Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||

ବାରବାଟୀ ବିଧାୟକ ଦେବାଶିଷଙ୍କ ଜନ୍ମଦିନରେ କର୍ମୀ ଓ ଭୋଟର ଫୋକସ୍‌ରେ

11/02/2019 at 6:18 PM

କଟକ ୧୧|୯: ଜନ୍ମଦିନ ସମସ୍ତଙ୍କ ପାଇଁ ଖାସ୍। ହେଲେ ନେତାଙ୍କ ପାଇଁ ଟିକିଏ ନିଆରା । ଖାସକରି ଯେତେବେଳେ ନିର୍ବାଚନ ପାଖେଇ ଆସିଲାଣି ଜନ୍ମଦିନକୁ ଆଖିଦୃଶିଆ ଭାବେ ପାଳନ କରିବା ମୌକା କିଏ ବା ହାତଛଡା କରିବ । ସୋମବାର ଏଭଳି ଏକ ଦିନ ଥିଲା ବାରବାଟି-କଟକ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପାଇଁ । ଫୁଲ ଦିଆନିଆ, ଶୁଭେଚ୍ଛା ବାର୍ତ୍ତା ଭିତରେ ବି ଜମିଥିଲା ଭୋଟ୍ ଚର୍ଚ୍ଚା ।

ବସନ୍ତ ଋତୁରେ ବିଭିନ୍ନ ଫୁଲର ବାସ୍ନା । ଏହାରି ଭିତରେ କିନ୍ତୁ ଚାରିଆଡେ ବାରିହୋଇ ପଡୁଛି ପଲିଟିକ୍ସର ଗନ୍ଧ । ଭାଇଚାରାର ସହର କଟକରେ ଏହାକୁ ନିର୍ବାଚନୀ ଉତ୍ସବ କହିଲେ କିଛି ଭୂଲ ହେବନି । ପ୍ରତିଦିନ କିଛିନା କିଛି କାର୍ଯ୍ୟକ୍ରମ, ଭେଟଘାଟ, କର୍ମୀ ସମ୍ମିଳିନୀ ଚାଲିଛି । ଏସବୁ କେବଳ କର୍ମୀ, ଭୋଟରଙ୍କୁ ମନେଇବାର ପ୍ରୟାସ । ଯୋଗକୁ ସୋମବାର ଥିଲା ବାରବାଟି-କଟକ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଜନ୍ମଦିନ । ଭୋଟ ଚର୍ଚ୍ଚା ପାଇଁ ଇଆଠୁ ବଡ ସୁଯୋଗ କ’ଣ ବା ହୋଇପାରେ । ତେଣୁ ଅନୁଗୁତ, କର୍ମୀ, ସାଧାରଣ ଲୋକଙ୍କୁ ଖୁସି କରିବାର ମୌକା ହାତଛଡା କରିନଥିଲେ ଦେବାଶିଷ । ଦିଅଁ ଦେଖାକୁ କଦଳୀ ବିକା ।  ମାନେ ଜନ୍ମ ଦିନର ଶୁଭେଚ୍ଛା, ଫୁଲ ଦିଆନିଆ ଭିତରେ ଚାଲିଥିଲା ପଲିଟିକ୍ସ ଚର୍ଚ୍ଚା ।

ବିଜେଡିରେ ଏବେ ଯୁବାଙ୍କ ଦବଦବା ଅଧିକ । ଯଦିଓ କେଉଁ ନେତାଙ୍କୁ କେଉଁଠୁ ଟିକେଟ୍ ମିଳିବ ଘୋଷଣା ହୋଇନି, ତଥାପି ଋଷି ମାନେ ଦେବାଶିଷ ସାମନ୍ତରାୟ ଆଉଥରେ ବାରବାଟି-କଟକ ଆସନରୁ ଲଢିବେ ବୋଲି ମନସ୍ଥିର କରିସାରିଛନ୍ତି । ତେଣୁ ଜନ୍ମଦିନ ପାଳନ ବେଳେ କର୍ମୀଙ୍କୁ ସେ ଭୋଟ ବାର୍ତ୍ତା ଦେବା ଭୁଲିନଥିଲେ । ମାତ୍ର କ୍ୟାମେରା ସାମ୍ନାରେ ସେ ଏହାକୁ ମାନିବାକୁ ନାରାଜ । ଦେବାଶିଷ କହିଛନ୍ତି, ଜନ୍ମଦିନ ସମସ୍ତେ ପାଳନ କରନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ମଧ୍ୟ ତାଙ୍କ ପ୍ରସଂଶକ ପାଳନ କରିଥାନ୍ତି । ତେଣୁ ଯଦି ଶ୍ରଦ୍ଧାରେ କିଏ ଫୁଲତୋଡାଟିଏ ଆଣି ଦେଲା ତାହେଲେ ତାକୁ ଗ୍ରହଣ କରିବାରେ ଅସୁବିଧା କେଉଁଠି ?  

କେବଳ ବିଜେଡି ନୁହେଁ, କଂଗ୍ରେସ ଓ ବିଜେପିର ଆଶାୟୀ ପ୍ରାର୍ଥୀ ମଧ୍ୟ ମୈଦାନକୁ ଓହ୍ଲାଇଲେଣି । କିଏ କିଭଳି ଭୋଟରଙ୍କୁ ଆକୃଷ୍ଟ କରିବେ ତାର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତିରେ ଲାଗିଛନ୍ତି । ବିଭିନ୍ନ ଉତ୍ସବ ବାହାନାରେ ନେତା-ଭୋଟର ଓ କର୍ମୀ ଏକାଠୀ ହେଉଛନ୍ତି ।

   Related Posts