ଫେବୃଆରୀ ୧ରୁ ମାଘମେଳା, ଜମିବ ଖଣ୍ଡଗିରି ଯାତ୍ରା : ଏଥର ଅପେରାରେ ଅଶ୍ଳୀଳ ନୃତ୍ୟ ଉପରେ ଲାଗିଲା ରୋକ୍

Published By : Prameya-News7 Bureau | January 25, 2020 IST

ଭୁବନେଶ୍ବର ୨୫।୧: ଫେବୃଆରି ୧ରେ ମାଘମେଳା ଅବସରରେ ଭୁବନେଶ୍ବରରେ ଆରମ୍ଭ ହେବ ଖଣ୍ଡଗିରି ଯାତ୍ରା । ଏହାକୁ ନେଇ ଯାତ୍ରାକମିଟି ସହ ଆଲୋଚନା କରିଥିଲେ ବିଏମସି ଅଧିକାରୀ । ତେବେ ଏଥର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ବ୍ୟାନ୍ କରାଯାଇଛି ।

{"id":215619,"sizeSlug":"large"}

ଫେବୃଆରି ୧ ମାଘମେଳା । ଆରମ୍ଭ ହେବ ଖଣ୍ଡଗିରି ଯାତ୍ରା । ଚାଲିବ ବିଭିନ୍ନ ଅପେରା ପାର୍ଟିଙ୍କ ଭିତରେ ପ୍ରତିଯୋଗିତା । ପରସ୍ପରକୁ ଟକ୍କର ଦେବେ ଜଲିଉଡ୍ ର କଳାକାର । ଜମିବ ଯାତ୍ରାପ୍ରେମୀଙ୍କ ଭିଡ଼ । ହେଲେ ଗଲାବର୍ଷ ଭଳି ଏଥର ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଚାଲିପାରିବ ନାହିଁ ବୋଲି ଯାତ୍ରା କମିଟି ଗୁଡ଼ିକୁ ରୋକ୍ ଠୋକ୍ ଶୁଣାଇଦେଇଛନ୍ତି ବିଏମସି ଅଧିକାରୀ ।

{"id":215621,"sizeSlug":"large"}

ଗତବର୍ଷ ଖଣ୍ଡଗିରି ଯାତ୍ରାରେ ବିଭିନ୍ନ ଅପେରା ପାର୍ଟିଙ୍କ ଦ୍ବାରା ଆୟୋଜିତ ରେକର୍ଡ଼ ଡ୍ୟାନ୍ସରେ ଆଇଟମ୍ ଗାର୍ଲଙ୍କ ଅଶ୍ଳୀଳ ନୃତ୍ୟ ପୂରା ସୀମା ଟପିଥିଲା । ଯାହାକୁ ନେଇ ନିଜ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ ପରିବାର ସହ ଯାତ୍ରା ଦେଖିବାକୁ ଆସୁଥିବା ସାଧାରଣ ଲୋକ । ଲୋକଙ୍କ ଅସନ୍ତୋଷକୁ ଦେଖି ସେତେବେଳେ ଏଭଳି ଅଶ୍ଳୀଳତା ବିରୋଧରେ ସ୍ବର ଉତ୍ତୋଳନ କରିଥିଲା ନ୍ୟୁଜ୍ ୭। ଆଉ ବାରମ୍ବାର ଖବର ପ୍ରସାରଣ ପରେ ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ବ୍ୟାନ୍ କରିବାକୁ ବାଧ୍ୟ ହୋଇଥିଲା ପ୍ରଶାସନ ।

{"id":215622,"sizeSlug":"large"}

ଗତବର୍ଷ ଖଣ୍ଡଗିରି ଯାତ୍ରାରେ ଆକ୍ସନ ଓ ରିଆକ୍ସନକୁ ଦେଖି ଏଥର ଆଗୁଆ ପଦକ୍ଷେପ ନେଇଛି ବିଏମସି ପ୍ରଶାସନ । ଆଉ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବ୍ୟାନ୍ ପାଇଁ ତାଗିଦ୍ କରିଛି । ଫେବୃଆରୀ ୧ରୁ ଆରମ୍ଭ ହେଉଥିବା ମାଘମେଳା ସହ ଖଣ୍ଡଗିରି ଯାତ୍ରା ୧୬ ଯାଏଁ ଚାଲିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.