ଇଣ୍ଡୋନେସିଆରେ ଭୟଙ୍କର ଜ୍ୱାଳାମୁଖୀ ବିସ୍ଫୋରଣ: ଘର ଛାଡି ପଳାଇଲେ ହଜାର ହଜାର ଲୋକ

Published By : Prameya-News7 Bureau | November 30, 2020 IST

ଜାକର୍ତ୍ତା ୩୦/୧୧ : ପୂର୍ବ ଇଣ୍ଡୋନେସିଆରେ ଜ୍ୱାଳାମୁଖୀ ଫାଟିବା ପରେ ପାଖାପାଖି ୨୮୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣ ପରେ ପାଉଁଶ ଆକାଶରେ ପାଖାପାଖି ୪ ହଜାର ମିଟର ଉପରକୁ ଉଠିଥିଲା। ଘଟଣାସ୍ଥଳ ନିକଟସ୍ଥ ସ୍ଥାନରୁ ୨୦ ଗାଁରୁ ପାଖାପାଖି ୨୮୦୦ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

{"id":370112,"sizeSlug":"large"}

ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ବିପର୍ଯ୍ୟୟ ପ୍ରଶମନ ସଂସ୍ଥାର ପ୍ରବକ୍ତା ରେଡ଼ିଟି ଜାତି କହିଛନ୍ତି ଯେ ପୂର୍ବ ନୁସା ତେଙ୍ଗାରା ପ୍ରାନ୍ତ ଲିମ୍ବାଟା ଦ୍ବୀପରେ ସ୍ଥିତ ମାଉନ୍ଟ ଇଲି ଲେବୋଟୋଲୋକ ଠାରୁ ପାଖାପାଖି ୨୦ ଗାଁଓ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏବେ ସୁଦ୍ଧା ବିସ୍ଫୋରଣ ଯୋଗୁଁ ମୃତାହତ କିମ୍ବା ଆହତ ମାମଲା ସାମ୍ନାକୁ ଆସିନାହିଁ।

{"id":370114,"sizeSlug":"large"}

ପରିବହନ ମନ୍ତ୍ରାଳୟ କହିଛି ଯେ ବିସ୍ଫୋରଣ ପରେ ବିମାନ ସେବାକୁ ନେଇ ଚେତାବନୀ ଜାରି କରାଯାଇଥିଲା ଏବଂ ଦ୍ବୀପ ନିକଟସ୍ଥ ଏକ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି। ଇଣ୍ଡୋନେସିଆର ପୂର୍ବ ନୁସା ତେଙ୍ଗାରା ପ୍ରାନ୍ତରେ ଇଲି ଲେବେତଲୋ ଜ୍ୱାଳାମୁଖୀ ରବିବାର ଦିନ ସକ୍ରିୟ ହୋଇଯାଇଥିଲା ଯାହାଫଳରେ ପରିବେଶର ଅନେକ କ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ସମାଚାର ଏଜେନ୍ସି ଆଇଏଏନଏସ ଏକ ରିପୋର୍ଟରେ କହିଛି ଯେ ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁଁ ଆକାଶରେ ୪ ହଜାର ମିଟର ଉଚ୍ଚତାରେ ଧୂଆଁ ଓ ପାଉଁଶ ବ୍ୟାପି ଯାଇଥିଲା।

{"id":370122,"sizeSlug":"large"}

ଜ୍ୱାଳାମୁଖୀ ବିସ୍ଫୋରଣ ପରେ ଆଖପାଖ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ଜ୍ୱାଳାମୁଖୀ ବିସ୍ଫୋରଣର ୨ କିଲୋମିଟର ପରିଧିରେ କୌଣସି ପ୍ରକାର ଗତିବିଧି ନ କରିବାକୁ ପରାମର୍ଶ ଦିଆଯାଇଛି। ରବିବାର ସକାଳ ପାଖାପାଖି ୧୦ଟା ୪୫ ମିନିଟ୍ରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଯୋଗୁଁ ଲୋକେ ନିଜ ଘର ଛାଡିବାକୁ ବାଧ୍ୟ ହୋଇଥିଲେ।

{"id":370120,"sizeSlug":"large"}

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ବିଶ୍ୱରେ ସବୁଠାରୁ ଅଧିକ ଜ୍ୱାଳାମୁଖୀ ଇଣ୍ଡୋନେସିଆରେ ସକ୍ରିୟ ଅଛି। ଇଣ୍ଡୋନେସିଆରେ ବର୍ତ୍ତମାନ ୧୩୦ଟି ଜ୍ୱାଳାମୁଖୀ ସକ୍ରିୟ ଅଛି। ଏହି ଜ୍ୱାଳାମୁଖୀରୁ ବିଷାକ୍ତ ଗ୍ୟାସ ଓ ଲାଭା ନିର୍ଗତ ହେଉଛି। ନିକଟରେ ଫିଲିପାଇନ୍ସରେ ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଥିଲା। ଏହାପରେ ୧୬ ହଜାର ୭୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପାଉଁଶ ୭୦ କିଲୋମିଟର ଯାଏଁ ବ୍ୟାପିଥିଲା। ବିସ୍ଫୋରଣ ପରେ ଫିଲିପାଇନ୍ସରେ ଆଲର୍ଟ ଜାରି କରାଯାଇଥିଲା। ଶହ ଶହ ବିମାନ ସେବା ପ୍ରଭାବିତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.