ଭୋଡ଼ାଫୋନ୍ ଆରମ୍ଭ କଲା ଅତ୍ୟନ୍ତ ଶସ୍ତା ପ୍ଲାନ୍ : ୬୦ଟଙ୍କାରୁ ମଧ୍ୟ କମରେ ମିଳିବ ଦୈନିକ ୧ଜିବି ଡାଟା

Published By : Prameya-News7 Bureau | September 10, 2019 IST

ନୂଆଦିଲ୍ଲୀ ୧୦/୯: ଭାରତୀୟ ଟେଲିକମ୍ ମାର୍କେଟରେ ଏବେ ରିଚାର୍ଜ ପ୍ଲାନକୁ ନେଇ ଯୁଦ୍ଧ ଆରମ୍ଭ ହୋଇଯାଇଛି ଯେଉଁଥିରେ ସମସ୍ତ ଦିଗ୍ଗଜ ଦୂରସଞ୍ଚାର କମ୍ପାନୀ ନିଜର ଡାଟା ପ୍ୟାକ୍ ଆରମ୍ଭ କରିଛି। ଏହା ସହିତ ସରକାରୀ ଏବଂ ବେସରକାରୀ ଟେଳିକମ୍ କମ୍ପାନୀ ଗ୍ରାହକଙ୍କୁ ଲାଭ ଯୋଗାଇବା ପାଇଁ ଡାଟା ପ୍ଲାନରେ ଅଧିକ ଡାଟା,ଏସଏମଏସ ଏବଂ ଅନଲିମିଟେଡ କଲ୍ ସୁବିଧା ଦେଉଛି। ଏବେ ଭୋଡ଼ାଫୋନ୍ କମ୍ ଟଙ୍କାରେ ଡାଟା ପ୍ୟାକ୍ ଆରମ୍ଭ କରିଛି ଯାହାର ମୂଲ୍ୟ ୫୯ଟଙ୍କା। ଏହି ପ୍ଲାନ୍ ଦ୍ବାରା ଜିଓର ୫୨ଟଙ୍କାର ରିଚାର୍ଜ ପ୍ୟାକକୁ ଚ୍ୟାଲେଞ୍ଜ ମିଳିବ। ଆସନ୍ତୁ ଜାଣିବା ଭୋଡ଼ାଫୋନର ଏହି ରିଚାର୍ଜ ପ୍ଲାନରେ କେଉଁ ସୁବିଧା ମିଳୁଛି।

{"id":155732}

ଭୋଡ଼ାଫୋନର ୫୯ଟଙ୍କାର ରିଚାର୍ଜ ପ୍ୟାକରେ ଗ୍ରାହକଙ୍କୁ ପ୍ରତିଦିନ ୧ଜିବି ଡାଟା ମିଳିବ ଏବଂ ଏହାର ବୈଧତା ୭ଦିନ। ଗ୍ରାହକଙ୍କୁ ମୋଟ ୭ଜିବି ଡାଟା ଉପଲବ୍ଧ କରାଯିବ,କିନ୍ତୁ ଏହି ପ୍ଲାନରେ ଅନଲିମିଟେଡ କଲ୍ ଏବଂ ଏସଏମଏସର ସୁବିଧା ମିଳିବ ନାହିଁ। ଏହା ପୂର୍ବରୁ ଭୋଡ଼ାଫୋନ୍ ନିଜ ଗ୍ରାହକଙ୍କ ପାଇଁ ଫିଲ୍ମି ପ୍ଲାନ୍ ଆରମ୍ଭ କରିଥିଲା। ଏହି ପ୍ଲାନର ମୂଲ୍ୟ ୧୬ଟଙ୍କା ଏବଂ ଏଥିରେ କେବଳ ଗୋଟିଏ ଦିନ ପାଇଁ ୧ଜିବି ଡାଟା ଦିଆଯାଉଛି।

{"id":155733}

ଦିଗ୍ଗଜ ଦୂରସଞ୍ଚାର କମ୍ପାନୀ ଜିଓ ନିଜ ଗ୍ରାହକଙ୍କୁ ୫୨ଟଙ୍କାର ରିଚାର୍ଜ ପ୍ୟାକରେ ୧୫୦ଏମବି ଡାଟା ପ୍ରତିଦିନ ଦେଉଛି। ଏହି ପ୍ଲାନରେ ଅନଲିମିଟେଡ କଲ ଏବଂ ଏସଏମଏସର ସୁବିଧା ମିଳିବ। ଏହି ପ୍ୟାକର ବୈଧତା ୭ଦିନ।

{"id":155734}

ରିଲାଏନ୍ସ ଜିଓର ଡାଟା ପ୍ୟାକରେ ଭୋଡ଼ାଫୋନ ମୁକାବିଲାରେ କମ୍ ଡାଟା ମିଳୁଛି। ଗ୍ରାହକଙ୍କୁ ଜିଓର ରିଚାର୍ଜ ପ୍ୟାକରେ ଅନଲିମିଟେଡ କଲ୍ ଏବଂ ୭୦ ଏସଏମଏସର ସୁବିଧା ମିଳିବ। ଏହା ବ୍ୟତୀତ ଜିଓ ଆପର ସବସ୍କ୍ରିପ୍ସନ ମଧ୍ୟ ମିଳିବ କିନ୍ତୁ ଡାଟା ମାମଲାରେ ଭୋଡ଼ାଫୋନ୍ ଜିଓଠୁ ଆଗରେ ରହିଛି। ଯଦି ଆପଣ କମ୍ ସମୟରେ ଅଧିକ ଇଣ୍ଟର​ନେଟ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଭୋଡ଼ାଫୋନର ୫୯ଟଙ୍କାର ରିଚାର୍ଜ ପ୍ୟାକ୍ ଭଲ ରହିବ।

{"id":155735}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.