Saturday, April 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମତଦାନ ଦିନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଡିଜେଲ କିଣିଲେ ଭୋଟରଙ୍କୁ ମିଳିବ ରିହାତି

ନୂଆଦିଲ୍ଲୀ ୫/୪ : ଅଲ ଇଣ୍ଡିଆ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ (All India Petroleum Dealers Association)  ମତଦାନ ଦିନ ପେଟ୍ରୋଲ ପମ୍ପରେ ଗାଡିରେ ପେଟ୍ରୋଲ ଏବଂ ଡିଜେଲ ପକାଇଲେ ଭୋଟରଙ୍କୁ ଲିଟର ପିଛା ୫୦ ପଇସା ରିହାତି ଦେବ ବୋଲି ନିଷ୍ପତ୍ତି ନେଇଛି | ତେବେ ଏହି ବ୍ୟବସ୍ଥା ସବୁ ପେଟ୍ରୋଲ ପମ୍ପରେ ଉପଲବ୍ଧ ହେବ ନାହିଁ | କିଛି କିଛି ପମ୍ପରେ ଏହି ସୁବିଧା ଉପଲବ୍ଧ କରାଯିବ |


ଅଲ ଇଣ୍ଡିଆ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ଅଧକ୍ଷ ଅଜୟ ବଂଶଲ ସୂଚନା ଦେଇଛନ୍ତି ଯେ, ଆଜି ପେଟ୍ରୋଲ ପମ୍ପ ଡିଲରଙ୍କ ସହ ତାଙ୍କର ବୈଠକ ଥିଲା | ବୈଠକରେ ଏକ ରିଜୋଲୁସନ ପାସ କରାଯାଇଛି | ପାସ ହୋଇଥିବା ଚୁକ୍ତି ଅନୁଯାୟୀ, ମତଦାନ ଦିନ ଯେଉଁ ଭୋଟର ନିଜ ଆଙ୍ଗୁଠିରେ ଲାଗିଥିବା ଭୋଟଦାନର ସାହି ଦେଖାଇବ ତାଙ୍କୁ ପେଟ୍ରୋଲ କିମ୍ବା ଡିଜେଲ କିଣିବା ଦ୍ୱାରା ଲିଟର ପିଛା ୫୦ ପଇସା ରିହାତି ଦିଆଯିବ |


ଅଜୟ ବଂଶଲ କହିଛନ୍ତି ଯେ, ପେଟ୍ରୋଲ ଡିଜେଲରେ ରିହାତି କିଛି କିଛି ପମ୍ପରେ ଉପଲବ୍ଧ କରାଯିବ | ଅଧିକାଂଶ ପେଟ୍ରୋଲ ଡିଲର ଏହି ରିହାତି ଅଫର ଲାଗୁ କରିବେ | ବଂଶଲଙ୍କ ଅନୁଯାୟୀ, ପାଖାପାଖି ୬୫ ପେଟ୍ରୋଲ ପମ୍ପରେ ଭୋଟରଙ୍କୁ ରିହାତି ଦିଆଯିବ |

736 Views

   ସମ୍ବନ୍ଧିତ ଖବର