ଭୋଡ଼ାଫୋନ୍ ଗ୍ରାହକଙ୍କ ପାଇଁ ଓ୍ବାର୍କ ଫ୍ରମ୍ ହୋମ୍ ଅଫର : ଏବେ ମିଳିବ ୫୦ଜିବି ଡାଟା

Published By : Prameya-News7 Bureau | May 31, 2020 IST

ନୂଆଦିଲ୍ଲୀ ୩୧/୫: ଦିଗ୍ଗଜ ଟେଲିକମ୍ କମ୍ପାନୀ ଭୋଡ଼ାଫୋନ୍ ଲକଡାଉନ୍ ସମୟରେ ଘରୁ କାମ କରୁଥିବା ୟୁଜର୍ସଙ୍କ ପାଇଁ ଏକ ଦମଦାର ରିଚାର୍ଜ ପ୍ଲାନ୍ ଲଞ୍ଚ କରିଛି ଯାହାର ମୂଲ୍ୟ ୨୫୧ଟଙ୍କା। ଏହା ଓ୍ବାର୍କ ଫ୍ରମ୍ ହୋମ୍ ପ୍ୟାକ୍। ଗ୍ରାହକଙ୍କୁ ଏହି ପ୍ୟାକରେ ମୋଟ ୫୦ଜିବି ଡାଟା ମିଳିବ କିନ୍ତୁ ଏଥିରେ ଅସୀମିତ କଲିଂର ସୁବିଧା ମିଳିବ ନାହିଁ। ଏହି ନୂଆ ଡାଟା ପ୍ୟାକକୁ କମ୍ପାନୀର ଆଧିକାରିକ ସାଇଟରେ ତାଲିକାଭୁକ୍ତ କରି ଦିଆଯାଇଛି।

ଭୋଡ଼ାଫୋନର ଏହି ନୂଆ ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ୨୮ଦିନ ପାଇଁ ୫୦ଜିବି ଡାଟା ମିଳିବ,କିନ୍ତୁ ଏହା ସହ ପ୍ରିମିୟମ୍ ଆପ୍ ଏବଂ କଲିଂର ସୁବିଦା ଦିଆଯିବ ନାହିଁ। ବର୍ତ୍ତମାନ,ଏହି ଡାଟା ଭାଉଚର,ଚେନ୍ନାଇ,ବିହାର,ଗୁଜୁରାଟ,ହରିୟାଣା,କେରଳ,ତାମିଲନାଡ଼ୁ ଏବଂ ୟୁପି ଇଷ୍ଟରେ ଉପଲବ୍ଧ ରହିଛି। ଆଶା କରାଯାଉଛି ଯେ କମ୍ପାନୀ ଖୁବ୍ ଶୀଘ୍ର ଏହି ପ୍ଲାନକୁ ଦେଶର ଅନ୍ୟ ଟେଲିକମ୍ ସର୍କଲରେ ଉପଲବ୍ଧ କରାଇବ।

ଡବଲ୍ ଡାଟା ଅଫର ଅନୁସାରେ ଆପଣଙ୍କୁ ଏହି ପ୍ଲାନରେ ୨ଜିବି ଡାଟା ମିଳିବା ସହ ଅତିରିକ୍ତ ଆହୁରି ୨ଜିବି ଡାଟା ମିଳିବ। ଏବେ ଆପଣ ପ୍ରତିଦିନ ୪ଜିବି ଡାଟା ଉପଯୋଗ କରି ପାରିବେ। ଏହା ସହିତ ଆପଣ ଏହି ପ୍ଲାନରେ ଯେକୌଣସି ନେଟଓ୍ବାର୍କରେ ଅନଲିମିଟେଡ କଲିଂ କରି ପାରିବେ। ଏହା ବ୍ୟତୀତ କମ୍ପାନୀ ଆପଣଙ୍କୁ ଏହି ଡାଟା ପ୍ଲାନ୍ ସହ ଜି୫ ଏବଂ ଭୋଡ଼ାଫୋନ୍ ପ୍ଲେ ପ୍ରିମିୟମ୍ ଆପ ମାଗଣାରେ ସବସ୍କ୍ରିପ୍ସନ୍ ଦେବ। ଏହି ପ୍ୟାକର ବୈଧତା ୨୮ଦିନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.