ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟ ନିର୍ବାଚନ: ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ଭୋଟିଂ, ମେ ୨ରେ ଫଳାଫଳ

Published By : Prameya-News7 Bureau | February 26, 2021 IST

ନୂଆଦିଲ୍ଲୀ ୨୬।୦୨: ବାଜିଲା ନିର୍ବାଚନୀ ବିଗୁଲ। ମୁଖ୍ୟ ନିର୍ବାଚନ ଆୟୋଗ ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବା ସହିତ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି। ସବୁଠୁ ହାଇଭୋଲଟେଜ୍‌ ମୁକାବିଲା ହେବାକୁ ଥିବା ପଶ୍ଚିମବଙ୍ଗରେ ଆଠଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରିବ। ସମସ୍ତ ରାଜ୍ୟର ଫଳାଫଳ ମେ ୨ରେ ପ୍ରକାଶ ପାଇବ। ୨୯୪ ଆସନରେ ପଶ୍ଚିମବଙ୍ଗରେ ଭୋଟ୍ ଗ୍ରହଣ ହେବ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୮ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ।

ପ୍ରଥମ ପର୍ଯ୍ୟାୟରେ ୩୦ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ ୨, ମତଦାନ ମାର୍ଚ୍ଚ ୨୭

ଦ୍ଵିତୀୟ ପର୍ଯ୍ୟାୟରେ ୩୦ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ ୫, ମତଦାନ ଏପ୍ରିଲ ୦୧

ତୃତୀୟ ପର୍ଯ୍ୟାୟରେ ୩୧ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ ୧୨, ମତଦାନ ଏପ୍ରିଲ ୦୬

ଚତୁର୍ଥ ପର୍ଯ୍ୟାୟରେ ୪୪ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ ୧୬, ମତଦାନ ଏପ୍ରିଲ ୧୦

ପଞ୍ଚମ ପର୍ଯ୍ୟାୟରେ ୪୫ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ ୨୩, ମତଦାନ ଏପ୍ରିଲ ୧୭

ଷଷ୍ଠ ପର୍ଯ୍ୟାୟରେ ୪୩ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ ୨୬, ମତଦାନ ଏପ୍ରିଲ ୨୨

ସପ୍ତମ ପର୍ଯ୍ୟାୟରେ ୩୬ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ ୩୧, ମତଦାନ ଏପ୍ରିଲ ୨୬

ଅଷ୍ଟମ ପର୍ଯ୍ୟାୟରେ ୩୫ ଆସନରେ ଭୋଟିଂ, ବିଜ୍ଞପ୍ତି ମାର୍ଚ୍ଚ ୩୧, ମତଦାନ ଏପ୍ରିଲ ୨୯

ପଶ୍ଚିମବଙ୍ଗ  ବିଧାନସଭାର ୨୯୪ ଆସନରେ ଏଥର କଡା ଟକ୍କର ଦେଖିବାକୁ ମିଳିପାରେ। ଏଠାରେ ବିଜେପି ଓ ମମତା ବାନାର୍ଜୀଙ୍କ ନେତତୃତ୍ଵାଧୀନ ତୃଣମୂଳ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା  ହେବାକୁ ଯାଉଛି। ଗତ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ ୨୧୧ ଆସନ ଜିତି ସରକାର ଗଠନ କରିଥିବା ବେଳେ ବିଜେପିକୁ ମାତ୍ର ୩ଟି ଆସନ ମିଳିଥିଲା। ୨୦୧୪ରେ କେବଳ ଦୁଇଟି ଲୋକସଭା ଆସନ ଜିତିଥିବା  ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ଦମଦାର ପ୍ରଦର୍ଶନ କରି ୪୨ ଲୋକସଭା ଆସନରୁ ୧୮ଟିରେ ବିଜୟୀ ହୋଇଛି। ନିର୍ବାଚନ ତାରିଖ ଘୋଷଣା ନହେବା ପୂର୍ବରୁ ଦୁଇ ଦଳର ନିର୍ବାଚନୀ ପ୍ରଚାର ଜୋର ଧରିଲାଣି।  ଏଥିସହ ନେତାଙ୍କ ଦଳ ଅଦଳ ମଧ୍ୟ ଜୋରଦାର ଚାଲିଛି। ଧିରେ ଧିରେ ରାଜ୍ୟରେ ବିଜେପି ନିଜକୁ ସୁଦୃଢ କରିବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.