Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଜମ୍ମୁ ଓ କାଶ୍ମୀରରେ ମ୍ୟୁନିସପାଲ ନିର୍ବାଚନ : ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ

8/10/2018 at 10:47 AM

ଶ୍ରୀନଗର ୮|୧୦: ଜମ୍ମୁ ଓ କାଶ୍ମୀରରେ ମ୍ୟୁନିସପାଲ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ମୋଟ ୩୨୧ ୱାର୍ଡରେ ୧୨୦୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ଦିନ ୨ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଚାଲିବ । ମୋଟ୍ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାର ଅଛି । ୧୦ରେ ଦ୍ବିତୀୟ ପର୍ଯ୍ୟାୟ, ୧୩ରେ ତୃତୀୟ ପର୍ଯ୍ୟାୟ ଓ ୧୬ରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଅକ୍ଟୋବର ୨୦ରେ ଭୋଟ୍ ଗଣତି କରାଯିବ । ରାଜ୍ୟର ଦୁଇ ପ୍ରମୁଖ ଦଳ ନ୍ୟାସନାଲ କନଫେରେନ୍ସ ଓ ପିଡିପି ଏହି ନିର୍ବାଚନରୁ ଦୂରେଇ ରହିବାକୁ ନିଷ୍ପତି ନେଇଛି । ମ୍ୟୁନିସପାଲ ନିର୍ବାଚନକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାସହ କୌଣସି ପ୍ରକାର ଆତଂକବାଦୀ ଘଟଣାକୁ ଏଡ଼ାଇବା ପାଇଁ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ବିଶେଷ କରି ନିର୍ବାଚନୀ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି । ସୌପିୟାନର କିଛି ଗାଁରେ ଆତଙ୍କବାଦୀ ଲୁଚିଥିବା ଖବର ପାଇବା ପରେ ସେନା ପକ୍ଷରୁ ତଲାସି ଅଭିଯାନ ଆରମ୍ଭ ହୋଇଛି । ଡୋର ଟୁ ଡୋର ସର୍ଚ୍ଚ ଅନରେସନ ଚଳାଇଛି ସୁରକ୍ଷାବାହିନୀ । ନିର୍ବାଚନୀ କ୍ଷେତ୍ର ସମେତ ସହର ବଜାର ସୁବୁଆଡେ ତନ୍ନ ତନ୍ନ କରି ଯାଂଚ କରାଯାଉଛି । ଜମ୍ମୁ ଓ ଲଦାଖ ବ୍ୟତିତ ଦକ୍ଷିଣ କାଶ୍ମୀରର ୪ଟି ଜିଲ୍ଲା ଅତି ସମ୍ବେଦନଶୀଳ ରହିଛି । ଏହି ଅଂଚଳରେ ଦୁଇଦିନ ହେଲା ଇଂଟରନେଟ ସେବାକୁ ବନ୍ଦ ରଖାଯାଇଛି ।

   Related Posts