ଲଞ୍ଚ ହେଲା ଭୋଡାଫୋନର ଦୁଇଟି ଜବରଦସ୍ତ ପ୍ଲାନ, ଦିନକୁ ୩ ଜିବି ହାଇସ୍ପିିଡ୍ ଡାଟା

Published By : Prameya-News7 Bureau | January 22, 2020 IST

ନୂଆଦିଲ୍ଲୀ ୨୨।୦୧: ଟେଲିକମ୍‌ ଅପରେଟର ଭୋଡାଫୋନ ନିଜ ଗ୍ରାହକମାନଙ୍କ ପାଇଁ ଭାରତରେ ଦୁଇଟି ନୂତନ ପ୍ରିପେଡ୍‌ ପ୍ଲାନ୍ ଲଞ୍ଚ କରିଛି। ୫୫୮ ଓ ୩୯୮ଟଙ୍କାର ଦୁଇଟି ପ୍ଲାନ ଆଣିଛି ଭୋଡାଫୋନ । କିନ୍ତୁ ଏହି ଦୁଇଟି ପ୍ଲାନ ଏବେ କେବଳ ମଧ୍ୟପ୍ରଦେଶରେ ଉପଲବ୍ଧ ରହିବ । ଏହି ପ୍ଲାନ ଦ୍ବାରା ପ୍ରତିଦିନ ୩ଜିବି  ହାଇସ୍ପିଡ ଡାଟା ମିଳିବା ସହ ୫୬ ଦିନ ପର୍ଯ୍ୟନ୍ତ ବୈଧତା ରହିବ ।  

{"id":214568,"sizeSlug":"large"}

ଭୋଡାଫୋନର ୫୫୮ ଟଙ୍କିଆ ପ୍ଲାନରେ ଯେକୌଣସି ନେଟଓ୍ବର୍କକୁ ଅନଲିମିଟେଡ୍‌ କଲ୍‌ କରିପାରିବେ ଗ୍ରାହକ। ପ୍ରତିଦିନ ୩ଜିବି ଡାଟା , ୧୦୦ଟି ଏସ୍‌ଏମ୍ଏସ୍ର ସୁବିଧା ରହିଛି। ଏହିପ୍ଲାନରେ ଗ୍ରାହକମାନଙ୍କୁ ମାଗଣାରେ ୪୯୯ଟଙ୍କାର ଭୋଡାଫୋନ ପ୍ଲେର ସବସ୍କ୍ରିପସନ୍ ଏବଂ ଗୋଟିଏ ବର୍ଷ ପର୍ଯ୍ୟନ୍ତ ମାଗଣାରେ ୯୯୯ ଟଙ୍କିଆ Zee5କୁ ସବ୍‌ଷ୍କ୍ରିପସନ ପାଇପାରିବେ । ଏହି ପ୍ଲାନ କେବଳ ମଧ୍ୟପ୍ରଦେଶର ସର୍କଲରେ ଜାରି କରାଯାଇଛି ।

{"id":214569,"sizeSlug":"large"}

ଭୋଡେଫୋନ୍‌ର ୩୯୮ଟଙ୍କାର ପ୍ରିପେଡ୍‌ ପ୍ଲାନରେ ମଧ୍ୟ ଗ୍ରାହକଙ୍କୁ ପ୍ରିତିଦିନ ୩ଜିବି ହାଇସ୍ପିଡ୍ ଡାଟା ମିଳିବ । ଏବଂ ଅନଲିମିଟେଡ୍‌ କଲ୍‌ ସହ ୧୦୦ଟି ଏସ୍‌ଏମ୍‌ଏସ୍‌ ମଧ୍ୟ ମିଳୁଛି । ୨୮ଦିନ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ପ୍ଲାନର ବୈଧତା ରହିଛ । ଏହି ପ୍ଲାନ କେବଳ ମଧ୍ୟପ୍ରଦେଶ ଓ ମୁମ୍ବାଇ ସର୍କଲରେ ଏହି ଅଫର ମିଳିପାରିବ ।

{"id":214570,"sizeSlug":"large"}

ସେହିପରି କମ୍ପାନୀ ୧୯ଟଙ୍କିଆ ଏକ ପ୍ରିପେଡ ପ୍ଲାନରେ କିଛି ପରିବର୍ତ୍ତନ କରିଛି । ପ୍ଲାନରେ ପରିବର୍ତ୍ତନ କରାଯାଇ ୧୫୦ଏମ୍‌ବି ଡାଟା ପରିବର୍ତ୍ତେ ୨୦୦ଏମ୍‌ବି ଡାଟା ମିଳୁଛି।   ଏହାସହିତ ଯେକୌଣସି ନେଟଓ୍ବର୍କକୁ ୨ଦିନ ପର୍ଯ୍ୟନ୍ତ ଅନଲିମିଟେଡ୍‌ କଲ୍ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.