ରେଙ୍ଗାଲି ନିର୍ବାଚନମଣ୍ଡଳି: ଭୋଟର ଖୋଜୁଛନ୍ତି ନୂଆ ମୁହଁ , ସବୁ ଦଳରେ ଆଶାୟୀଙ୍କ ଭିଡ

Published By : Prameya-News7 Bureau | March 09, 2019 IST

ସମ୍ବଲପୁର ୯|୩(ନୀଳାଚଳ ମହାପାତ୍ର): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିର୍ବାଚନମଣ୍ଡଳିରେ ନିର୍ବାଚନୀ ମହୋଲ ସରଗରମ ହେଲାଣି । ଏବେ ଚର୍ଚା କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ । ସବୁଦଳର ଆଶାୟୀଙ୍କ ତାଲିକା ଲମ୍ବା । ଟିକେଟ୍ ପାଇଁ ଯିଏ ଯେଝା ସ୍ତରରେ ଲବି ଚଳାଇଛନ୍ତି । …

{"id":92084,"width":592,"height":378}

୨୦୦୯ରେ ସୃଷ୍ଟି ହୋଇଥିଲା ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ।ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଏହି ଆସନରେ ଭୋଟର ସଂଖ୍ୟା ୧ଲକ୍ଷ ୬୩ ହଜାର ୬୧୪ । ଧନକଉଡା, ରେଙ୍ଗାଲି ଓ ମାନେଶ୍ବର ବ୍ଲକର ୧୦ ପଞ୍ଚାୟତକୁ ନେଇ ଗଠିତ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ । ୨୦୦୯ରେ କଂଗ୍ରେସର ଦୁର୍ଯୋଧନ ଗର୍ଡିଆ, ୨୦୧୪ରେ ବିଜେଡିର ରମେଶ ପଟୁଆ ଏଠୁ ନିବର୍ବାଚିତ ହୋଇଥିଲେ । ଗତ ୫ବର୍ଷ ମଧ୍ୟରେ ସେମିତି କିଛି ଆଖିଦୃଶିଆ କାର୍ଯ୍ୟ ହୋଇନଥିବାରୁ ଏଥର ଭୋଟର ନୂଆ ମୁହଁ ଖୋଜୁଛନ୍ତି । ବିଜେଡିର ଟିକେଟ୍ ଆଶାୟୀ ତାଲିକାରେ ଅଛନ୍ତି ଦିଲ୍ଲୀପ ଦୁରିଆ, ବିଧାୟକ ରମେଶ ପଟୁଆଙ୍କ ସହ ନବ ଦାସ ବି ଲବିରେ ଅଛନ୍ତି ।

{"id":92085,"width":598,"height":302}

ଏବେ ନଜର ପକାଇବା ୨୦୧୪ ନିର୍ବାଚନ ଫଳାଫଳ ଉପରେ

ପ୍ରାର୍ଥୀ               ଦଳ                   ଭୋଟ୍

ରମେଶ ପଟୁଆ      ବିଜେଡି       ୪୭,୨୧୦

ନାଉରୀ ନାୟକ       ବିଜେପି      ୪୫,୩୮୦     

ଦୁର୍ଯ୍ୟୋଧନ ଗର୍ଡିଆ     କଂଗ୍ରେସ   ୩୧,୩୩୫

{"id":92086,"width":593,"height":378}

 ଗତ ନିର୍ବାଚନରେ ବିଜେଡିକୁ ଟକ୍କର ଦେଇଥିବା ବିଜେପିର ନାଉରୀ ନାୟକ ଏଥର ମଧ୍ୟ ଟିକେଟ୍ ଦାବିଦାର ଅଛନ୍ତି । ବିଜେପି ଆଶାୟୀଙ୍କ କହିବା କଥା ହେଲା ଗତ ୫ ବର୍ଷ ଭିତରେ ନିର୍ବାଚନମଣ୍ଡଳିରେ କିଛି ବି ବିକାଶ ହୋଇନି । ସମାନ କଥା କହିଛନ୍ତି କଂଗ୍ରେସ ଆଶାୟୀ ସଞ୍ଜୟ ଛୁରିଆ ।

{"id":92087,"width":596,"height":380}

 କିଛି ଆଶାୟୀ ନିର୍ବାଚନ ମଣ୍ଡଳୀରେ ଜନସମର୍ଥନ ଜୋଗାଡରେ ଲାଗି ପଡିଥିବା ବେଳେ କିଛି ଟିକେଟ୍ ପାଇଁ ଡେରା ପକାଇଛନ୍ତି ରାଜଧାନୀରେ ।

{"id":92088,"width":595,"height":380}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.