ଭୋଟ୍ ଗଣତି କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା, ଗଣତି କେନ୍ଦ୍ରରେ ଇଲେକଟ୍ରୋନିକ୍ସ ସାମଗ୍ରୀ ବ୍ୟାନ୍

Published By : Prameya-News7 Bureau | May 23, 2019 IST

ଭୁବନେଶ୍ବର ୨୩|୫: ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ପାଇଁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ସକାଳ ୮ଟାରୁ ଆରମ୍ଭ ହେବ କାଉଣ୍ଟିଂ । ରାଜ୍ୟର ମୋଟ୍ ୬୩ଟି ଗଣତି କେନ୍ଦ୍ରରେ ଭୋଟ ଗଣତି ହେବ। ଏଥିପାଇଁ ନିର୍ବାଚନ କମିସନଙ୍କ ଗାଇଡଲାଇନ୍ ଅନୁଯାୟୀ, ଓଡ଼ିଶା ପୁଲିସ ଇଭିଏମ୍ ଷ୍ଟ୍ରଙ୍ଗ ରୁମ୍ ଏବ˚ ଭୋଟ ଗଣତି କେନ୍ଦ୍ରର ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଇଛି। ଗଣତି କେନ୍ଦ୍ର ଭିତରକୁ ମୁଖ୍ୟ ନିର୍ବାଚନ ଅଫିସର/ଜିଲ୍ଲା ନିର୍ବାଚନ ଅଫିସରଙ୍କ ପରିଚୟ ପତ୍ରଧାରୀ ବ୍ୟକ୍ତିଙ୍କୁ କେବଳ ଛଡ଼ାଯିବ। ଯାହାର ପରିଚୟପତ୍ର ନଥିବା କୌଣସି ପରିସ୍ଥିତିରେ ପୁଲିସ ଭିତରକୁ ଛାଡ଼ିବ ନାହିଁ।

{"id":114936}

ଗଣତି କେନ୍ଦ୍ର ଭିତରକୁ କୌଣସି ପ୍ରକାର ଗୁପ୍ତ କ୍ୟାମେରା କିମ୍ବା ମୋବାଇଲ୍ ଫୋନ ନିଆଯାଇପାରିବ ନାହିଁ। ମୋବାଇଲ୍ ଫୋନ୍ ନେବାକୁ ମୁଖ୍ୟ ନିର୍ବାଚନ ଅଫିସର/ଜିଲ୍ଲା ନିର୍ବାଚନ ଅଫିସରଙ୍କ ଅନୁମତି ପତ୍ର ନିହାତି ଆବଶ୍ୟକ। ଗଣତି କେନ୍ଦ୍ରର ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଜିଲ୍ଲା ଏସପି/ଡିସିପିଙ୍କ ନିୟନ୍ତ୍ରଣ ରହିବ। ଇଭିଏମ୍ ଷ୍ଟ୍ରଙ୍ଗ ରୁମ୍ ଭିତରକୁ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତିିଙ୍କ ଭିଡିଓ ରେକର୍ଡ କରାଯିବାକୁ ପୁଲିସ ଡିଜି ଡାକ୍ତର ଆର.ପି.ଶର୍ମା ଜିଲ୍ଲା ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.