ଡାକ୍ତରଖାନାରେ ଝଡାଫୁଙ୍କା

Published By : Prameya-News7 Bureau | August 03, 2018 IST

ଅନ୍ଧବିଶ୍ବାସର ପ୍ରଭାବ । ସାପ କାମୁଡାରେ ଡାକ୍ତରଖାନାରେ ମୃତବ୍ୟକ୍ତିଙ୍କୁ ଗୁଣିଆ ସାହାଯ୍ୟରେ ଝଡାଫୁଙ୍କା କରି ବଞ୍ଚାଇବାକୁ ଉଦ୍ୟମ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍ ମହିଷାମୁଣ୍ଡା ଗ୍ରାମରେ ସିଦ୍ଧେଶ୍ବର ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ବିଷଧର ସାପ କାମୁଡି ଦେଇଥିଲା । ତେବେ ମେଡିକାଲରେ ମୃତ୍ୟୁ ପରେ ସିଦ୍ଧେଶ୍ବରଙ୍କୁ ତାଙ୍କ ପରିବାର ଲୋତେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନେଇଥିଲେ । ତେବେ ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ମାତ୍ର ପରିବାର ଲୋକେ ତାହା ବିଶ୍ବାସ କରିପାରିନଥିଲେ । ପରେ ପରିବାର ଲୋକେ ବାରିପଦା ଅଞ୍ଚଳର ଜଣେ ଗୁଣିଆକୁ ଫୋନ୍ କରିଥିଲେ । ଗୁଣିଆ କହିବା ମୁତାବକ ସିଦ୍ଧେଶ୍ବରଙ୍କ ମୁଣ୍ଡପାଖରେ ନିମ୍ବ ଡାଳ ବିଛାଇଥିଲେ । ସେଥିରେ କିଛି କାମ ନକରିବାରୁ ଡାକ୍ତରଖାନା କର୍ତ୍ତୁପକ୍ଷଙ୍କ ବିନାନୁମତିରେ ପରିବାରଲୋକେ ସିଦ୍ଧେଶ୍ବରଙ୍କୁ ଗୁଣିଆ ପାଖକୁ ନେଇଯାଇଥିଲେ । ପରେ ଗୁଣିଆ ମଧ୍ୟ ସିଦ୍ଧେଶ୍ବରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସେହିଭଳି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ । ଛେଣ୍ଡିପଦା ଥାନାର କନେଷ୍ଟବଳ ମଞ୍ଜୁଲତା ସାହୁଙ୍କୁ ସାପ କାମୁଡି ଦେଇଥିଲା । ତାଙ୍କୁ ତୁରନ୍ତ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରୀ ଚିକିତ୍ସା ଉପରେ ଯେମିତି ଭରସା ପାଇନଥିଲା । ତେଣୁ ଛେଣ୍ଡିପଦା ଅଞ୍ଚଳର ଜଣେ ଗୁଣିଆକୁ ଡକାଯାଇଥିଲା । ଗୁଣିଆ ଜଣଙ୍କ ତାଙ୍କ ଡାକ୍ତରଖାନା ବେଡ଼ ଉପରେ ହିଁ ଝଡାଫୁଙ୍କା କରିଥିଲେ । ମନ୍ତ୍ର ଉଚ୍ଚାରଣ ସହ ଏକ ଘଣ୍ଟା ଧରି ଫୁଙ୍କି ଚାଲିଥିଲେ ଗୁଣିଆ । ହେଲେ ଏଥିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରି ନଥିଲା । ବରଂ ଅଧିକ ବିଗିଡି ଯାଇଥିଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.