IPLରେ କୋଭିଡ-୧୯ ଯାଞ୍ଚ କରିବେ ଭିପିଏସ୍ ହେଲଥ୍ କେୟାର

Published By : Prameya-News7 Bureau | August 26, 2020 IST

ଦୁବାଇ ୨୬।୮: ୟୁନାଇଟେଡ୍ ଆରବ ଏମିରେଟସ୍‌(ୟୁଏଇ)ରେ ଅନୁଷ୍ଠିତ ହେବାକୁ ଯାଉଥିବା ତ୍ରୟୋଦଶତମ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ କୋଭିଡ ଯାଞ୍ଚ କରିବେ ଭିପିଏସ୍‌ ହେଲଥ୍ କେୟାର। ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଏଥିଲାଗି ଭିପିଏସ୍‌ଙ୍କୁ ଦାୟିତ୍ୱ ଦେଇଛନ୍ତି। ୩ ମାସ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଅନୁନ୍ୟ ୨୦ ହଜାରରୁ ଅଧିକ କୋଭିଡ ପରୀକ୍ଷଣ କରାଯିବ।

{"id":320666,"sizeSlug":"large"}

ଏ ନେଇ କମ୍ପାନୀ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ଆଇପିଏଲ ସମୟରେ ସମସ୍ତ ଖେଳାଳି, ଫ୍ରାଞ୍ଚାଇଜିଙ୍କ ସହଯୋଗୀ ଷ୍ଟାଫ ଓ ବିସିସିଆଇ ଅଧିକାରୀଙ୍କ ସମେତ ଆଇପିଏଲ ସମ୍ପର୍କିତ ସମସ୍ତଙ୍କର କୋଭିଡ ଯାଞ୍ଚ କରାଯିବ। ଏହା ଛଡା ଟୁର୍ଣ୍ଣାମେଣ୍ଟ ଆୟୋଜନ ଲାଗି ଅନ୍ୟ ଜରୁରି ଚିକିତ୍ସା ସେବା ଯୋଗାଇ ଦେବା ଲାଗି କମ୍ପାନୀ ଏବେ ବିସିସିଆଇଙ୍କ ସହ ଆଲୋଚନା କରୁଥିବା ଏ ନେଇ ଜାରି ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

{"id":320668,"sizeSlug":"large"}

ଆଇପିଏଲ ସମୟରେ ସମସ୍ତ ଖେଳାଳି ଓ କର୍ମଚାରୀଙ୍କୁ ‘ବାୟୋ ବବଲ’ ରେପ୍ରବେଶ କରିବା ପୂର୍ବରୁ ଓ ପ୍ରତି ତିନିଦିନ ଓ ୬ ଦିନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସେହିପରି ଟୁର୍ଣ୍ଣାମେଣ୍ଟ ବେଳେ ଖେଳାଳି ଓ ଅନ୍ୟ ମାନଙ୍କର ପ୍ରତି ୫ ଦିନରେ କୋଭିଡ ପରୀକ୍ଷଣ କରାଯିବ ବୋଲି ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.