Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

କରୋନାରେ ସ୍ବାମୀଙ୍କ ମୃତ୍ୟୁ ପରେ ଅଧ୍ୟାପିକା କୋଭିଡ୍ ପଜିଟିଭ୍, ୩ ତାରିଖ ଯାଏଁ ଭିସୁଟ୍ ସଟ୍ ଡାଉନ୍

1/07/2020 at 3:19 PM

ସମ୍ବଲପୁର ୧।୭: ଆସନ୍ତା ୩ ତାରିଖ ଯାଏଁ ସଟ୍ ଡାଉନ୍ ହେଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ । ପ୍ରଥମେ ଅଧ୍ୟାପିକାଙ୍କ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ଅଧ୍ୟାପିକାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । ଯେହେତୁ ପ୍ରଶାସନିକ ତଥା ଅଫିସ କାର୍ଯ୍ୟ ଚାଲୁରହିଥିଲା ସଂକ୍ରମଣ ଆଶଙ୍କା କରି ପୁରା ଭିସୁଟକୁ ସିଲ୍ କରାଯାଇଛି । ପ୍ରଥମେ ସବୁ ବିଭାଗ ସାନିଟାଇଜ୍ ହେବ ଓ ପରେ କଣ୍ଟାକ୍ଟ ଟ୍ରେସିଂ ଆଧାରରେ କୋଭିଡ୍ ଟେଷ୍ଟିଂ କରାଯିବ ।

ସିଭିଲ ଇଂଜିନିଅରିଂ ବିଭାଗ ସହ ଅନ୍ୟ ବିଭାଗର ସମସ୍ତ ଟିଚିଂ ଓ ନନ୍ ଟିଚିଂ ଷ୍ଟାଫଙ୍କୁ ହୋମ୍ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ସମ୍ପୂର୍ଣ୍ଣ ବିଶୋଧନ ସହିତ କରୋନା ମୁକ୍ତ ଅଞ୍ଚଳ ଘୋଷଣା ନହେବା ପର୍ଯ୍ୟନ୍ତ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟକୁ ସଟ୍ ଡାଉନ୍ ରଖାଯିବ । ଅଧ୍ୟାପିକାଙ୍କ ସିଧାସଳଖ ସଂସ୍ପର୍ଶରେ ଆସିଥିବା ସମସ୍ତ ଅଧ୍ୟାପକଙ୍କ କରୋନା ଟେଷ୍ଟ ମଧ୍ୟ କରାଯିବ । ଆଜିଠାରୁ ଭିସୁଟର ସମ୍ପୂର୍ଣ୍ଣ ବିଶୋଧନ ପ୍ରକ୍ରିୟା ଆରମ୍ଭ ହେବ ।

   Related Posts