ଝାଡ଼ଖଣ୍ଡରେ କ୍ଷମତାରୁ ଯିବ ବିଜେପି,ଏକଜିଟ୍ ପୋଲରେ ସୋରେନଙ୍କୁ ଭୋଟରଙ୍କ ପସନ୍ଦ

Published By : Prameya-News7 Bureau | December 20, 2019 IST

ଝାଡ଼ଖଣ୍ଡ୨୦/୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ମତଦାନ ଶେଷ ପରେ ଏକଜିଟ୍ ପୋଲ ଆସିଛି। ବିଭିନ୍ନ ଏକଜିଟ୍ ପୋଲରେ ରାଜ୍ୟରେ ଶାସନ ପରିବର୍ତ୍ତନର ସଙ୍କେତ ଆସିଛି। ଇଣ୍ଡିଆ ଟୁଡେ- ଆକ୍ସିସ୍‌ ମାଇ ଇଣ୍ଡିଆ ଏକଜିଟ୍ ପୋଲରେ ଜେଏମଏମ, କଂଗ୍ରେସ ଏବଂ ଆରଜେଡିକୁ ନେଇ ଗଠିତ ମେଣ୍ଟ ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ଅନୁମାନ ଲଗାଇଛି। ସେପଟେ ଏସ- ସି ଭୋଟର- ଏବିପି ଏକଜିଟ୍‌ ପୋଲରେ କଡ଼ା ମୁକାବିଲାର ଚିତ୍ର ଆସୁଛି। ଏହି ଏକଜିଟ୍ ପୋଲରେ ୟୁପିଏ ମେଣ୍ଟ ୩୧ରୁ୩୯ ଆସନ ପାଇବ ବୋଲି ବୁଥ୍‌ ବାହୁଡ଼ା ମତ କହୁଛି। ରାଜ୍ୟରେ କ୍ଷମତାରେ ଥିବା ବିଜେପିର ସଂଖ୍ୟା କମିପାରେ। ଏହା ୨୮ରୁ ୩୬ ଆସନ ଜିତିବା ସମ୍ଭାବନା ଆକଳନ କରିଛି ଆଇଏଏନଏସ- ସିଭୋଟର- ଏବିପି ଏକଜିଟ୍‌ ପୋଲ। ଜେଭିଏମ ୧ରୁ ୪ ଆସନ ଏବଂ ଅନ୍ୟ ଦଳମାନେ ୧୧ ଆସନ ପାଇପାରନ୍ତି। କିନ୍ତୁ ଇଣ୍ଡିଆ ଟୁଡ଼େ- ଆକ୍ସିସ୍‌ ମାଇ ଇଣ୍ଡିଆ ଏକଜିଟ୍ ପୋଲରେ ବିଜେପି ୨୨ରୁ୩୨ ଆସନ ପାଇବ ବୋଲି ଆକଳନ କରାଯାଇଛି। କିନ୍ତୁ ଜେଏମଏମ-କଂଗ୍ରେସ- ଆରଜେଡି ମେଣ୍ଟ ୩୮ରୁ୫୦ ଜିତି ପାରେ। ଜେଭିଏମକୁ ୨ରୁ ୪ ଆସନ, ଏଜେଏସୟୁକୁ ୩ରୁ ୫ ଆସନ ଏବଂ ଅନ୍ୟମାନଙ୍କୁ ୪ରୁ୭ ଆସନ ମିଳିବା ଆକଳନ କରାଯାଉଛି। ଏଠାରେ ମ୍ୟାଜିକ ନମ୍ବର ୪୧।

{"id":200276,"sizeSlug":"large"}

 ଝାଡ଼ଖଣ୍ଡରେ ୮୧ ଆସନ ପାଇଁ ପାଞ୍ଚ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଛି। ନଭେମ୍ବର ୩୦, ଡିସେମ୍ବର ୭ରେ ମତ ରଖିଛନ୍ତି ମତଦାତା।  ତେବେ ମୁଖ୍ୟତଃ  ବିଜେପି ଏବଂ ୟୁପିଏ ମଧ୍ୟରେ ମୁକାବିଲା ହେଉଛି। ୟୁପିଏରେ କଂଗ୍ରେସ ସହ ଜେଏମଏମ ଏବଂ ଆରଜେଡି ରହିଛନ୍ତି। ଜେଏମଏମ ୪୩ ଆସନ, କଂଗ୍ରେସ ୩୧ ଏବଂ ଆରଜେଡି ୭ ଟି ଆସନରେ ଲଢ଼ୁଛନ୍ତି। ସେପଟେ ବିଜେପି ୭୯ ଆସନରେ ଲଢ଼ୁଥିବାବେଳେ ସହଯୋଗୀଙ୍କୁ ୨ଟି ଆସନ ଛାଡ଼ିଛି। ଚଳିତ ନିର୍ବାଚନରେ ମୋଟ ୪୦ ଲକ୍ଷ ପାଞ୍ଚ ହଜାର ୨୮୭ ଭୋଟର ରହିଛନ୍ତି। ରାଜ୍ୟରେ ମୋଟ ପାଞ୍ଚ ହଜାର ୩୮୯ ମତଦାନ କେନ୍ଦ୍ରରେ ମତଦାନ ଅନୁଷ୍ଠିତ ହୋଇଛି।

{"id":200278,"sizeSlug":"large"}

 ଅନ୍ୟ ପ୍ରମୁଖ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଜେଭିଏମ ୮୧ ଆସନ ଏବଂ ଏଜେଏସୟୁ ୫୨ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି। ତେବେ ଗତ ବିଧାନସଭା ନିର୍ବାଚନ ଜିଣି ବିଜେପି ସରକାର ଗଢ଼ିଥିଲା। ଏଥର ବିଜେପି ସରକାରରେ ରହିବ କି ସତ୍ତା ବଦଳି ତାହା ଧାର୍ଯ୍ୟ କରିବେ ମତଦାତା। ମୁଖ୍ୟତଃ ବିଜେପିର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବଂ ୟୁପିଏ ମେଣ୍ଟର ମୁଖ୍ୟମନ୍ତ୍ରୀ  ପ୍ରାର୍ଥୀ ହେମନ୍ତ ସୋରେନଙ୍କ ମଧ୍ୟରେ ସିଂହାସନ ଲଢ଼େଇ ହେଉଛି। ଆସନ୍ତା ୨୩ ତାରିଖ ଦିନ ଭୋଟ ଗଣତି ହେବ ଏବଂ ସେହି ଦିନ ହିଁ କିଏ  ସରକାର ଗଢ଼ିବ ତାହା ସ୍ପଷ୍ଟ ହେବ। ଜାନୁଆରୀ ୫ ତାରିଖରେ ବର୍ତ୍ତମାନର ଝାଡ଼ଖଣ୍ଡର କାର୍ଯ୍ୟକାଳ ସରୁଛି। ତାହା ପୂର୍ବରୁ ନୂଆ ସରକାର ଗଠିତ ହେବ।

{"id":200279,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.