Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା: ମୋଟ ୩ କୋଟି ୧୮ ଲକ୍ଷ ୭୮୭ ଭୋଟର , ୧୮ରୁ୧୯ ବର୍ଷ ବୟସର ୫ ଲକ୍ଷ ୪୫ ହଜାର ୪୦୧ ନୂଆ ଯୁବ ଭୋଟର ତାଲିକାଭୁକ୍ତ

21/01/2019 at 7:38 PM

ଭୁବନେଶ୍ବର୨୧|୧: ସାଧାରଣ ନିର୍ବାଚନ ପାଇଁ ଜୋରଦାର ହେଲାଣି ପ୍ରସ୍ତୁତି । ରାଜ୍ୟରେ କିଭଳି ଅବାଧ ଓ ନିରପେକ୍ଷ ନିର୍ବାଚନ ହେବ, ଏଥି ପାଇଁ ଓଡିଶା କେତେ ପ୍ରସ୍ତୁତ ସେନେଇ ରାଜ୍ୟ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ସେପଟେ ଆଜି ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଏଥର ମୋଟ ୩ କୋଟି ୧୮ ଲକ୍ଷ ୭୮୭ ଜଣ ଭୋଟର ସେମାନଙ୍କ ମତଦାନ କରିବେ । ତେବେ ୫ ଲକ୍ଷ ୪୫ ହଜାର ୪୦୧ ନୂଆ ଭୋଟରଙ୍କ ଉପରେ ସବୁ ଦଳର ରହିବ ନଜର ।….

ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା । ଓଡିଶାର ୧୪୭ ବିଧାନସଭା କ୍ଷେତ୍ରରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ । ତେବେ ଏହି ତାଲିକାରେ ଯେଉଁ ଯୋଗ୍ୟ ଭୋଟରଙ୍କ ନାଁ ନାହିଁ ସେମାନେ ନୋମିନେସନର ୧୦ ଦିନ ପୂର୍ବରୁ ନିଜ ନାଁ ତାଲିକା ଭୁକ୍ତ କରିବାକୁ ଆବେଦନ କରିପାରିବେ । ଏଥର ରାଜ୍ୟରେ ୫ ଲକ୍ଷ ୪୫ ହଜାର ୪୦୧ ନୂଆ ଭୋଟରଙ୍କୁ ମିଶାଇ ୩ କୋଟି ୧୮ ଲକ୍ଷ ୭୮୭ ଜଣ ଭୋଟର ତାଲିକାଭୁକ୍ତ ହୋଇଛନ୍ତି ।

ବିଭିନ୍ନ କାରଣ ପାଇଁ ୬ ଲକ୍ଷ ୫୦ ହଜାର ୩୬୫ ଭୋଟରଙ୍କ ନାଁ ତାଲିକାରୁ ବାଦ୍ ଦିଆଯାଇଛି । ମୋଟ ଭୋଟରଙ୍କ ଭିତରୁ ୧ କୋଟି ୬୩ ଲକ୍ଷ ୩୭ ହଜାର ୩୧୦ ପୁରୁଷ ଭୋଟର ଓ ୧ କୋଟି ୫୪ ଲକ୍ଷ ୬୦ ହଜାର ୫୪୫ ମହିଳା ଭୋଟର ଅଛନ୍ତି । ରାଜ୍ୟରେ ୩୭ ହଜାର ୬୦୬ ବୁଥରେ ନିର୍ବାଚନ କରିବା ଲାଗି ସ୍ଥିର ହୋଇଛି ।

ସାଧାରଣ ନିର୍ବାଚନ ପାଇଁ ଫେବୃଆରୀ ଶେଷ ସୁଦ୍ଧା କିମ୍ବା ମାର୍ଚ୍ଚ ୧୦ ଭିତରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଉଛି । ତା’ପୂର୍ବରୁ ପ୍ରସ୍ତୁତି ସାରିବାକୁ ପୁରାଦମ୍ ଲଗାଇଦେଇଛନ୍ତି ନିର୍ବାଚନ କମିଶନ। ତେବେ ଏଥର ୧୮ରୁ୧୯ ବର୍ଷ ବୟସର ୫ ଲକ୍ଷ ୪୫ ହଜାର ୪୦୧ ନୂଆ ଯୁବ ଭୋଟର ତାଲିକାଭୁକ୍ତ ହୋଇଛନ୍ତି ।

ଏମାନଙ୍କୁ କିଭଳି ରାଜନୈତିକ ଦଳମାନେ ନିଜ ପଟକୁ ଟାଣିବେ ତା ଉପରେ ସମସ୍ତଙ୍କ ନଜର ରହିବ ନିଶ୍ଚୟ । ସେପଟେ ନିର୍ବାଚନ କମିଶନଙ୍କ ପ୍ରସ୍ତୁତିର ଗତି ଯେତିକି ବଢ଼ୁଛି, ବିଭିନ୍ନ ରାଜନୈତିକ ଦଳଙ୍କ ଟେନସନ ବି ସେତିକି ବଢ଼ୁଛି । କାରଣ କମ୍ ସମୟ ଭିତରେ ସବୁ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ପ୍ରସଙ୍ଗ ନର୍ଦ୍ଧାରଣ ଓ ନିର୍ବାଚନ ରଣନୀତି ସବୁ କିଛି କରିବାକୁ ପଡ଼ିବ ।

ସାଧାରଣ ନିର୍ବାଚନ ପାଇଂ ପ୍ରସ୍ତୁତି କଣ ଅଛି ସେନେଇ ଆଜି ମୁଖ୍ୟ ନିର୍ବାଚନ କମିଶନ ମୁଖ୍ୟ ଶାସନ ସଚିବ, ନିର୍ବାଚନ ଅଧିକାରୀ ଓ ପୋଲିସ ଡିଜିଙ୍କ ସହ ଆଲୋଚନା କରିଛନ୍ତି । କିଭଳି ଅବାଧ ଓ ମୁକ୍ତ ନିର୍ବାଚନ କରିହେବ ଏବଂ ଉତେଜନା ପ୍ରବଣ ଓ ମାଓ ଅଞ୍ଚଳରେ କିଭଳି ଭୋଟଦାନ ଠିକ ଭାବେ ହେବ ସେନେଇ ଆଲୋଚନା ହୋଇଛି ।

   Related Posts