Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ନୋଟିସ୍‌ ହେବାର ୧୪ ବର୍ଷ ପରେ ଜମି ଅଧିଗ୍ରହଣ, ମିଳିଲାନି କ୍ଷତିପୂରଣ, ତେଜିଲେ ଜମିହରା ଏବଂ ଉଠାଦୋକାନୀ

24/10/2021 at 10:32 PM

ଯାଜପୁର ୨୪/୧୦: କଳିଙ୍ଗନଗର ଶିଳ୍ପାଞ୍ଚଳରେ ରାଜପଥ ସଂପ୍ରସାରଣ ପାଇଁ ଜମି ଅଧିଗ୍ରହଣକୁ ନେଇ ବିବାଦ । ଜମିହରା ଓ ଉଠା ବ୍ୟବସାୟୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆ ନଯାଇ ପ୍ରଶାସନ ଜମି ଅଧିଗ୍ରହଣ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଏନେଇ ଆଜି କଳିଙ୍ଗନଗର ଶିଳ୍ପାଞ୍ଚଳର ଡ଼ୁବୁରୀ ଛକ ଠାରେ ସ୍ଥାନୀୟ ବଣିକ ସଂଘ ଓ ଜମିହରାଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରାଯାଇଛି ।

ଅଭିଯୋଗ ମୁତାବକ ୫୩ ନଂ ଜାତୀୟ ରାଜପଥର ସଂପ୍ରସାରଣ ପାଇଁ ଗତ ୨୦୦୭ ମସିହାରେ ଡ଼ୁବୁରୀ ଛକଠାରେ ଥିବା କିଛି ଜମି ଚିହ୍ନଟ କରାଯାଇ ଜମି ମାଲିକମାନଙ୍କୁ ନୋଟିସ ଜାରି କରାଯାଇଥିଲା । ହେଲେ ଦୀର୍ଘ ୧୪ ବର୍ଷ ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜମିହରାମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ  ୨୦୦ରୁ ଉର୍ଦ୍ଧ୍ବ ଉଠା ଦୋକାନୀଙ୍କୁ ଥଇଥାନ ବ୍ୟବସ୍ଥା କରାଯାଇନାହିଁ । ଯାହାକୁ ନେଇ ତୀବ୍ର ବିରୋଧ କରାଯାଇଛି ।

୨୦୧୩ ମସିହାରେ ଲାଗୁ ହୋଇଥିବା କେନ୍ଦ୍ର ସରକାରଙ୍କ ନୂତନ ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ଜମିହରାଙ୍କୁ କ୍ଷତିପୂରଣ ଦିଆଯିବା ସହ ବ୍ୟବସାୟ କରି ପେଟ ପୋଷୁଥିବା ଉଠା ଦୋକାନୀମାନଙ୍କ ପାଇଁ ଉପଯୁକ୍ତ ଥଇଥାନ ବ୍ୟବସ୍ଥା କରାଯିବାକୁ ଦାବି ହୋଇଛି । ତେବେ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ ନକଲେ ଆଗାମୀ ଅକ୍ଟୋବର ୨୬ ତାରିଖ ଦିନ ଡ଼ୁବୁରୀ ଛକଠାରେ ଗଣ ଅନଶନ କରାଯିବ ବୋଲି ସ୍ଥାନୀୟ ଜମିହରା ଓ ଉଠା ଦୋକାନୀମାନେ ଚେତାବନୀ ଦେଇଛନ୍ତି ।

   Related Posts