ଅ।ସନ୍ତା ସାଧାରଣ ନିର୍ବାଚନ ପାଇଁ ଅ।ରମ୍ଭ ହୋଇଛି ଭୋଟର ତାଲିକା ସଂଶୋଧନ
5/09/2018 at 1:52 PM

ସୁନ୍ଦରଗଡ଼ ୫/୯ : ଅ।ସନ୍ତା ସାଧାରଣ ନିର୍ବାଚନ ପାଇଁ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଅ।ରମ୍ଭ ହୋଇଛି ଭୋଟର ତାଲିକା ସଂଶୋଧନ । ଏହି ଭୋଟର ତାଲିକା ସଂଶୋଧନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଧାଇଥିବା ସମ୍ପର୍କରେ ସୁଚନା ଦେଇଛନ୍ତି ଜିଲ୍ଲାପାଳ । ସ୍ଥାନୀୟ ପ୍ରଗତି ମଣ୍ଡପ ଠାରେ ଏଥି ନେଇ ଏକ ସାମ୍ଵାଦିକ ସମ୍ମିଳନୀରେ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା କାର୍ଯ୍ୟକ୍ରମ ସମ୍ପର୍କରେ ସୁଚନା ଦେବା ସହ ପ୍ରକାଶ ପାଇବାକୁ ଥିବା ଚୁଡାନ୍ତ ଭୋଟର ତାଲିକା କିପରି ନିର୍ଭୁଲ ହୋଇପାରିବ ସେ ନେଇ ସୁଚନା ଦେଇଥିଲେ । ଏହି ସାମ୍ଵାଦିକ ସମ୍ମିଳନୀରେ ବିଭିନ୍ନ ରାଜନୈତିକ ଦଳର କର୍ମୀ ଉପସ୍ଥିତ ଥିଲେ ।