ଆଜିଠୁ ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା

Published By : Prameya-News7 Bureau | September 01, 2018 IST

ଭୁବନେଶ୍ବର ୧|୯: ୨୦୧୯ ସାଧାରଣ ନିର୍ବାଚନ ନେଇ ଆଜିଠୁ ଭୋଟର ତାଲିକାର ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସଂଶୋଧନ ପ୍ରକ୍ରିୟା । ଏଥିପାଇଁ ରାଜ୍ୟରେ ୩୭ହଜାର ୬୦୬ବୁଥ୍ ଚିହ୍ନଟ କରାଯାଇଛି । ଗ୍ରାମାଞ୍ଚଳରେ ଗୋଟିଏ ବୁଥରେ ରହିବେ ୧୨ଶହ ଭୋଟର । ସେହିପରି ସହରାଞ୍ଚଳରେ ଗୋଟିଏ ବୁଥରେ ରହିବେ ୧୪୦୦ ଭୋଟର । ୨୦୧୯ ମସିହା ଜାନୁଆରୀ ୪ ତାରିଖରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା । ଭୋଟର ତାଲିକାରେ ତ୍ରୁଟି ଥିଲେ ବୁଥ୍ ସ୍ତରୀୟ ଅଫିସରଙ୍କୁ ଜଣାଇପାରିବେ ବୋଲି କୁହାଯାଉଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.