ଶବକୁ ମିଳିଲାନି କାନ୍ଧ ; ଶବଦାହ କଲେ ସ୍ବେଚ୍ଛାସେବୀ ସଂଗଠନର ଯୁବକ
27/03/2019 at 3:18 PM

ବୌଦ୍ଧ ୨୭|୩ : ହଜିଗଲା ମାନବିକତା । ଶବକୁ ମିଳିଲାନି କାନ୍ଧ । ଶବ ଦାହ କଲେ ସ୍ବେଚ୍ଛାସେବୀ ସଂଗଠନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ପଲାସ ଗ୍ରାମରେ ।
ସୂଚନାଯୋଗ୍ୟ ଯେ, ପଲାସ ଗ୍ରାମର ୭୦ ବର୍ଷୀୟ ଯଦୁମଣି ମନହୀରାଙ୍କ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିଲା । ଦୀର୍ଘ ସମୟ ଧରି ମୃତଦେହଟି ଗ୍ରାମରେ ପଡିରହିବା ସତ୍ତ୍ବେ ଗ୍ରାମରେ କେହି ବି ବାହାରିନଥିଲେ ଶବକୁ କାନ୍ଧ ଦେବାପାଇଁ । ଅନ୍ୟପଟେ ଖବର ପାଇ ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନର କିଛି ଯୁବକ ଶବଟିକୁ ଅଧା କିମି ପର୍ଯ୍ୟନ୍ତ କାନ୍ଧରେ ବୋହି ଆଣି ମଶାଣିରେ ଶବସଂସ୍କାର କରିଥିଲେ ।