Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଟେନିସର ଭବିଷ୍ୟତକୁ ନେଇ ଚିନ୍ତାରେ ଜୋକୋବିଚ, ନାଡାଲ ଓ ଫେଡରରଙ୍କ ସହ କଲେ ଆଲୋଚନା

20/04/2020 at 10:33 AM

ନୂଆଦିଲ୍ଲୀ, ୨୦|୦୪: ନମ୍ବର ୧ ଟେନିସ୍ ଖେଳାଳି ନୋବାକ ଜୋକବିଚ, ରୋଜର ଫେଡେରର ଓ ରାଫେଲ ନାଡାଲଙ୍କ ସହ ମିଶି ଅନ୍ୟ ଖେଳାଳିଙ୍କ  ସାହାଯ୍ୟ ପାଇଁ ବାହାରିଛନ୍ତି । ଏବେ କରୋନା ଭାଇରସ ପାଇଁ ସମସ୍ତ ଇଭେଣ୍ଟ ରବ୍ଦ ଅଛି । ଜୋକୋବିଚଙ୍କ କହିବାନୁସାରେ, ଏନେଇ ସେ ଫେଡେରର ଓ ରାଫେଲଙ୍କ ସହ ଆଲୋଚନା କରିଛନ୍ତି । ସେମାନେ ଟେନିସର ଭବିଷ୍ୟତକୁ ନେଇ ଅନେକ ଆଲୋଚନା କରିଛନ୍ତି । କଣ ହେବ ଆଗକୁ ଓ ଅନ୍ୟ ଖେଳାଳିଙ୍କୁ କିପରି ସହୟତା ମିଳିବ ସେନେଇ ମଧ୍ୟ ଆଲୋଚନା ହୋଇଛି ।

ସେ ଆହୁରି କହିଛନ୍ତି ଯେ, ଅନେକ ଖେଳାଳିଙ୍କ ରାଙ୍କିଂ ୨୦୦, ୨୫୦, ୭୦୦ ବା ୧୦୦୦ ନିକଟରେ ରହିଛି ଓ ଫେଡେରେସନର ସମର୍ଥନ ମିଳୁନାହିଁ । ସେମାନେ ଖେଳ ଛାଡିବାକୁ ଚିନ୍ତା କରୁଛନ୍ତି । ଏହି ଖେଳାଳିଙ୍କ ପାଇଁ ଏଟିପି ଟୁର୍ ଓ ୪ ଗ୍ରାଣ୍ଡସ୍ଲାମ୍ ମିଳିତ ଭାବେ ଖେଳ ରିଲିଫ ପାଣ୍ଠିରେ ଯୋଗଦାନ କରିବେ । ଏହାକୁ ଏଟିପି ଖେଳାଳିମାନଙ୍କୁ ପ୍ରଦାନ କରିବ । ୨୩ରୁ ୩୫ କୋଟି ଟଙ୍କା ଆସିବାର ସମ୍ଭାବନା ରହିଛି ।

ପ୍ରତିବର୍ଷ ୪ଟି ଗ୍ରାଣ୍ଡସ୍ଲାମ ହୋଇଥାଏ ।ପ୍ରଥମ ଅଷ୍ଟ୍ରେଲିଆ, ପରେ ଓ୍ୱିବଲଡନ, ଫ୍ରାନ୍ସ ଓ ୟୁଏସରେ ଖେଳାଯାଏ । ଅଷ୍ଟ୍ରେଲିଆନ ଓପନ ଚଳିତ ବର୍ଷ ବିନା କୌଣସି ବାଧାରେ ହୋଇସାରିଛି । ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସର୍ବିୟାର ନୋବାକ ଜୋକୋବିଚ ଅଷ୍ଟ୍ରିଆର ଡୋମିନିକଙ୍କୁ ପରାସ୍ତ କରିଥିଲେ । ଏହାସହ ୮ଥର ଏହି ଟାଇଟଲ ହାସଲ କରିଥିଲେ । ସେହିଭଳି ମହିଳା ସିଙ୍ଗିଲ୍ସରେ ଆମେରିକାର ସୋଫିଆ କେନିନ ସ୍ପେନର ଗାରାବିନ ମୁଗୁରାଜାଙ୍କୁ ପରାସ୍ତ କରିଥିଲେ ।

   Related Posts