ବ୍ରାଜିଲ କରୋନା ଭେକ୍ସିନ ପରୀକ୍ଷଣରେ ମୃତ ସ୍ୱେଚ୍ଛାସେବୀ ଥିଲେ ଡାକ୍ତର, ବନ୍ଦ ହେବନି ଅକ୍ସଫର୍ଡର ଟ୍ରାଏଲ

Published By : Prameya-News7 Bureau | October 22, 2020 IST

ରିଓ ଡି ଜେନରିଓ : ଅକ୍ସଫର୍ଡ ୟୁନିଭର୍ସିଟିର କରୋନା ଭାଇରସ ଭେକ୍ସିନ ପରୀକ୍ଷଣରେ ମୃତ ସ୍ୱେଚ୍ଛାସେବୀଙ୍କ ପରିଚୟ ମିଳିଛି। ମୃତ ସ୍ୱେଚ୍ଛାସେବୀ ଜଣେ ଡାକ୍ତର ଓ ତାଙ୍କ ନାମ ଡା.ଯାଓ ପେଡ୍ରୋ ଫେଇଟୋସା (୨୮) । ଗତ ଅକ୍ଟୋବର ୧୫ ତାରିଖ ଦିନ କୋଭିଡ-୧୯ ଜନିତ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କର ମୃତ୍ୟୁ ହୋଇଥିଲା।  ସ୍ଥାନୀୟ ଗଣମାଧ୍ୟମ ଓ ଫେଡେରାଲ ୟୁନିଭର୍ସିଟି ଅଫ ରିଓ ଡି ଜେନରିଓ ଶ୍ରଦ୍ଧାଞ୍ଜଳି ସଭାରେ ଯେଉଁ ବ୍ୟକ୍ତିଙ୍କ ଫଟୋରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ସେ ଦେଶରେ କୋଭିଡ-୧୯ ଲାଗି ଟିକା ପ୍ରସ୍ତୁତ କରୁଥିବା ଆଷ୍ଟ୍ରୋଜେନିକା ଲାଗି ସ୍ୱେଚ୍ଛାସେବୀ ଥିଲେ।

{"id":349244,"sizeSlug":"large"}

ଯଦି  ସ୍ୱେଚ୍ଛାସେବୀ କୋଭିଡ-୧୯ ଟିକା ନେଇଥିବେ ତେବେ ଦେଶରେ ଅକ୍ସଫର୍ଡ ଟିକାର ପରବର୍ତ୍ତି ପରୀକ୍ଷଣ ବନ୍ଦ ହେବ ବୋଲି ଆଶଙ୍କା କରାଯାଉଥିଲା। ହେଲେ ଡାକ୍ତର  ଯାଓଙ୍କ ପରଲୋକରେ ଅକ୍ସଫର୍ଡର ଟିକା ପରୀକ୍ଷଣ ବନ୍ଦ ହେବ ନାହିଁ ବୋଲି ଜଣାପଡିଛି। ସୂଚନା ଅନୁସାରେ ଜୁଲାଇ ୨୦୧୯ରେ ଡାକ୍ତରୀ ସ୍ନାତକ ଉତୀର୍ଣ୍ଣ ହୋଇଥିବା ଯାଓ ମେନିନଜାଇଟସ୍ ଟିକାକରଣ କରୁଥିବା ନିୟନ୍ତ୍ରଣ ଗ୍ରୁପରେ ଥିଲେ। ବ୍ରାଜିଲରେ ଅକ୍ସଫର୍ଡ କୋଭିଡ ଟିକାର ୧୦ ହଜାର କ୍ଲିନିକାଲ ଟ୍ରାୟଲ ଲାଗି ୮ହଜାର ଲୋକଙ୍କୁ ସାମିଲ କରାଯାଇଛି। ଯେଉଁମାନଙ୍କ ମଧ୍ୟରେ ଜଣେ ଜଣେ ପ୍ରଥମ ଡୋଜ୍ ନେବା ପରେ ଦ୍ୱିତୀୟ ଡୋଜ ମଧ୍ୟ ନେଇସାରିଲେଣି ବୋଲି ଫେଡେରାଲ ୟୁନିଭର୍ସିଟି ଅଫ ସାଓ ପାଓଲୋର ମୁଖପାତ୍ର କହିଛନ୍ତି।

{"id":349245,"sizeSlug":"large"}

କୋଭିଡ-୧୯ ଭେକ୍ସିନ ଗ୍ରୁପରେ ଅଂଶ ଗ୍ରହଣ କରୁଥିବା ପ୍ରତ୍ୟେକ ସ୍ୱେଚ୍ଛାସେବୀଙ୍କ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସକୀୟ ଘଟଣାବଳୀ ଉପରେ ଅକ୍ସଫର୍ଡ ତୀକ୍ଷ୍ଣ ନଜର ରଖିଥିବା କହିଛି। ଏପରିକି ଜଣେ ଜଣେ ସ୍ୱେଚ୍ଛାସେବୀଙ୍କ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମୀକ୍ଷା ମଧ୍ୟ କରାଯାଉଛି। ସାବଧାନତା ପୂର୍ବକ ମାମଲାର ମୂଲ୍ୟାୟନ ପରେ  କ୍ଲିନିକାଲ ଟ୍ରାୟଲର ସୁରକ୍ଷାକୁ ନେଇ ଚିନ୍ତାର କୌଣସି କାରଣ ନଥିବା କୁହାଯାଇଛି। ଏଣୁ ବ୍ରାଜିଲ ନିୟାମକଙ୍କ ସମେତ ସ୍ୱତନ୍ତ୍ର ସମୀକ୍ଷକମାନେ ଟିକାର ପରବର୍ତ୍ତି ପରୀକ୍ଷଣକୁ ଜାରି ରଖିବା ଲାଗି ସୁପାରିସ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.