ଉପନିର୍ବାଚନ : ବାଲେଶ୍ୱର ସଦରରେ ୧୨.୧୧, ତିର୍ତ୍ତୋଲରେ ୭.୫୮ ପ୍ରତିଶତ ଭୋଟିଂ

Published By : Prameya-News7 Bureau | November 03, 2020 IST

ଭୁବନେଶ୍ୱର୦୩।୧୧: ବାଲେଶ୍ୱର ଓ ତିର୍ତ୍ତୋଲରେ ଉପ-ନିର୍ବାଚନ ପାଇଁ ଆଜି ମତଦାନ ଜାରି ରହିଛି । କୋଭିଡ଼ କଟକଣା ଭିତରେ ନିର୍ବାଚନ ଚାଲିଛି । ତେବେ ସକାଳ ୯ଟା ସୁଦ୍ଧା ବାଲେଶ୍ୱରରେ ୧୨.୧୧ ପ୍ରତିଶତ ହୋଇଥିବା ବେଳେ ତିର୍ତ୍ତୋଲରେ ୭.୫୮ ପ୍ରତିଶତ ଭୋଟିଂ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ଏନେଇ ସୂଚନା ଦେଇଛନ୍ତି ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ମକ ପୁଲ ସମୟରେ କିଛି ଜାଗାରେ ତ୍ରୁଟି ଦେଖାଦେଇଥିଲା । ବାଲେଶ୍ୱରରେ ୨ଟି ଭିଭିପାଟ ବଦଳାଇ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭୋଟ ବର୍ଜନର ଖବର ଆସିନାହିଁ। ସେହିପରି  କୌଣସି ଗଣ୍ଡଗୋଳର ସୂଚନା ନାହିଁ । ଉଭୟ ନିର୍ବାଚନ ମଣ୍ଡଳୀର ଭୋଟର ମାନେ ବୁଥ ଆରେଞ୍ଜମେଣ୍ଟ କୁ ନେଇ ଖୁସି ଥିବା କହିଛନ୍ତି  ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।

wp:core-embed/wordpress {"url":"http://www.prameyanews7.com/by-election-in-baleshwar-sadar-and-tirtol-seat/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/by-election-in-baleshwar-sadar-and-tirtol-seat/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.