ଜାଣନ୍ତୁ ଜୁନ୍ ମାସର ପର୍ବ ଏବଂ ଏହାର ମହତ୍ତ୍ବ ବିଷୟରେ

Published By : Prameya-News7 Bureau | May 27, 2020 IST

ଜୁନ୍ ମାସର ଆରମ୍ଭ ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷର ଦଶମୀ ତିଥିରୁ ହୋଇଛି। ମାସ ଆରମ୍ଭରେ ମା’ ଗଙ୍ଗାଙ୍କ ଅବତରଣ ଦିନରୁ ହୋଇଛି ଏବଂ ପୁଣି ନିର୍ଜଳା ଏକାଦଶୀ,ମାସିକ ଶିବରାତ୍ରି,ଯୋଗିନୀ ଏକାଦଶୀ ଏବଂ ଗୁପ୍ତ ନବରାତ୍ରି ଭଳି ବ୍ରତ ମଧ୍ୟ ଏହି ମାସରେ ପଡ଼ୁଛି। ଏହି ସବୁ ବ୍ରତ ପର୍ବର ଧାର୍ମିକ ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ବ ରହିଛି। ଏଥର ଜୁନ୍ ମାସ ଏଥିପାଇଁ ମଧ୍ୟ ଖାସ୍ କାରଣ ଗୋଟିଏ ମାସରେ ୨ଟି ଏକାଦଶୀ,ନିର୍ଜଳା ଏକାଦଶୀ ଏବଂ ଯୋଗିନୀ ଏକାଦଶୀ ଆସୁଛି। ଏହି ମାସ ଭକ୍ତଙ୍କ ପାଇଁ ଉତ୍ତମ ବୋଲି କୁହାଯାଏ। ଆସନ୍ତୁ ଜାଣିବା ଏହି ମାସରେ ଆସୁଥିବା ପ୍ରମୁଖ ପର୍ବର ତିଥି ଏବଂ ଏଗୁଡ଼ିକର ଧାର୍ମିକ ଦୃଷ୍ଟିରୁ କ’ଣ ମହତ୍ତ୍ବ ରହିଛି।

୧.ଗଙ୍ଗା ଦଶହରା(୧ଜୁନ୍) : ଗଙ୍ଗା ଦଶହରା ପ୍ରତି ବର୍ଷ ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷର ଦଶମୀ ତିଥିରେ ପାଳନ କରିବାର ବିଧାନ ରହିଛି। ଏହା ଯୋଗୁଁ ଏହି ତିଥିରେ ଗଙ୍ଗା ସ୍ବର୍ଗରୁ ଓହ୍ଲାଇ ପୃଥିବୀ ଉପରକୁ ଆସିଥିଲେ। ସେବେଠାରୁ ମା’ ଗଙ୍ଗାଙ୍କୁ ପୂଜା କରିବାର ପରମ୍ପରା ଆରମ୍ଭ ହୋଇଛି। ଏହା ବି ବିଶ୍ବାସ ରହିଛି ଯେ ଏହି ଦିନ ଗଙ୍ଗାରେ ସ୍ନାନ କଲେ ଏବଂ ଦାନ କଲେ ସମସ୍ତ ପାପ ଧୋଇ ଯାଇଥାଏ ଏବଂ ମୁକ୍ତି ମିଳିଥାଏ।

୨. ନିର୍ଜଳା ଏକାଦଶୀ(୨ଜୁନ୍): ଜ୍ୟେଷ୍ଠ ଶୁକ୍ଳପକ୍ଷର ଏକାଦଶୀକୁ ନିର୍ଜଳା ଏକାଦଶୀ ପାଳନ କରାଯାଏ। ପୁରାଣରେ ନିର୍ଜଳା ଏକାଦଶୀ ବ୍ରତର ଖାସ୍ ମହତ୍ତ୍ବ ବିଷୟରେ କୁହାଯାଇଛି। ଏହା ସହିତ ସୂଚନା ଦିଆଯାଇଛି ଯେ ଯଦି ଆପଣ ୨୪ଏକାଦଶୀ ବ୍ରତ କରିପାରୁ ନାହାନ୍ତି ତେବେ ଆପଣ ନିର୍ଜଳା ଏକାଦଶୀ ବ୍ରତ କରି ସମସ୍ତ ଏକାଦଶୀ ବ୍ରତର ପୁଣ୍ୟ ପାଇ ପାରିବେ।

୩.କବୀର ଜୟନ୍ତୀ,ବଟ ସାବିତ୍ରୀ ପୂର୍ଣ୍ଣିମା ପକ୍ଷ(ଜୁନ୍ ୫): ବଟ ସାବିତ୍ରୀ ବ୍ରତ ଦେଶର କିଛି ଅଞ୍ଚଳରେ ଅମାବାସ୍ୟା ଦିନ କରାଯାଇଥାଏ ତଥା କିଛି ଅଞ୍ଚଳରେ ପୂର୍ଣ୍ଣିମା ଦିନ କରାଯାଇଥାଏ। ଏହି ଦିନ ବଟ ଅର୍ଥାତ୍ ବରଗଛର ପୂଜା କରାଯାଇଥାଏ। ଏହି ଦିନ ସମସ୍ତ ବିବାହିତା ମହିଳା ଭଲ ଭାବେ ସଜ ହୋଇ ବରଗଛରେ ପୂଜା କରନ୍ତି। ଏହା ସହିତ ଏହି ଦିନ କବୀର ଜୟନ୍ତୀ ପାଳନ କରାଯାଏ।

