ସହରାଞ୍ଚଳରେ କମୁଛି ଭୋଟ ହାର, ଖୋଦ କଟକ ଓ ଭୁବନେଶ୍ବର ପଡିଗଲା ମତଦାନ କ୍ଷେତ୍ରରେ ପଛୁଆ

Published By : Prameya-News7 Bureau | April 24, 2019 IST

କଟକ୨୪|୪: ପ୍ରଥମ ଥର ନୁହେଁ ବଂର କ୍ରମାଗତ ଭାବେ ସହରାଞ୍ଚଳ ମାନଙ୍କରେ କମିବାରେ ଲାଗିଛି ମତଦାନ ହାର । ମଙ୍ଗଳବାର ହୋଇଥିବା ତୃତୀୟ ପର୍ଯ୍ୟାୟ ମତଦାନରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ଚିନ୍ତା ଜନକ ନିଶ୍ଚିତ । ତୃତୀୟ ପର୍ଯ୍ୟାୟରେ ହୋଇଥିବା ୬ ଲୋକସଭା ଆସନ ମଧ୍ୟରୁ ଭୁବନେଶ୍ବର ଲୋକସଭା ଆସନରେ ସବୁଠୁ କମ ମତଦାନ ହୋଇଛି ।ସେହିଭଳି  ବାରବାଟୀ କଟକ ଓ ଚୌଦ୍ବାର କଟକରେ ଆଶାନୁରୂପ ମତଦାନ ହୋଇନାହିଁ । ଏହା ପଛର ପ୍ରକୃତ କାରଣ ଜାଣିବା ମୁସ୍କିଲ, କିନ୍ତୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ । ସେମାନଙ୍କ ମତରେ ଶିକ୍ଷିତ ବର୍ଗ ମତଦାନ ପ୍ରକ୍ରିୟାରେ ସାମିଲ ନହେବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ…

{"id":106886,"width":595,"height":370}

ଏଥର ମଧ୍ୟ ମତଦାନ ପ୍ରତି ବିମୁଖ ହୋଇଛନ୍ତି କଟକ ଭୋଟର ।୨୦୧୪ ତୁଳନାରେ ଏଥର ଉଭୟ ବାରବାଟୀ କଟକ ଓ ଚୌଦ୍ବାର କଟକରେ କମିଛି ମତଦାନ ହାର । କ୍ରମାଗତ ଭାବେ ମତଦାନ ହାର କମିବାର କାରଣ କହିବା କଷ୍ଟ ସାଧ୍ୟ । କିନ୍ତୁ ମଙ୍ଗଳବାରର ଭୋଟିଂ ପକ୍ରିୟାକୁ ନଜର ପକାଇଲେ ମତଦାନ କମିବାର ଏକ ମାତ୍ର କାରଣ ଅବ୍ୟବସ୍ଥା । ଏକାଧିକ ବୁଥ୍‌ରେ ଭୋଟି ସମୟରେ ଦେଖାଦେଇଥିଲା ସମସ୍ୟା । କେଉଁଠି ଇଭିଏମ୍‌ ଖରାପ ତ କେଉଁଠି ମତଦାତାଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ନଥିଲା । ଯେଉଁଥି ପାଇଁ ମତଦାନ କେନ୍ଦ୍ରରେ ଘଣ୍ଟା ଘଣ୍ଟା ଧରି ଠିଆ ହେବା ପରେ ଭୋଟ ନଦେଇ ଭୋଟର ଫେରିଯାଇଥିବା ଦେଖିବାକୁ ମିଳିଥିଲା । ପରିମାଣ ସୂରୂପ ବାରବାଟୀ କଟକରେ ୫୬.୬୬% ଓ ଚୌଦ୍ବାର କଟକରେ ୫୯.୩୭ % ମତଦାନ ହୋଇଛି।

{"id":106887,"width":595,"height":408}

୨୦୧୪ରେ ବାରବାଟୀ କଟକରେ ମତଦାନ ହାର ଥିଲା ୫୯.୮୧ % । ସେହିପରି  ଚୌଦ୍ବାର କଟକରେ ଅଳ୍ପ କିଛି ଅଧିକ ମାନେ ୬୧.୯୫ % ଥିଲା । ଯେଉଁଥି ପାଇଁ ଏଥର ମତଦାନ ହାର ବୃଦ୍ଧି କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥିଲା ଜିଲ୍ଲା ପ୍ରଶାସନ । କଟକର ୬ ବିଧାନସଭା କ୍ଷେତ୍ରରେ ଆଦର୍ଶ ବୁଥ୍‌ ପ୍ରତିଷ୍ଠା କରିବା ସହିତ ଭୋଟରଙ୍କୁ ସଚେତନ କରିବା ଭଳି କାର୍ଯ୍ୟକ୍ରମ ହାତକୁ ନେଇଥିଲା । କିନ୍ତୁ ମତଦାନ ହାର  ପ୍ରକାଶ ପାଇବା ପରେ ଫଳ ବିପରିତ ପ୍ରମାଣିତ ହୋଇଛି । ଯାହାକୁ ନେଇ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି ।

{"id":106888,"width":596,"height":371}

କଟକର ୬ ବିଧାନସଭା କ୍ଷେତ୍ର ମଧ୍ୟରୁ ବଡ଼ମ୍ବା ଓ ଆଠଗଡ଼ରେ ମତଦାନ ହାର ଉତ୍ସାହ ଜନକ ରହିଥିବା ବେଳେ ବାରବାଟୀ କଟକରେ ସର୍ବନିମ୍ନ ମତଦାନ ହୋଇଛି । ତେଣୁ ଏ ଦିଗରେ ନିର୍ବାଚନ କମିଶନ, ସରକାରୀ କଳ ସହିତ ଶିକ୍ଷିତ ପଢ଼ୁଆ ବ୍ୟକ୍ତିମାନେ ସଜାଗ ହେବାର ଆବଶ୍ୟକତା ରହିଛି।

{"id":106889,"width":595,"height":404}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.