ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ : ବେଙ୍ଗଲର କିଛି ସ୍ଥାନରେ ହିଂସାକାଣ୍ଡ, ଆସାମରେ ମତଦାନ ଶାନ୍ତିପୂର୍ଣ୍ଣ

Published By : Prameya-News7 Bureau | April 01, 2021 IST

ନୂଆଦିଲ୍ଲୀ ୦୧/୦୪ : ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୩୦ଟି ସିଟ୍ ଏବଂ ଆସାମର ୩୯ ସିଟ୍ ପାଇଁ ଗୁରୁବାର ମତଦାନ ହୋଇଛି । ରାତି ୮ଟା ସୁଦ୍ଧା ପଶ୍ଚିମବଙ୍ଗରେ ୮୦.୪୩ ପ୍ରତିଶତ ମତଦାନ ହୋଇଥିବା ବେ​‌ଳେ ଆସାମରେ ୭୬.୩୭ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।

ପଶ୍ଚିମବଙ୍ଗର କିଛି ବୁଥ୍‌ରେ ହିଂସାକାଣ୍ଡ ଘଟିଥିବା ଜଣାପଡିଛି । ସେପଟେ ଆସାମରେ କିନ୍ତୁ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଜାରି ରହିଥିଲା । ବେଙ୍ଗଲର ପୂର୍ବ ମେଦିନାପୁରରେ ୮୧.୨୩ ପ୍ରତିଶତ ମତଦାନ ହୋଇଛି । ସେହିଭଳି ପଶ୍ଚିମ ମେଦିନାପୁରରେ ୭୮.୦୨ ପ୍ରତିଶତ, ବାଙ୍କୁଡାରେ ୮୨.୯୨ ପ୍ରତିଶତ ଏବଂ ନନ୍ଦିଗ୍ରାମରେ ୮୦.୭୯ ପ୍ରତିଶତ ମତଦାନ ହୋଇଛି । ନନ୍ଦିଗ୍ରାମରୁ ଲଢୁଛନ୍ତି ୨ ହେଭିଓ୍ବେଟ୍‌ । ମୁଖ୍ୟମନ୍ତ୍ରୀ ତଥା ଟିଏଭସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଟକ୍କର ଦେଉଛନ୍ତି ବିଜେପିର ଶୁଭେନ୍ଦୁ ଅଧିକାରୀ । ତେଣୁକରି ସମସ୍ତଙ୍କ ନଜର ଏହି ଆସନ ଉପରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.