ଭୋଟର ତାଲିକାକୁ ଶତ ପ୍ରତିଶତ ତ୍ରୁଟିମୁକ୍ତ କରିବା ପାଇଁ ପୁରୀରେ ଆରମ୍ଭ ହେବାକୁ ଯାଉଛି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ
30/08/2018 at 5:35 AM

ପୁରୀ ୩୦/୮ : ଭୋଟର ତାଲିକାକୁ ଶତ ପ୍ରତିଶତ ସ୍ୱଛ ଓ ତ୍ରୁଟି ମୁକ୍ତ କରିବା ପାଇଁ ପୁରୀ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ। ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ୱର ୧ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଏକ ମାସଧରି ସମସ୍ତ ବୁଥ୍ ସ୍ତରରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଯେଉଁମାନଙ୍କର ଆସନ୍ତା ଜାନୁୟାରୀ ୧, ୨୦୧୯ ସୁଦ୍ଧା ବୟସ ୧୮ ବର୍ଷ ହେଉଥିବା ସେମାନେ ନୂତନ ଭୋଟର ହିସାବରେ ନାମ ପଞ୍ଜିକୃତ କରିପାରିବେ। ଏହାଛଡ଼ା ଯେଉଁ ମାନଙ୍କର ଏକାଧିକ ନିର୍ବାଚନ ମଣ୍ତଳୀରେ ନାମ ରହିଛି କିମ୍ୱା ମୃତ ଭୋଟର ସେମାନଙ୍କ ନାମକୁ ମଧ୍ୟ ବାଦ୍ ଦିଆଯିବ। ଏ ସଂପର୍କରେ ସମସ୍ତ ରାଜନୈତିକ ଦଳକୁ ମଧ୍ୟ ଆଜି ଜିଲ୍ଲାପାଳ ଏକ ବୈଠକ ଡ଼ାକି ଏ ସଂପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମର ସଫଳ ରୁପାୟନ ପାଇଁ ଜନସାଧାରଣ ସହଯୋଗ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।