Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଭୋଟ୍ ଓଡ଼ିଶା ରେଜଲ୍ଟ : ପ୍ରଥମ ପର୍ଯ୍ୟାୟରେ ୬ ଜିଲ୍ଲାର ୨୩ ବିଧାନସଭା ଆସନର ଫଳାଫଳ ପ୍ରକାଶ

3/03/2019 at 10:42 AM

ଭୁବନେଶ୍ବର ୩|୩ : ପ୍ରକାଶ ପାଇଛି ଭୋଟ ଓଡିଶାର ଫଳାଫଳ ।  ୬ ଟି ଜିଲ୍ଲାର ୨୩ ଟି ବିଧାନସଭା କ୍ଷେତ୍ରର ଫଳାଫଳ ପ୍ରକାଶ ପାଇଛି । ଝାରସୁଗୁଡ଼ାର ବ୍ରଜରାଜନଗର, ଝାରସୁଗୁଡ଼ା- କୋରାପୁଟ ଜିଲ୍ଳାର ଜୟପୁର, କୋରାପୁଟ, କୋଟପାଡ଼, ଲକ୍ଷ୍ମୀପୁର, ପଟାଙ୍ଗୀ- କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଧର୍ମଗଡ଼, ଜୁନାଗଡ଼, ଲାଞ୍ଜିଗଡ଼, ନର୍ଲା- ଭଦ୍ରକ ଜିଲ୍ଲାର ବସୁଦେବପୁର, ଭଦ୍ରକ, ଭଣ୍ଡାରିପୋଖରୀ, ଚାନ୍ଦବାଲି, ଧାମନଗର- ବରଗଡ଼ ଜିଲ୍ଲାର ଅତାବିରା, ବରଗଡ଼, ବିଜେପୁର, ପଦ୍ମପୁର, ଭଟଲି ଏବଂ ଦେବଗଡ଼ ଜିଲ୍ଲାର ଦେବଗଡ଼ ବିଧାନସଭା କ୍ଷେତ୍ରର ଫଳାଫଳ ପ୍ରକାଶ ପାଇଛି । ୨୩ ଟି ଆସନରୁ ୧୫ ଟିରେ ବିଜେଡି-ବିଜେପି ଓ ୮ ଟିରେ ବିଜେଡି- କଂଗ୍ରେସ ମଧ୍ୟରେ ଟକ୍କର ହେବ ।

କୋରାପୁଟରେ କୃଷ୍ଣଚନ୍ଦ୍ର ସଗରିଆ ବିଏସପିରେ ଯୋଗ ଦେବାପରେ ସେଠାରେ ବିଏସପି ନିର୍ଣ୍ଣାୟକ ଭୂମିକାକୁ ଆସିବ । ନିର୍ବାଚନ ପୂର୍ବରୁ ଭୋଟ୍ ଓଡ଼ିଶା ମାଧ୍ୟମରେ ରାଜ୍ୟର ଭୋଟରଙ୍କ ମୁଡ୍ ଜାଣିବାକୁ ନ୍ୟୁଜ୍ ସଭେନ୍ ଏହି ପ୍ରୟାସର କରିଛି । ଟେଲିଭିଜନ୍ ଇତିହାସର ଏହା ସବୁଠାରୁ ବଡ ଜନମତ ସର୍ଭେ । ଆଶାୟୀ ଦୌଡରେ କିଏ ଆଗରେ ଓ କିଏ ପଛରେ ରହିବ ଏବଂ କିଏ ଟିକେଟ୍ ପାଇବ, କାହା ପଛରେ ଅଛି ସମର୍ଥନ, ତାର ରାୟ ଶୁଣାଇ ସାରିଛନ୍ତି ଜନତା ।

ତେବେ କେଉଁ ପୁରୁଣା ମୁହଁକୁ ଲୋକେ ପୁଣିଥିରେ ଦେଖିବାକୁ ଚାହୁଁଛନ୍ତି ଆଉ କେଉଁ ନୂଆ ମୁହଁକୁ ସେମାନଙ୍କର ପ୍ରଥମ ପସନ୍ଦ ବାଛିଛନ୍ତି ତାର ଫଳାଫଳ ଦେଖିବାକୁ ଲୋକଙ୍କ ମଧ୍ୟରେ ରହିଛି ଉତ୍ସାହ । ଆଜି ସକାଳ ୧୦ ଟାରୁ ଲଗାତର ଭାବେ ଆମେ ଭୋଟ ଓଡ଼ିଶାର ଫଳାଫଳ ପ୍ରକାଶ କରିବୁ । ଭୋଟ ଓଡ଼ିଶା ଦେଖିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ନାହିଁନଥିବା ଉତ୍ସୁକତା ଦେଖିବାକୁ ମିଳିଥିଲା। ଲୋକେ ଭୋଟ୍  ଓଡ଼ିଶା ଫଳାଫଳ ଦେଖିବା ପାଇଁ  ଘରେ ଘରେ ବେଶ ଉତ୍ସୁକତାର ସହିତ ଅପେକ୍ଷା କରି ରହିଥିଲେ।

   Related Posts