Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସନ୍ତାକାଲି ୩ୟ ପର୍ଯ୍ୟାୟ ମତଦାନ : ଭୁବନେଶ୍ୱର୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ, କଟକରେ ଅତି ସମ୍ବେଦନଶୀଳ ବୁଥ୍ ଗୁଡିକରେ ସିସିଟିଭି କ୍ୟାମେରା ବ୍ୟବସ୍ଥା

22/04/2019 at 9:33 AM

ଭୁବନେଶ୍ୱର ୨୨/୪ : ଆସନ୍ତାକାଲି ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ଭୁବନେଶ୍ବର ମଧ୍ୟ, ଏକାମ୍ର, ଉତ୍ତର, ଜୟଦେବ ଓ ଜଟଣୀ ନିର୍ବାଚନ ମଣ୍ଡଳୀରେ ହେବ ମତଦାନ । ୧୧୫୬ ଟି ବୁଥରେ ମତାଧିକାର ସାବ୍ୟସ୍ତ କରିବେ ୧୨ ଲକ୍ଷ ୪୧ ହଜାର ୩୯୬ ଜଣ ମତଦାତା । ନିୟେ।ଜିତ ହୋଇଛନ୍ତି ୭ ହଜାର ୬୨୬ ପେ।ଲିଙ୍ଗ କର୍ମଚାରୀ । ଭିଭିପାର୍ଟ, ଇଭିଏମ ମେସିନ ଧରି ବୁଥ୍ ଅଭିମୁଖେ ପେ।ଲିଂ ପାର୍ଟି । ଶାନ୍ତି ଶୃଖଂଳାର ସହ ମତଦାନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ରବିବାର କମିଶନରେଟ ପୋଲିସ ପକ୍ଷରୁ ନୂଆପଲ୍ଳୀ, ଚନ୍ଦ୍ରଶେଖରପୁର, ଜଟଣୀ, ବାଲିଅନ୍ତା ଆଦି ସ୍ଥାନରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଥିଲା । କମିଶନରେଟ ପୋଲିସ ଅଧିନରେ ୧୧ ଶହ ୭ ଟି ବୁଥ୍ ରହିଥିବା ବେଳେ ସେଥିରୁ ୫୮୪ ଟି ସ୍ପର୍ଶକାତର । ୬୦ ଟି ବୁଥ୍ ଅତ୍ୟନ୍ତ ସମ୍ବେଦନଶୀଳ । ଭୁବନେଶ୍ବରରେ ୫୦ ଟି ପାଟ୍ରୋଲିଂ ଭ୍ୟାନ ପଇଁତରା ମାରିବ । ଭୁବନେଶ୍ବରର ୧୮ ଟି ଥାନାରେ ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ୨ ପ୍ଲାଟୁନ ଫୋର୍ସଙ୍କୁ ଜରୁରୀକାଳିନ ସେବା ଲାଗି ସଜାଗ ରଖାଯାଇଛି । ୬ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ସୁରକ୍ଷା ଦାୟିତ୍ବରେ ରହିବେ ।

କଟକ ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରସ୍ତୁତ । ୨୩ରେ ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର, ବାଙ୍କୀ, ବଡମ୍ବା ଓ ଆଠଗଡ ବିଧାନସଭା ଆସନରେ ହେବ ଭୋଟ୍ ଗ୍ରହଣ । ଏଥି ପାଇଁ ୧୪ଶହ ୨୦ଟି ବୁଥ୍ ରେ ୯ ହଜାର ୩ଶହ ୯୦ ଟି ପୋଲିଂ ପାର୍ଟିକୁ ନିୟୋଜିତ କରାଯିବ । ସେଥିପାଇଁ ବିଭିନ୍ନ ବୁଥରେ ପହଞ୍ଚିବା ଆରମ୍ଭ କରିଛନ୍ତି ପୁଲିଂ ପାର୍ଟି । ତେବେ ଚଳିତଥର ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ପାଇଁ କଟକରେ ୧୭୦ଜଣ ମାଇକ୍ରୋ ଅବଜରଭରଙ୍କ ସମେତ ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥ୍ ଗୁଡିକରେ ସିସିଟିଭି କ୍ୟାମେରା, ୱେବକାଷ୍ଟିଂ ଓ ଭିଡିଓଗ୍ରାଫିର ବ୍ୟବସ୍ଥା ହୋଇଥିବା କହିଛନ୍ତି ଜିଲ୍ଲାପାଳ ।

ପୁରୀ ଜିଲ୍ଲା ପିପିଲି-ଡେଲାଙ୍ଗ ଅଞ୍ଚଳରେ ଏକ ସମ୍ବେଦନଶୀଳ ଅଞ୍ଚଳ । ତେଣୁ ନିର୍ବାଚନ ସମୟରେ ଶାନ୍ତିଶୃଂଖଳା ରକ୍ଷା କରିବାକୁ ଡେଲାଙ୍ଗ ହାଟ ବଜାର, ଷ୍ଟେସନ ବଜାର ଓ ବାୟାବଜାର ସହିତ ବିଭିନ୍ନ ଛକ ମାନଙ୍କରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ । ପୁରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗରେ ନିର୍ବାଚନ ଯେପରି ଶାନ୍ତି ଶୃଙ୍ଖଳାରେ ଶେଷ ହେବ ସେଥିପାଇଁ ସ୍ୱତନ୍ତ୍ର ନଜର ରଖାଯାଇଛି । ଏସଡିପିଓ ଦେବଦତ୍ତ ବରାଳଙ୍କ ତତ୍ୱବଧାନରେ ଆଇଆଇସି ରଶ୍ମୀ ରଂଜନ ପଟ୍ଟନାକୟ ଆଜି ବିଭିନ୍ନ ଛକ ବଜାର ମାନଙ୍କରେ ପୋଲିସ ଫୋର୍ସ ନେଇ ପ୍ଳାର୍ଗମାର୍ଚ୍ଚ କରିଛନ୍ତି ।

   Related Posts