Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||
  • ରାଉରକେଲା : ଆସନ୍ତା ୭ରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି କଟକଣା ଜାରି, ଭକ୍ତଶୂନ୍ୟ ମନ୍ଦିର ପରିସର
  • ||

ଏମ୍ସରେ କାଲିଠାରୁ ଆରମ୍ଭ ହେବ କୋଭୋକ୍ସିନ୍ ମାନବ ପରୀକ୍ଷଣ ପାଇଁ ପଞ୍ଜିକରଣ, ଆବଶ୍ୟକ ସ୍ବେଚ୍ଛାସେବୀ

19/07/2020 at 5:09 PM

ନୂଆଦିଲ୍ଲୀ ୧୯/୦୭ : ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (AIIMS) ଏଥିକ୍ସ କମିଟି ଶନିବାର ଦିନ କୋଭିଡ-୧୯ ସ୍ବଦେଶୀ ଭ୍ୟାକସିନ କୋଭାକସିନର ମାନବ ପରୀକ୍ଷଣ ପାଇଁ ଅନୁମତି ଦେଇଛନ୍ତି | ମାନବ ପରୀକ୍ଷଣ ପାଇଁ ସାମିଲ ହେବାକୁ ସ୍ଵେଛାସେବୀଙ୍କ ପଞ୍ଜିକରଣ ସୋମବାର ଠାରୁ ଆରମ୍ଭ ହେବ | ପରୀକ୍ଷଣ ପାଇଁ ସ୍ବେଛାସେବୀ ଆବଶ୍ୟକ | କୋଭୋକ୍ସିନ ଭ୍ୟାକସିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଦିଲ୍ଲୀ ସ୍ଥିତ ଏମ୍ସ ସମେତ ୧୨ଟି ସଂସ୍ଥାକୁ ଚୟନ କରିଛନ୍ତି |

ପ୍ରଥମ ପର୍ଯ୍ୟାୟରେ ୩୭୫ ଜଣଙ୍କ ଉପରେ ଟୀକା ପରୀକ୍ଷଣ କରାଯିବ | ଏମାନଙ୍କ ମଧ୍ୟରୁ ୧୦୦ ଜଣ ଏମ୍ସରେ ସେଣ୍ଟର ଫର କମ୍ୟୁନିଟି ମେଡ଼ିସିନର ପ୍ରଫେସର ଡ.ସଞ୍ଜୟ ରାୟ କହିଛନ୍ତି ଯେ, ଏମ୍ସର ଏଥିକ୍ସ କମିଟି କୋଭିକ୍ସିନ ମାନବ ପରୀକ୍ଷଣ ଆରମ୍ଭ କରିବାକୁ ମଞ୍ଜୁରୀ ଦେଇଛି | ଏହି ପରୀକ୍ଷଣରେ ସୁସ୍ଥ ଲୋକଙ୍କୁ ସାମିଲ କରାଯିବ ଯେଉଁମାନଙ୍କୁ କୌଣସି ରୋଗ ନାହିଁ ଏବଂ ଯେଉଁମାନେ କୋଭିଡ-୧୯ ପୀଡିତ ନୁହେଁ ଏବଂ ଯେଉଁମାନଙ୍କ ବୟସ ୧୮ ବର୍ଷରୁ ଉର୍ଦ୍ଧ୍ବ ଏବଂ ୫୫ ବର୍ଷରୁ କମ |

ସେ କହିଛନ୍ତି କିଛି ଲୋକ ପରୀକ୍ଷଣ ପାଇଁ ପଞ୍ଜିକରଣ କରି ସାରିଛନ୍ତି | ସମସ୍ତଙ୍କ ଯାଞ୍ଚ, ସ୍ୱାସ୍ଥ୍ୟ ଆଦି ଆକଳନ କରିବା କାମ ସୋମବାର ଠାରୁ ଆରମ୍ଭ ହେବ | ଏହାପରେ ଟିମ ପରୀକ୍ଷଣ କରାଯିବ | ଏହି ପରୀକ୍ଷଣରେ ସାମିଲ ହେବାକୁ ଇଛୁକ ଲୋକ Ctaiims.covid19@gmail.com ଏହି ମେଲ ଆଇଡିରେ ଇ-ମେଲ ପଠାଇ ପାରିବେ | ଏହାସହ ଏହି ମୋବାଇଲ ନମ୍ବର 7428847499 ରେ ମଧ୍ୟ ମେସେଜ ପଠାଇ ପାରିବେ |

କୋଭୋକ୍ସିନ ଭ୍ୟାକସିନ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ଆଇସିଏମଆର ତଥା ରାଷ୍ଟ୍ରୀୟ ବାୟୋରୋଲୋଜି ବିଜ୍ଞାନ ସଂସ୍ଥା ସହିତ ମିଶି ବିକଶିତ କରିଛି | ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଭ୍ୟାକସିନର ମାନବ ପରୀକ୍ଷଣ ପାଇଁ ନିକଟରେ ମଞ୍ଜୁରୀ ଦେଇଥିଲେ |

   Related Posts