୍ୟାଳୟ ହେଉଛି ପିଲାମାନଙ୍କ ପାଇଁ ଶିକ୍ଷାର ମନ୍ଦିର । କିନ୍ତୁ ଲାଗୁଛି ବିହାରରେ ଏହି ମନ୍ଦିର ଏବେ ବାର୍‌ ଡ୍ୟାନ୍ସରଙ୍କ ରଙ୍ଗଶାଳା ପାଲଟିଯାଇଛି । ବିହାରର ସରକାରୀ ସ୍କୁଲ୍‌ରେ ଏବେ ଲୋକେ ବାର୍ଥ ଡେ ପାଳନ କରୁଛନ୍ତି । ପାର୍ଟି ଆୟୋଜନ କରୁଛନ୍ତି ଏବଂ ବାର୍‌ ଡ୍ୟାନ୍ସରଙ୍କୁ ଡାକି ଅଶ୍ଳିଳ ନୃତ୍ୟ ନଚାଉଛନ୍ତି ।

ଘଟଣା ଅନୁସାରେ, ପାଟନା ସହରର ମହନାର ଅଞ୍ଚଳରେ କିଛି ଲୋକ ସ୍କୁଲକୁ ଅଶ୍ଳୀଳ ଡ୍ୟାନ୍ସର ଆଡା କରିଦେଇଛନ୍ତି । ପିଲାଙ୍କ ଭବିଷ୍ୟତ ଗଢ଼ୁଥିବା ଏହି ସ୍କୁଲ୍‌ର ଶ୍ରେଣୀ ଗୃହରେ ଥିବା ବ୍ଲାକ୍‌ ବୋର୍ଡକୁ ଦେଖିଲେ ଏହାର ଆଗରେ ନାଲି –ନେଳି ଆଲୋକରେ ବାର୍‌ ଡ୍ୟାନ୍ସର ଗୀତର ତାଳେ ତାଳେ ଅଶ୍ଳୀଳ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି କି ଏହି ପାର୍ଟିରେ ସ୍କୁଲ୍‌ର ରାତ୍ର ଜଗୁଆଳ ସମେତ ପ୍ରଧାନ ଶିକ୍ଷକଙ୍କ ପୁଅ ମଧ୍ଯ ସାମିଲ୍‌ ହୋଇଥିବା ଜଣାପଡ଼ିଛି । ରାଜ୍ୟରେ ମଦ ବନ୍ଦ ହୋଇଥିଲେ ମଧ୍ୟ କୁହାଯାଉଛି ଯେ, ସେଠାରେ ଖାଲି ଡ୍ୟାନ୍ସ ପ୍ରୋଗ୍ରାମ ଚାଲୁନାହିଁ ଏହା ସହ ମଦ ମାଂସର ଆସର ମଧ୍ୟ ଜମୁଛି । ବାର୍‌ ଡ୍ୟାନ୍ସରଙ୍କ ସହ ଉପସ୍ଥିତ ସ୍ଥାନୀୟ ଯୁବକମାନେ ମଧ୍ୟ ଅଶ୍ଳୀଳ ନୃତ୍ୟ କରୁଛନ୍ତି । ଏହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

सरकारी स्कूल में बार बालाओं का डांस और शराब पार्टी

ଏହି ଭାଇରାଲ୍‌ ଭିଡିଓକୁ ନେଇ ଯେତେବେଳେ ସ୍ଥାନୀୟ ଅଧିକାରୀଙ୍କୁ ପ୍ରଶ୍ନ କରାଯାଇଥିଲେ ସେତେବେଳେ ସେ ଏହା ଅନ୍ୟ ଜିଲ୍ଲାର ଘଟଣା କହି ଦୋଷ ଠେଲି ଦେଇଥିଲେ । ଏହାପରେ ସେହି ଅଞ୍ଚଳର ଶିକ୍ଷା ଅଧିକାରୀ କହିଥିଲେ ଯେ, ଏହା ଆମ ଜିଲ୍ଲାର ମାମଲା ନୁହେଁ ଏବଂ ଏହାରି ସମ୍ୱନ୍ଧରେ ଆମକୁ କୌଣସି ସୂଚନା ମିଳିନାହିଁ । ତେବେ କହି ରଖୁଛୁ ଯେ ଭିଡିଓଟିରେ ସ୍କୁଲ୍‌ର ନାମ ସମ୍ପୂର୍ଣ୍ଣ ଭାବେ ଦେଖାଯାଉଛି ।  

   Related Posts