Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୋଟ୍ ଦେବାକୁ ଆସି ଭୋଟର ଅଚେତ

11/04/2019 at 9:17 AM

ଲକ୍ଷ୍ମୀପୁର ୧୧|୪: ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ନିଜର ମତ ସାବ୍ୟସ୍ତ କରୁଛନ୍ତି ଭୋଟର । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଭଳି ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ମତଦାନ ହେଉଛି ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ୧୨୨ନମ୍ବର ବୁଥରେ କାମିୟା ମିଣିଆକା ନାମକ ଜଣେ ଭୋଟର ଅଚେତ ହୋଇପଡିଛନ୍ତି । ଭୋଟ୍ ଦେବାକୁ ଆସି ଘଣ୍ଟାଏ କାଳ ଖରାରେ ଲାଇନ୍ ଦେଇ ଛିଡା ହୋଇଥିବା ବେଳେ ହଠାତ୍ ଅଚେତ ହୋଇ ପଡିଲେ । ତୁରନ୍ତ ତାଙ୍କୁ ସମ୍ପର୍କୀୟ ମାନେ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

   Related Posts