ଛତିଶଗଡ଼ ବିଧାନସଭା ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ, ୭୦ ପ୍ରତିଶତ ମତଦାନ

Published By : Prameya-News7 Bureau | November 13, 2018 IST

ରାୟପୁର ୧୩|୧୧:  ଛତିଶଗଡ଼ରେ ବିଧାନସଭା ନିର୍ବାଚନରେ ଗତକାଲି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ୧୮ଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । କୋଣ୍ଡାଗାଓଁରେ ୬୧.୪୭ ପ୍ରତିଶତ, କାଙ୍କେରରେ ୬୨ ପ୍ରତିଶତ, ବସ୍ତରରେ ୫୮ପ୍ରତିଶତ, ଦାନ୍ତେଓ୍ବାଡାରେ ୪୯ପ୍ରତିଶତ, ଖେରାଗଡରେ ୭୦.୧୪ ପ୍ରତିଶତ, ଡୋଙ୍ଗରଗଡରେ ୭୧ପ୍ରତିଶତ ଏବଂ ଖୁଜିରେ ୭୨ପ୍ରତିଶତ ମଜତଦାନ ହୋଇଛି । ନକ୍ସଲ ପ୍ରଭାବିତ ୮ ଜିଲ୍ଲାରେ ୧୯୦ ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ବନ୍ଦ ହୋଇଯାଇଛି । ୧୦ଟି ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ଦ୍ବିପ୍ରହର ୩ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହୋଇଥିଲା । ସେହିଭଳି ଶେଷ ୮ଟି ବିଧାସଭା କ୍ଷେତ୍ର ରାଜନନ୍ଦଗାଓଁ ଜିଲ୍ଲାର ୫ ଏବଂ ବସ୍ତର ଜିଲ୍ଲାର ୩ ବିଧାନସଭା କ୍ଷେତ୍ରରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହୋଇଥିଲା । ତେବେ ମାଓବାଦୀଙ୍କ ନିର୍ବାଚନ ବର୍ଜନ ଧମକ ପରେ ୭୦ପ୍ରତିଶତ ମତଦାନକୁ ବେଶ୍ ସନ୍ତୋଷଜନକ ରହିଛି। ଗତକାଲି ପୂର୍ବାହ୍ନରେ ଭୋଟିଂ ଆରମ୍ଭର କିଛି ମିନିଟ୍ ପୂର୍ବରୁ ଦାନ୍ତେଓ୍ଵାଡାରେ ମାଓବଦୀମାନେ ଆଇଇଡି ବିସ୍ଫୋରଣ କରିଥିଲେ । ଅନ୍ୟପକ୍ଷରେ ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ସହ ଗୁଳିବିନିମୟରେ ୫ ସିଆରପିଏଫ କର୍ମୀ ଆହତ ମଧ୍ୟ ହୋଇଛନ୍ତି । ନିର୍ବାଚନରେ ବ୍ୟାପକ ଇଭିଏମ ରିଗିଂ ହୋଇଥିବା କଂଗ୍ରେସ ଅଭିଯୋଗ କରିଥିବା ବେଳେ ନିର୍ବାଚନ କମିଶନ ଏହାକୁ ଅସ୍ବୀକାର କରିଛି । ତେବେ ଭୋଟ୍ ଗ୍ରହଣ ବେଳେ ୩୧ଟି ଇଭିଏମ୍ ଓ ୫୧ଟି ଭିଭିପାଟରେ ତ୍ରୁଟି ଦେଖାଯିବାରୁ ସେଗୁଡ଼ିକୁ ବଦଳାଯାଇଥିଲା ବୋଲି ଜଣାପଡିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.