୧୯ ରାଜ୍ୟସଭା ଆସନ ଲାଗି ସରିଲା ଭୋଟ, ମତଗଣନା ଜାରି

Published By : Prameya-News7 Bureau | June 19, 2020 IST

ନୂଆଦିଲ୍ଲୀ ୧୯।୬:  ସଂସଦର ଉଚ୍ଚ ସଦନ ରାଜ୍ୟସଭା ଲାଗି ଶୁକ୍ରବାର ଭୋଟଗ୍ରହଣ ଶେଷ ହୋଇଥିବା ବେଳେ ଏବେ ଗଣନା ଜାରି ରହିଛି। ୮ଟି ରାଜ୍ୟର ୧୯ ଆସନ ଲାଗି ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ନ ୫ଟା ସୁଦ୍ଧା ଭୋଟ ଗ୍ରହଣ ଶେଷ ହୋଇଛି। ଯେଉଁ ରାଜ୍ୟମାନଙ୍କର ରାଜ୍ୟସଭା ଆସନ ଲାଗି ନିର୍ବାଚନ ହୋଇଛି ଏଥିରେ ଗୁଜୁରାଟ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଶାସକ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହୋଇଛି।

{"id":288515,"sizeSlug":"large"}

ରାଜ୍ୟସଭା ନିର୍ବାଚନରେ ଗୁଜରାଟ ଓ ଆନ୍ଧ୍ରପ୍ରଦେଶର ୪ ଲେଖାଏଁ ଆସନ ଲାଗି ଭୋଟ ଗ୍ରହଣ କରାଯାଇଥିବା ବେଳେ ମଣିପୁର,  ମିଜୋରାମ, ମେଘାଳୟ ଓ ଅରୁଣାଚଳ ପ୍ରଦେଶର ଗୋଟିଏ ଲେଖାଏଁ ଆସନ ଲାଗି ନିର୍ବାଚନ ହୋଇଛି। ସେହିପରି ମଧ୍ୟପ୍ରଦେଶ ଓ ରାଜସ୍ଥାନର ୩ଟି  ଏବଂ ଝାରଖଣ୍ଡର ୧ଟି ଆସନ ଲାଗି ଭୋଟ ଗ୍ରହଣ ହୋଇଛି।   

{"id":288516,"sizeSlug":"large"}

ରାଜସ୍ଥାନର ୩ଟି ଆସନ ଲାଗି ବିଜେପି ଓ କଂଗ୍ରେସ ପ୍ରତ୍ୟେକ ୨ ଜଣ ଲେଖାଏଁ ପ୍ରାର୍ଥୀ କରିଥିଲେ। ଏଣୁ ଏଠାରେ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱୀତା ପୂର୍ଣ୍ଣ ହୋଇଛି। ବିଜେପି ପକ୍ଷରୁ ରାଜେନ୍ଦ୍ର ଗହଲୋତ ଓ ଓଁକାର ସିଂହ ଶେଖାୱତ୍ ପ୍ରାର୍ଥୀ ହୋଇଥିବା ବେଳେ କେ.ସି. ବେଣୁଗୋପାଲ ଓ ନିରଜ ଡାଙ୍ଗୀ ପ୍ରାର୍ଥୀ ହୋଇଛନ୍ତି। ରାଜ୍ୟରେ କଂଗ୍ରେସର ସରକାର ରହିଛି।

{"id":288519,"sizeSlug":"large"}

ସେହିପରି ମଧ୍ୟପ୍ରଦେଶରେ କଂଗ୍ରେସ ଦିଗବିଜୟ ସିଂହ ଓ ଫୁଲ ସିଂ ବରୈୟାଙ୍କୁ ପ୍ରାର୍ଥୀ କରିଛି। ତେବେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏଠାରେ ଆମକୁ ଗୋଟିଏ ଆସନ ମିଳିବା ସ୍ପଷ୍ଟ ବୋଲି ଗଣମାଧ୍ୟମ କୁକହିଛନ୍ତି। ତେବେ ରାଜସ୍ଥାନରେ କଡାକଡି ମୁକାବିଲା ହୋଇଥିବା ବେଳେ କଂଗ୍ରେସ ନିଜ ବିଧାୟକମାନଙ୍କୁ ଭୋଟ ଦେବା ଲାଗି ସ୍ୱତନ୍ତ୍ର ବସ୍‌ରେ ବିଧାନସଭାକୁ ଆଣିବା କୈତୁହଳ ସୃଷ୍ଟି କରିଥିଲା। ଗୁଜୁରାଟରେ ନିଜ ପ୍ରାର୍ଥୀଙ୍କୁ ଜିତାଇବା ଲାଗି କଂଗ୍ରେସ ଓ ବିଜେପିର ଆବଶ୍ୟକ ସଂଖ୍ୟକ ବିଧାୟକ ନାହାନ୍ତି। ଏହା ସତ୍ତ୍ୱେ ୪ଟି ଆସନ ଲାଗି ବିଜେପି ୩ ଜଣଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ୨ ଜଣଙ୍କୁ ପ୍ରାର୍ଥୀ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.