କରୋନା ଟିକା: ଅକ୍ସଫୋର୍ଡ ଭାକସିନ ଟ୍ରାଏଲରେ ସାମିଲ ଜଣେ ସ୍ବେଚ୍ଛାସେବୀଙ୍କ ମୃତ୍ୟୁ, ତଥାପି ଅଟକିବ ନାହିଁ ପରୀକ୍ଷଣ

Published By : Prameya-News7 Bureau | October 22, 2020 IST

ନୂଆଦିଲ୍ଲୀ ୨୨/୧୦: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲଏଚଓ) ଅନୁସାରେ ପ୍ରାୟ ୧୨ଟି କରୋନା ଭାକସିନ ଟ୍ରାଏଲ ରହିଛି ଅନ୍ତିମ ପର୍ଯ୍ୟାୟରେ। ଏହି ଟ୍ରାଏଲରେ ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକାର କରୋନା ଭାକସିନକୁ ସବୁଠୁ ଉନ୍ନତ ବୋଲି କୁହାଯାଉଛି। ତେବେ ଏହାର ଭିତରେ ଏକ ଖରାପ ଖବର ସାମ୍ନାକୁ ଆସିଛି। ଭାକସିନ୍ ଟ୍ରାଏଲ ବେଳେ ବ୍ରାଜିଲରେ ଜଣେ ସ୍ବେଚ୍ଛାସେବୀଙ୍କ ମୃତ୍ୟୁ ହୋଇଛି।

ବ୍ରାଜିଲର ହେଲଥ ଅଥୋରିଟି ଅନଭିସା ବୁଧବାର କହିଛି ଯେ ଭାକସିନ ଟ୍ରାଏଲରେ ସାମିଲ ଜଣେ ଭଲ୍ୟୁଣ୍ଟର ପ୍ରାଣ ହରାଇ ଥିଲେ ହେଁ ତାଙ୍କ ମୃତ୍ୟୁର କାରଣ ଭାକସିନ ନୁହେଁ। ବ୍ରାଜିଲ ନିଷ୍ପତ୍ତି ନେଇ ​ ଯେ ଏହି ଘଟଣା ପରେ ଟିକା ଟ୍ରାଏଲ ରୋକାଯିବ ନାହିଁ।

ଫେଡରଲ ୟୁନିଭର୍ସିଟି ଅଫ୍ ସାଓ ପାଓଲ ସାହାଯ୍ୟରେ ବ୍ରାଜିଲରେ କରୋନା ଟିକା AZD22ର ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ରହିଛି। ତେବେ ଯେଉଁ ସ୍ବେଚ୍ଛାସେବୀଙ୍କ ମୃତ୍ୟୁ ହୋଇଛି ସେ ବ୍ରାଜିଲର ନୁହନ୍ତି। ବ୍ଲୁମବର୍ଗ ଅନୁସାରେ ତାଙ୍କ ବୟସ ୨୮ ବର୍ଷ ଓ ତାଙ୍କୁ ଭାକସିନ ଦିଆଯାଇ ନ ଥିଲା।

ଅନଭିସା କହିଛି ଘଟଣା ପରେ ଭାକସିନ ଟ୍ରାଏଲ ଜାରି ରହିବ। ମାତ୍ର ଏହା ବାବଦରେ ଅଧିକ ତଥ୍ୟ ପରବର୍ତୀ ମୁହୂର୍ତରେ ଦିଆଯିବ। ସେପଟେ ଅକ୍ସଫୋର୍ଡ ବୈଜ୍ଞାନିକ କହିଛନ୍ତି ଭାକସିନ ସୁରକ୍ଷାକୁ ନେଇ କୌଣସି ଚିନ୍ତାର ବିଷୟ ନାହିଁ। ଏହା ପୂର୍ବରୁ ଡିସେମ୍ବରରେ ବ୍ରିଟେନରେ ଭାକସିନ ଟ୍ରାଏଲ ସମୟରେ ସ୍ବେଚ୍ଛାସେବୀଙ୍କୁ ହସପିଟାଲରେ ଭର୍ତି ହେବାକୁ ପଡ଼ିଥିଲା। ସେହିପରି ଦକ୍ଷିଣ କୋରିଆାରେ ଫ୍ଲୁ ସର୍ଟ ଦିଆଯିବା ପ​ରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଆମେରିକା ମଧ୍ୟ ଏବେ ଏଫଡିଏ ସେଫ୍ଟି ଡାଟାର ରିଭ୍ୟୁ କରିବା ପରେ ଟ୍ରାଏଲ ପୁଣିଥରେ ଆରମ୍ଭ କରିବା ନିଷ୍ପତ୍ତି ନେଇଥିଲା। ମତ୍ରେ ଏବେ ଏ ବ୍ରାଜିଲ ଏହି ଘଟଣା ପରେ କ’ଣ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.