ବିଶ୍ବ ଆଦିବାସୀ ଦିବସରେ ଜୋର୍ ଧରିଲା ଆଦିବାସୀ ଭୋଟ ବ୍ୟାଙ୍କ ପଲିଟିକ୍ସ

Published By : Prameya-News7 Bureau | August 09, 2018 IST

ଭୁବନେଶ୍ୱର ୯/୮ : ବିଶ୍ବ ଆଦିବାସୀ ଦିବସରେ ଜୋର୍ ଧରିଲା ଆଦିବାସୀ ଭୋଟ ବ୍ୟାଙ୍କ ପଲିଟିକ୍ସ । ତିନି ପ୍ରମୁଖ ରାଜନୈତିକ ଦଳର ଟଣା-ଓଟରାରେ ଦୁଲ୍ ଦୁଲ୍ ହେଲା ରାଜଧାନୀ । ବିଜେଡି, ବିଜେପି ଓ କଂଗ୍ରସ ଆଦିବାସୀଙ୍କ ଲାଗି କରିଥିଲେ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ଯୋଜନାର ଲମ୍ବା ତାଲିକା ଥୋଇଛନ୍ତି । ସେପଟେ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାରେ ସରକାଙ୍କ ବିଫଳତାକୁ ସାମ୍ନାକୁ ଆଣିବାକୁ ରାସ୍ତାକୁ ଓହ୍ଲାଇଥିଲେ ବିରୋଧୀ । ଆଦିବାସୀ ପଲିଟିକ୍ସ । ବିଶ୍ବ ଆଦିବାସୀ ଦିବସରେ ଆଦିବାସୀଙ୍କ କଥା ମନେ ପକାଇଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ । ଖାଲି ମନେ ପକାଇ ନାହାନ୍ତି, ବରଂ ୧୯ ନିର୍ବାଚନ ପୂର୍ବରୁ ଆଦିବାସୀ ଭୋଟ ବ୍ୟାଙ୍କ ହାତେଇବାକୁ କରିଛନ୍ତି ଜୋରଦାର୍ କସରତ୍ । (ଟ୍ରିପିଲ୍ ୱିଣ୍ଡୋ) … କିଏ ସମାବେଶ କରିଛି ତ କିଏ ରାଲି, ପୁଣି କିଏ ପଦଯାତ୍ରା ସହ ଶୋଭାଯାତ୍ରା । ଆଦିବାସୀ ପଡ଼ିଆରେ ଆଦିବାସୀ ସମ୍ମିଳନୀ କରିଛି ବିଜେଡି । ଯେଉଁଠି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଦିବାସୀଙ୍କ ବିଭିନ୍ନ ଯୋଜନାକୁ ହାଇଲାଇଟ୍ କରିଥିଲେ । ରାଜ୍ୟ ଜନସଖ୍ୟାର ୨୩ ପ୍ରତିଶତ ଆଦିବାସୀ । ଯାହା ରାଜ୍ୟ ରାଜନୀତିର ଏକ ବଡ଼ ଭୋଟ୍ ବ୍ୟାଙ୍କ୍ । ତେଣୁ ୧୯ ନିର୍ବାଚନ ପୂର୍ବରୁ ବିଜେଡି, ବିଜେପି କିମ୍ବା କଂଗ୍ରେସ, ଆଦିବାସୀଙ୍କୁ ହାତଛଡ଼ା କରିବା ମୁଡରେ ନାହାନ୍ତି । ସରକାର ଆଦିବାସୀଙ୍କ ଲାଗି କରିଥିବା ଯୋଜନାର ସଫଳତା ବଖାଣିଥିବା ବେଳେ ବିଫଳତାକୁ ହାଇଲାଇଟ୍ କରି ରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ । ଏ ହେଉଛି ରାଜ୍ୟ ବିଜେପିର ଆଦିବାସି ରାଲି । ଆଉ ଏପଟେ କଂଗ୍ରେସ ପଦଯାତ୍ରା ଓ ସଭା କରିଛି । ରାଜ୍ୟ ସରକାର ଆଦିବାସୀ ବିରୋଧୀ ବୋଲି କହିଛନ୍ତି ବିଜେପି ଓ କଂଗ୍ରେସ । ଯାହାର ଜବାବ ଦେଇଛି ବିଜେଡି । ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇଥିଲେ ଦୂରଦୂରାନ୍ତରୁ ଆସିଥିବା ଆଦିବାସୀ । ସେମାନଙ୍କ ନାଚଗୀତରେ ରାଜଧାନୀ କମ୍ପିଛି ସତ, ହେଲେ ତାଠାରୁ ଅଧିକ ହୋଇଛି ରାଜନୀତି । ଭୁବନେଶ୍ବରରୁ କ୍ୟାମେରା ପର୍ସନ ଲକ୍ଷ୍ମୀଧର ଓ ଗୁଣ୍ଡିଚାଙ୍କ ସହ ଯୋଗମାୟା ମିଶ୍ର, ସୁକାନ୍ତ ରାଉତରାୟ ଓ ପ୍ରଶାନ୍ତ ସ୍ବାଇଁ, ନ୍ୟୁଜ ସେଭେନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.