ଆଗ୍ନେୟଗିରି ବିସ୍ଫୋରଣ ପରେ ଭୀଷଣ ଭୂମିକମ୍ପ, ଟୋକିଓ ନିକଟ ସମୁଦ୍ରରେ ଭାସି ଉଠିଲା ଦ୍ବିତୀୟ ବିଶ୍ବଯୁଦ୍ଧର ୨୪ ଜାହାଜ

Published By : Prameya-News7 Bureau | November 02, 2021 IST

ଟୋକିଓ ୦୨/୧୧: ଜାପାନର ରାଜଧାନୀ ଟୋକିଓ ପାଖରେ ପ୍ରଶାନ୍ତ ମହାସାଗରରେ ଆଗ୍ନେୟଗିରି ଉଦଗୀରଣ ହୋଇଛି। ଏହା ପରେ ଭୂମିକମ୍ପ ମଧ୍ୟ ଅନୁଭୂତ ହୋଇଛି। ଏହା ପରେ ସମୁଦ୍ର ଭିତରୁ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ଦୁଇ ଡଜନରୁ ଅଧିକ ଜାହାଜ ପାଣି ଉପରକୁ ଭାସି ଉଠିଛି । ଜାପାନର ଅଲ ନିପ୍ପୋ ପ୍ୟୁଜର ହେଲିକପ୍ଟର ଫୁଟେଜରୁ ଏହି ସବୁ ଜାହାଜର ଫଟୋ ଦେଖିବାକୁ ମିଳିଛି । ଆଗ୍ନେୟଗିରି ଉଦଗୀରଣ ପରେ ହେଲିକପ୍ଟର ସାହାଯ୍ୟରେ ସମୁଦ୍ର ଭିତରେ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ଫଟୋ ଏବଂ ଭିଡିଓ ସୁଟ୍‌ ହେଉଥିବା ବେଳେ ଏଭଳି ବିରଳ ଫୁଟେଜ ନ୍ୟୁଜ୍‌ ଚ୍ୟାନେଲ ହାତରେ ଲାଗିଛି।

ଟୋକିଓରୁ ୧୨୦୦ କି.ମି ଦକ୍ଷିଣରେ ପ୍ରଶାନ୍ତ ମହାସାଗରରେ ଥିବା ଇୟୋ ଜିମା ଦ୍ବୀପ ପାଖରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ୨୪ ଜାହାଜ ଦେଖାଯାଇଛି । ଏଗୁଡ଼ିକ ସମୁଦ୍ର ଭିତରେ ବୁଡ଼ି ରହିଥିଲା। କିନ୍ତୁ ଫୁକୁତୋକୁ-ଓକାନୋବା ଜ୍ବାଳାମୁଖି ଫାଟିବା ପରେ ଭୂମିକମ୍ପ ଆସିବା ଯୋଗୁଁ ଏହି ସବୁ ଜାହାଜ ଭାସି ଉଠିଛି । ସେଥିମଧ୍ୟରୁ କିଛି ଜାହାଜ ଦ୍ବୀପର ତଟବର୍ତ୍ତୀ ଅଞ୍ଚଳରେ ଲାଗି ରହିଥିବା ମଧ୍ୟ ଜଣାପଡ଼ିଛି । ତେବେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ସେଠାରେ ହୋଇଥିବା ଲଢ଼େଇକୁ ବେଟଲ ଅଫ ଇୟୋ ଜିମା କୁହାଯାଏ।

{"id":537635,"width":758,"height":426,"sizeSlug":"full","linkDestination":"none"}

୧୯୪୫ରେ ହୋଇଥିବା ଭୀଷଣ ଯୁଦ୍ଧରେ ଆମେରିକା ସେନା ସେଠାରେ ଅନେକ ଜାହଜ ଡୁବାଇ ଦେଇଥିଲା। ୭୦ ହଜାର ଆମେରିକୀୟ ସୈନ୍ୟ ଜାପାନର ୨୦ ହଜାର ସୈନିକଙ୍କ ସହ ଲଢ଼େଇ କରୁଥିଲେ । ଯୁଦ୍ଧ ଶେଷ ବେଳକୁ ୨୦ ହଜାର ଆମେରିକୀୟ ସୈନ୍ୟ ଆହତ ହୋଇଥିବା ବେଳେ ୭୦୦୦ ପ୍ରାଣ ହରାଇଥିଲେ। ଜାପାନର ସୈନିକଙ୍କ ମଧ୍ୟରେ କେବଳ ୨୧୬ ଜଣ ଜୀବିତ ଥିଲେ ।

{"id":537636,"width":771,"height":434,"sizeSlug":"full","linkDestination":"none"}

ପାଣି ଭିତରକୁ ବାହାରକୁ ଆସିଥିବା ଜାହାଜ ଗୁଡ଼ିକ ମଧ୍ୟରେ ଅଧିକାଂଶ ଟ୍ରାନ୍ସପୋର୍ଟ ଭେସେଲ୍‌ ରହିଛି । ସେଗୁଡ଼ିକୁ ଆମେରିକା ନୌସେନା ଜବତ କରିଥିଲା। ଆମେରିକାର ନ୍ୟାସନାଲ୍‌ ଆର୍କାଇଭ୍‌ ଅନୁସାରେ, ଆମେରିକା ପରବର୍ତ୍ତୀ ସମୟରେ ଏହି ସବୁ ଜାହାଜକୁ ବୋମା ପକାଇ ସମୁଦ୍ରରେ ବୁଡ଼ାଇ ଦେଇଥିଲା। ଅନ୍ୟପଟେ ଜାପାନର ପାଣିପାଗ ବିଭାଗର ସୂଚନା ମୁତାବିକ, ଇୟୋ ଜିମା ଦ୍ବୀପ ପାଖାପାଖି ଅଞ୍ଚଳରେ ଅକ୍ଟୋବର ୭, ୨୦୨୧ ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହାର ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫-୯ ମଧ୍ୟରେ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.