ଲୋକସଭା ନିର୍ବାଚନ ପାଇଁ ସର୍ବପ୍ରଥମେ ଭୋଟ ଦେଲେ ଆଇଟିବିପି ଯବାନ

Published By : Prameya-News7 Bureau | April 06, 2019 IST

ଲୋହିତପୁର ୬/୪ : ଲୋକସଭା ନିର୍ବାଚନ ପାଇଁ ଅରୁଣାଚଳ ପ୍ରଦେଶରେ ସର୍ଭିସ ଭୋଟର ନିଜ ମତଦାନ ଦେଇଛନ୍ତି | ଉତ୍ତର ପୂର୍ବାଂଚଳର ଶିରେର ଦୁରାନ୍ତର କ୍ଷେତ୍ରରେ ଅବସ୍ଥିତ ଭାରତ ତିବ୍ବତ ସୀମା ପୋଲିସ ଗତକାଲି ଅରୁଣାଚଳ ପ୍ରଦେଶର ଲୋହିତପୁର ଅଂଚଳରେ ଗୁପ୍ତ ୱାଲେଟ ଜରିଆରେ ଭୋଟ ଦେଇଛନ୍ତି | ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଗ୍ରହଣ ଏପ୍ରିଲ ୧୧ ତାରିଖରେ ହେବ | ଫଳ ମେ ୨୩ ତାରିଖକୁ ବାହାରିବ ବୋଲି ଘୋଷଣା ହୋଇଛି |

{"id":100886}

ସୂଚନାଯୋଗ୍ୟ ଯେ, ପୋଷ୍ଟାଲ ୱାଲେଟ ପେପର ଜରିଆରେ ଆଇଟିବିପି ଯବାନ ମତଦାନ କରିଛନ୍ତି | ଦିଲ୍ଲୀ ଠାରୁ ପାଖାପାଖି ୨୬୦୦ କି:ମି: ଦୂର ଅରୁଣାଚଳ ପ୍ରଦେଶର ଲୋହିତପୁରର ଏନିମାଲ ଟ୍ରେନିଂ ସ୍କୁଲ ପରିସରରେ ସକାଳ ୧୦ଟାରେ ମତଦାନ ଆରମ୍ଭ ହୋଇଥିଲା | ଆଇଟିବିପି ମୁଖ୍ୟ ଡ଼ିଆଇଜି ସୁଧାକର ନଟରାଜନ ପ୍ରଥମେ ମତଦାନ କରିଥିଲେ | ରାଜ୍ୟର ଅନ୍ୟ ପ୍ରାନ୍ତରେ ନିୟୋଜିତ ଆଇଟିବିପି ଯବାନଙ୍କ ଆଉ ଗୋଟିଏ ୟୁନିଟ ମଧ୍ୟ ପୋଷ୍ଟାଲ ୱାଲେଟ ଜରିଆରେ ମତଦାନ କରିଛନ୍ତି |

{"id":100889}


ଚଳିତଥର ନିର୍ବାଚନ ଆୟୋଗ ଅଧିକରୁ ଅଧିକ ସର୍ଭିସ ଭୋଟରଙ୍କୁ ଯୋଡିବାକୁ ଉଦ୍ୟମ କରିଛି | ସର୍ଭିସ ଭୋଟରଙ୍କୁ ଯୋଡିବା ପାଇଁ ସଚେତନତା ଅଭିଯାନ କରାଯାଇଥିଲା | ନିର୍ବାଚନ ଆୟୋଗ, ଇଲେକ୍ଟ୍ରୋନିକ୍ସ ମେଡିଆ, ସୋସିଆଲ ମିଡ଼ିଆ, ପ୍ରିଣ୍ଟ ମିଡ଼ିଆ ଜରିଆରେ ପ୍ରଚାର କରି ଅଧିକରୁ ଅଧିକ ମତଦାନ ପାଇଁ ଭୋଟରଙ୍କୁ ଉତ୍ସାହିତ କରିଥିଲା | ନିର୍ବାଚନ ଆୟୋଗଙ୍କ ଗଣନା ଅନୁଯାୟୀ, ଦେଶରେ ସମୁଦାୟ ୩୦ ଲକ୍ଷ ସର୍ଭିସ ଭୋଟର ଅଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.