ପୋଲ ନାହିଁ ତ ଭୋଟ୍ ନାହିଁ: ଏଥର ନିର୍ବାଚନରେ ନେତାଙ୍କୁ ଉଚିତ୍ ଶିକ୍ଷା ଦେବାକୁ ଅଣ୍ଟା ଭିଡିଲେ ଗାଁ ଲୋକେ

Published By : Prameya-News7 Bureau | September 28, 2020 IST

ପାଟନା ୨୮।୦୯: ଏଥର ବିହାର ବିଧାନସଭା ନିର୍ବାଚନରେ ଚଚରି ପୋଲ ବଡ ପ୍ରସଙ୍ଗ ହୋଇପାରେ। କାରଣ ଗତ ଅନେକ ଦଶନ୍ଧି ଧରି ବିହାରର ନେତା ନିଜ ଅଞ୍ଚଳକୁ ନିର୍ବାଚନ ସମୟରେ ଆସନ୍ତି ଏବଂ ବଡ ବଡ ପ୍ରତିଶ୍ରୁତି ଦେଇ ଚାଲି ଯାଆନ୍ତି। ନିର୍ବାଚନ ପରେ ନେତା ପ୍ରତିଶ୍ରୁତି ଭୁଲି ଯାଆନ୍ତି। ଏଥର ବାଉଶଁରେ ନିର୍ମିତ ଚଚରି ପୋଲ ନେତାଙ୍କ ପାଇଁ ବଡ ମୁସ୍କିଲ ହୋଇପାରେ। ପୋଲ ନିର୍ମାଣ ପାଇଁ ସ୍ଥାନୀୟ ଲୋକ ଦଶନ୍ଧି ଦଶନ୍ଧି ଧରି ଦାବି କରି ଆସିଛନ୍ତି। ଏବେ ଏହାକୁ ଅଣଦେଖା କରିବା ରାଜନେତାଙ୍କୁ ଭାରି ପଡିପାରେ। ଓରାଇ ଓ କଟରା ବ୍ଲକ ଅଞ୍ଚଳର ଲୋକଙ୍କ ଅନୁଯାୟୀ ଏଥର ହେବାକୁ ଥିବା ନିର୍ବାଚନରେ ଜନତା ନେତାଙ୍କୁ ଉଚିତ୍ ଶିକ୍ଷା ଦେବେ। ଲୋକେ ସ୍ଥିର କରିଛନ୍ତି ଯେ ପର୍ଯ୍ୟନ୍ତ ପୋଲ ନାହିଁ ସେ ପର୍ଯ୍ୟନ୍ତ ଭୋଟ୍ ପଡିବ ନାହିଁ।

{"id":335746,"sizeSlug":"large"}

ମୁଜଫରପୁରର ପାଞ୍ଚଟି ଗାଁର ଲୋକ ଭୋଟ୍ ବର୍ଜନ କରିବେ। ଏହି ପାଞ୍ଚଟି ଗାଁରେ ପ୍ରାୟ ୩୦ ହଜାର ଲୋକ ବସବାସ କରନ୍ତି। ପୋଲ ବିନା ମୁଜଫରପୁରର ଓରାଇ ଓ କଟରା ଲୋକଙ୍କୁ ପ୍ରତିଦିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଓରାଇ ବିଧାନସଭା କ୍ଷେତ୍ରର ସୁନ୍ଦର ଖୋଲି ଗାଁରେ ଆଜି ମଧ୍ୟ ପୋଲଟିଏ ନିର୍ମାଣ ହୋଇ ପାରିନାହିଁ। ଲୋକ ଚାନ୍ଦା ଠୁଳ କରି ସେଠାରେ ବାଉଁଶ ନିର୍ମିତ ପୋଲରେ ଗମନାଗମନ କରୁଛନ୍ତି।

{"id":335747,"sizeSlug":"large"}

ସ୍ଥାନୀୟ ଲୋକଙ୍କ ଅନୁଯାୟୀ ନିର୍ବାଚନରେ ଏଥର ଚଚରି ପୋଲ ମୁଖ୍ୟ ପ୍ରସଙ୍ଗ ରହିପାରେ। ପ୍ରତିଥର ପୋଲ ନିର୍ମାଣର ପ୍ରତିଶ୍ରୁତି ଦେଇ ନେତା ଜନତାଙ୍କ ଭୋଟ୍ ହାତେଇ ନେଉଛନ୍ତି। ହେଲେ ନିର୍ବାଚନ ପରେ କେହି ହେଲେ ନେତା ଗାଁକୁ ଆଡ ଆଖିରେ ଚାହିଁ ନାହାନ୍ତି। ଜଣେ ବୃଦ୍ଧ ମହିଳା ଚନ୍ଦ୍ର କଲା ଦେବୀ କହିଛନ୍ତି ପ୍ରତି ଥର ନେତା ପୋଲ ନିର୍ମାଣ କରିବା କଥା କହି ଭୋଟ୍ ନେଇ ଚାଲି ଯାଉଛନ୍ତି। ଏହା ପରେ ଗାଁକୁ ଭୁଲି ଯାଆନ୍ତି। ମାତ୍ର ଏଥର ପାଞ୍ଚଟି ଗାଁର ଲୋକ ନିର୍ବାଚନରେ ନେତାଙ୍କୁ ଉଚିତ୍ ଶିକ୍ଷା ଦେବେ।

ଓରାଇ  ବିଧାନସଭା କ୍ଷେତ୍ରର ଦୁଇ ବ୍ଲକ ଓରାଇ ଓ କଟରା ୪୨ ପଞ୍ଚାୟତକୁ ନେଇ ଗଠିତ। ଓରାଇ ବ୍ଲକରେ ୨୬ ଏବଂ କଟରା ବ୍ଲକରେ ୧୬ ପଞ୍ଚାୟତ ସାମିଲ। ଜିଲ୍ଲାର ସର୍ବାଧିକ ଲୋକ ସଂଖ୍ୟା ୫.୧୪ ଲକ୍ଷ। ଏହି ବିଧାନସଭାର ମତଦାତା ସଂଖ୍ୟା ୨.୭୬ ଲକ୍ଷ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.