୪. ଯୋଗିନୀ ଏକାଦଶୀ(ଜୁନ୍ ୧୭) : ଆଷାଢ଼ ମାସର କୃଷ୍ଣ ପକ୍ଷରେ ପଡ଼ୁଥିବା ଏକାଦଶୀକୁ ଯୋଗିନୀ ଅଥବା ଶୟନୀ ଏକାଦଶୀ ଭାବେ ଜଣା ଯାଇଥାଏ। ଏହି ବ୍ରତକୁ ସମସ୍ତ ପ୍ରକାର ପାପରୁ ମୁକ୍ତି ପ୍ରଦାନ କରି ସୁଖ ପ୍ରଦାଦକାରୀ କୁହାଯାଇଥାଏ। ଏହା ତିନି ଲୋକରେ ପ୍ରସିଦ୍ଧ। ଭଗବାନ କୃଷ୍ଣ ସ୍ବୟଂ କହିଛନ୍ତି ଯେ ଯୋଗିନୀ ଏକାଦଶୀ ବ୍ରତ କଲେ ୮୮ହଜାର ବ୍ରାହ୍ମଣଙ୍କୁ ଭୋଜନ କରାଇବା ସମାନ ଫଳ ମିଳିଥାଏ।

୫.ମାସିକ ଶିବରାତ୍ରି(ଜୁନ୍ ୧୯) : ପ୍ରତ୍ୟେକ ମାସରେ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିକୁ ଶିବରାତ୍ରି ସମାନ ଫଳଦାୟକ କୁହାଯାଇଛି। ପ୍ରତି ମାସରେ ଏହା ପଡ଼ିଲେ ଏହାକୁ ମାସିକ ଶିବରାତ୍ରି କୁହାଯାଇଥାଏ। ଏହା ଭଗବାନ ଶିବଙ୍କୁ ସମର୍ପିତ। ଏହି ଦିନ ଉପବାସ ରଖି ସମସ୍ତ ପ୍ରକାର ମନସ୍କାମନା ପୂରଣ ହୋଇଥାଏ। ଏହି ବ୍ରତ ଦ୍ବାରା ଭୋଗ ଏବଂ ମୋକ୍ଷ ପ୍ରାପ୍ତି ହୋଇଥାଏ।

୬.କଙ୍କଣ ସୂର୍ଯ୍ୟପରାଗ(ଜୁନ୍ ୨୧) : ମେ ୨୧କୁ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବାକୁ ଯାଉଛି। ଏହି ପରାଗ ଭାରତରେ ମଧ୍ୟ ଦୃଶ୍ୟମାନ ହେବ। ଏହି ପରାଗ ସମୟରେ ସୂର୍ଯ୍ୟଙ୍କ ଆକୃତି କଙ୍କଣ ସମାନ ନଜର ଆସିବ ଏଥିପାଇଁ ଏହାକୁ କଙ୍କଣ ସୂର୍ଯ୍ୟପରାଗ ମଧ୍ୟ କୁହାଯାଏ।

୭. ଗୁପ୍ତ ନବରାତ୍ରି(ଜୁନ୍ ୨୨) : ନବରାତ୍ରି ମହାଶକ୍ତିଙ୍କ ଆରାଧନାର ପର୍ବ। ବର୍ଷରେ ଆଉ ଦୁଇଟି ନବରାତ୍ରି ହୋଇଥାଏ ଯାହାକୁ ଗୁପ୍ତ ନବରାତ୍ରି କୁହାଯାଇଥାଏ। ଯାହା ମାଘ ଏବଂ ଆଷାଢ଼ ମାସରେ ପାଳନ କରାଯାଇଥାଏ। ଏଥିରେ ଦେବୀ ଦୁର୍ଗାଙ୍କ ୧୦ମହାବିଦ୍ୟାଙ୍କର ସାଧନା କରାଯାଇଥାଏ। ଏହି ସାଧନା ସାଧାରଣତଃ ତନ୍ତ୍ରବିଦ୍ୟାରେ ରୁଚି ରଖୁଥିବା ସାଧକ ଏବଂ ତାନ୍ତ୍ରିକ କରିଥାନ୍ତି।

୮.ରଥ ଯାତ୍ରା ( ଜୁନ୍ ୨୩) : ପ୍ରତି ବର୍ଷ ଓଡ଼ିଶାର ପୁରୀରେ ଭଗବାନ ଜଗନ୍ନାଥଙ୍କ ଭବ୍ୟ ରଥ ଯାତ୍ରା ହୋଇଥାଏ। ଆଷାଢ଼ ମାସର ଶୁକ୍ଳ ପକ୍ଷ ଦ୍ବିତୀୟାରେ ବିଶ୍ବରେ ବିଖ୍ୟାତ ଏହି ଭବ୍ୟ ଯାତ୍ରାର ଆୟୋଜନ ହୋଇଥାଏ। ଏହି ରଥଯାତ୍ରାରେ ଭାଗ ନେବା ପାଇଁ ଦେଶବ୍ୟାପି ବ୍ୟତୀତ ବିଦେଶରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.