Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ପ୍ରଥମ ପର୍ଯ୍ୟାୟ ଭୋଟ୍ : ୯୧ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ

11/04/2019 at 8:31 AM

ଭୁବନେଶ୍ବର ୧୧|୪ :  ଗଣତନ୍ତ୍ର ମହାପର୍ବ । ଆଜି ସପ୍ତଦଶ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ସକାଳ ୭ଟାରୁ ମତଦାନ କେନ୍ଦ୍ରରେ ନିଜର ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ଦେଶର ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୧ ଲୋକସଭା କ୍ଷେତ୍ରରେ ଅନୁଷ୍ଠିତ ହେଉଛି ଭୋଟ୍ । ୧୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨କୋଟି ୯୭ ଲକ୍ଷ ଭୋଟର । ୧୨୭୯ ପ୍ରାର୍ଥୀଙ୍କ ମଧ୍ୟରୁ ୫୫୯ ସ୍ବାଧୀନ ଏବଂ ୮୯ ଜଣ ମହିଳା ଅଛନ୍ତି ।

ଆନ୍ଧ୍ରପ୍ରଦେଶର୨୫, ତେଲଙ୍ଗାନାର ୧୭, ଉତ୍ତରପ୍ରଦେଶର ୮, ମହାରାଷ୍ଟ୍ରର ୭, ଉତ୍ତରାଖଣ୍ଡ ଓ ଆସାମର ୫ଟି ଲେଖାଏଁ ନିର୍ବାଚନମଣ୍ଡଳୀ, ବିହାର ଓ ଓଡ଼ିଶାର ୪ଟି ଲେଖାଏଁ ଲୋକସଭା ନିର୍ବାଚନମଣ୍ଡଳୀ, ଜମ୍ମୁ କାଶ୍ମୀର, ଅରୁଣାଚଳପ୍ରଦେଶ, ମେଘାଳୟ ଏବଂ ପଶ୍ଚିମବଙ୍ଗରେ ଦୁଇଟି ଲେଖାଏଁ ଲୋକସଭା ନିର୍ବାଚନମଣ୍ଡଳୀ, ଏବଂ ଛତିଶଗଡ, ମଣିପୁର, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା, ସିକ୍କିମ୍ , ଆଣ୍ଡାମାନ-ନିକୋବର ଏବଂ ଲାକ୍ଷ୍ବାଦୀପରେ ଗୋଟିଏ ଲେଖାଏଁ ଲୋକସଭା ନିର୍ବାଚନମଣ୍ଡଳୀରେ ଭୋଟ୍ ଅନୁଷ୍ଠିତ ହେଉଛି ।

ଲୋକସଭା ସହିତ ଆନ୍ଧ୍ରପ୍ରଦେଶ, ସିକ୍କିମ ଓ ଅରୁଣାଚଳପ୍ରଦେଶ ଏବଂ ଓଡିଶାର ୧୪୭ଟି ବିଧାନସଭା ଆସନରୁ ୨୮ଟି ବିଧାନସଭା ଆସନ ପାଇଁ ହେଉଛି ମତଦାନ । ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷାକର୍ମୀ ଫ୍ଲାଗ୍ ମାର୍ଚ୍ଚ  କରିଛନ୍ତି । ଭୋଟ୍ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ମଦ ଦୋକାନଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଓଡିଶାର ୨୮ଟି ବିଧାନସଭା ଆସନକୁ ନେଇ ବି ବିଭିନ୍ନ ଦଳ ରଣନୀତିରେ ଚୂଡାନ୍ତ ସ୍ପର୍ଶ ଦେଉଛନ୍ତି। ୨୦୧୪ରେ ଏସବୁ ଆସନ ମଧ୍ୟରୁ ବିଜେଡି ସର୍ବାଧିକ ୨୦ଟି ଦଖଲ କରିଥିଲା। କଂଗ୍ରେସ ୬ ଓ ବିଜେପି ୨ଟି ଆସନରେ ବିଜୟୀ ହୋଇଥିଲା।

୨୦୧୯ ନିର୍ବାଚନରେ ସବୁ ଦଳ ପରସ୍ପରକୁ ମାତ ଦେବା ଲାଗି ଯୋଜନା ଚଳାଇଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ପଦ୍ମ ଫୁଟାଇବା ଲକ୍ଷ୍ୟରେ ରହିଛି ବିଜେପି। କଳାହାଣ୍ଡି, ବ୍ରହ୍ମପୁର ବିଜେଡି ଗଡରେ ମଧ୍ୟ ଧସେଇ ପଶିବା ଲାଗି ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଗଡ ସୁରକ୍ଷିତ ରଖିବା ସହିତ କଳାହାଣ୍ଡି ଜିଲ୍ଲାରେ ନିଜ ଉପସ୍ଥିତି ଜାହିର କରିବା ପାଇଁ ଠୋସ୍ ରଣନୀତି କରିଛି କଂଗ୍ରେସ। ମେ’ ୨୩ ତାରିଖରେ ମତ ଗଣନା ହେବ, ତଥାପି ଏହି ପର୍ଯ୍ୟାୟ ନିର୍ବାଚନରୁ ହିଁ ଭୋଟରଙ୍କ ମୁଡ୍ ମାପିବେ ନେତା।

   Related Posts