ଭୋଡାଫୋନ୍‌ର ନୂଆ ପ୍ଲାନ୍: କମ୍ ଟଙ୍କାରେ ମିଳିବ ଅଧିକ ୫୦ ଜିବିରୁ ଅଧିକ ଡାଟା

Published By : Prameya-News7 Bureau | September 30, 2020 IST

ନୂଆଦିଲ୍ଲୀ ୩୦/୦୯ : ଘରେ କାମ କରିବାରୁ ଇଣ୍ଟରନେଟ୍ ଖର୍ଚ୍ଚ ବହୁତ ବଢିଯାଇଛି | ନେଟ୍ ପ୍ୟାକ୍ ଖୁବ ଶୀଘ୍ର ଶେଷ ହୋଇଯାଉଛି । ଏହିଭଳି ସ୍ଥିତିରେ ଆପଣଙ୍କ ପାଇଁ ଏକ ଭଲ ଖବର ରହିଛି । ଭୋଡାଫୋନ୍-ଆଇଡ଼ିଆ ନିଜ ଗ୍ରାହକଙ୍କ ପାଇଁ ଅନେକ ପ୍ରକାର ୱାର୍କ ଫ୍ରମ୍ ହୋମ୍ ପ୍ଲାନ୍ ପେଶ କରିଛି । ଏହିସବୁ ପ୍ଲାନରେ ଗ୍ରାହକଙ୍କୁ ଭରପୁର ଡାଟା ମିଳିବ ।  

{"id":336641,"sizeSlug":"large"}

ଭୋଡାଫୋନ-ଆଇଡ଼ିଆ ଗ୍ରାହକଙ୍କ ପାଇଁ ୨୫୧ ଟଙ୍କା ପ୍ଲାନ ଉପଲବ୍ଧ କରିଛି । ଏହି ପ୍ଲାନରେ ୟୁଜର୍ସଙ୍କୁ ୨୮ ଦିନର ବୈଧତା ସହ ୫୦ ଜିବି ଡାଟା ମିଳିବ । ତେବେ ଏହି ପ୍ଲାନରେ ୟୁଜର୍ସଙ୍କୁ କୌଣସି ପ୍ରକାର ଭଏସ କଲିଂ ମିଳିବନାହିଁ । କମ୍ପାନୀର ଏହି ୱାର୍କ ଫ୍ରମ୍ ହୋମ୍ ପ୍ଲାନ୍ ସେହିମାନଙ୍କ ପାଇଁ ଆବଶ୍ୟକ ଯେଉଁମାନଙ୍କୁ ଅଧିକ ଡାଟା ଆବଶ୍ୟକ ହୋଇଥାଏ ।

{"id":336644,"sizeSlug":"large"}

ଭୋଡାଫୋନ ୩୫୧ ଟଙ୍କାରେ ନୂଆ ୱାର୍କ ଫ୍ରମ୍ ହୋମ୍ ପ୍ରିପେଡ଼୍ ପ୍ଲାନ୍ ଲଞ୍ଚ କରିଛି । ଏହି ପ୍ଲାନର ବୈଧତା ୫୬ ଦିନ । ଏହି ପ୍ଲାନରେ ୟୁଜର୍ସଙ୍କୁ ୧୦୦ ଜିବି ଡାଟା ମିଳୁଛି । ଏହି ପ୍ଲାନରେ 4G ହାଇସ୍ପିଡ଼୍ ଡାଟା ଉପଲବ୍ଧ । ଏହା ଏକ ଆଡ଼୍ ଅନ୍ ପ୍ୟାକ୍ (add-on pack) ଯାହାକୁ ଆପଣ ନିଜ ପ୍ଲାନ୍ ସହ ଯୋଡିପାରିବେ । ଏହି ପ୍ଲାନରେ ୟୁଜର୍ସଙ୍କୁ କେବଳ ଡାଟା ମିଳିବ, କଲିଂ କିମ୍ବା ଏସଏମଏସ୍ ସୁବିଧା ମିଳିବନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.